RI, ARI ସମେତ ଏହି ସବୁ ପଦବୀରେ ଆବେଦନ କରିବାର ଅବଧି ବୃଦ୍ଧି

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ)- ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ କମ୍ବାଇନଡ ରିକ୍ରୁଇଟମେଣ୍ଟ ଏକ୍‌ଜାମିନେସନ(ସିଆର୍‌ଇ)-୨୦୨୩ ପାଇଁ ଦରଖାସ୍ତ ଦାଖଲ କରିବାର ଅବଧି ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ପାଇଁ ପୂର୍ବରୁ ଦରଖାସ୍ତ ଦାଖଲ କରିବାର ଅବଧି ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ଫେବୃଆରୀ ୨୮ତାରିଖକୁ ବଢ଼ାଯାଇଛି। ଏ ନେଇ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାଥୀମାନେ ଓଏସଏସଏସସି ଅଫିସିଆଲ ୱେବସାଇଟ https://www.osssc.gov.in/ ରେ ଯାଇ ଆବେଦନ କରିପାରିବେ।

ତେବେ ପରୀକ୍ଷା ପାଇଁ ପଞ୍ଜୀକରଣ ଫେବୃଆରୀ ୨୦ ତାରିଖ ଭିତରେ କରିବାକୁ ହେବ। ସୂଚନାଯୋଗ୍ୟ, ଜିଲାସ୍ତରରେ ଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର, ଏଆର୍‌ଆଇ, ଅମିନ ଏବଂ ଏସ୍‌ଏଫ୍‌ଏସ୍‌ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ଖାଲିଥିବା ପଦବୀ ବିବରଣୀ: ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ଆରଆଇ ୫୫୯ ଟି ପଦବୀ ପୁରାଣ ହେବ। ସେହିଭଳି ଆଇସିଡିଏସରେ ୪୯୮ଟି ପଦବୀ ପୁରଣ ହେବ। ୮୨୭ ଟି ଏଆରଆଇ ପଦବୀ, ୬୮୬ ଟି ଅମିନ ପଦବୀ ଏବଂ ୩୨୫ ଟି ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ରହିଛି।

ବୟସ ସୀମା: ଆଇସିଡିଏସ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍। ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ ଏବଂ ଅମିନ ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୦ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀମାନେ ଆଇସିଡିଏସ ଏବଂ ଆରଆଇ ପଦବୀ ପାଇଁ କୌଣସି ସୀକୃତିପ୍ରାପ୍ତ ବିଶ୍ଵବିଦ୍ୟଳରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଆରଆଇ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ପାଇଁ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମେ ପ୍ରିଲିମିନାରୀ, ଦ୍ୱିତୀୟରେ ମୁଖ୍ୟ ପରୀକ୍ଷା ଏବଂ ଶେଷରେ ପ୍ରାକ୍ଟିକାଲ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିଛି।

ଆବେଦନ ଶୁଳ୍କ: ସମସ୍ତ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ମୁକ୍ତ ଅଟେ।

ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ବିଷୟରେ ଜାଣିବା ପାଇଁ ତଳେ ଥିବା ଲିଙ୍କରେ କ୍ଲିକ କରନ୍ତୁ।

https://www.osssc.gov.in/OSSSC


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri