ସଂଖ୍ୟା ନୁହେଁ, ଶିକ୍ଷା ପରିସର ବଢ଼ାଅ

ଅନୁଗୋଳ ଅଫିସ, ୨୩।୧୧: ୨୦ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ରବିବାର କିଛିଟା ପରିବର୍ତ୍ତନ କରାଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏପରି ବ୍ୟବସ୍ଥା ହେଉଥିବା ସରକାରୀ ଭାବେ କୁହାଯାଉଛି। କିନ୍ତୁ ସରକାରଙ୍କ ଏହି ପରିବର୍ତ୍ତିତ ନିଷ୍ପତ୍ତି ସ୍କୁଲ ବନ୍ଦକୁ ବିରୋଧ କରୁଥିବା ଅନୁଗୋଳ ଜିଲାର ଅନେକ ଅଭିଭାବକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଆଳ ନ କରି ସରକାର ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାର ପରିସର ବୃଦ୍ଧି କରି ଅଧିକ ପିଲାଙ୍କୁ ଆକର୍ଷିତ କରିବା ଉପରେ ଦୃଷ୍ଟି ଦେଲେ ଏପରି ‘ତାଲା-ଖୋଲା’ ଝମେଲା ସୃଷ୍ଟି ହୁଅନ୍ତା ନାହିଁ ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି। ଗତ ୫ ବର୍ଷରେ ଜିଲାର ୧୧୦ଟି ବିଦ୍ୟାଳୟ ବନ୍ଦ ହୋଇସାରିଥିବାରୁ ସରକାର ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।
ଗୁଣାତ୍ମକ ଶିକ୍ଷାର ଦ୍ୱାହି ଦେଇ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରୁ ଅନୁଗୋଳ ଜିଲାରେ ସ୍କୁଲ ବନ୍ଦ ପ୍ରକ୍ରିୟା ଜାରି ରଖାଯାଇଛି। ୨୦୧୫ରେ ୬ଟି ବିଦ୍ୟାଳୟରେ ତାଲା ଝୁଲାଯାଇଥିଲା। ୨୦୧୬ରେ ୮ଟି, ୨୦୧୯ରେ ୧୮ଟି ସ୍କୁଲକୁ ନିକଟସ୍ଥ ଶିକ୍ଷାନୁଷ୍ଠାନ ସହ ମିଶ୍ରଣ କରାଯାଇଥିଲା। ୨୦୧୯-୨୦ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ୨୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୧ଟି ବିଦ୍ୟାଳୟକୁ ଅନ୍ୟ ସ୍କୁଲ ସହ ମିଶାଇ ଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟରେ ୧୭୦ଟି ସ୍କୁଲକୁ ବନ୍ଦ ପାଇଁ ତାଲିକାଭୁକ୍ତ କରାଯାଇଛି। ସେଥିରେ ଅନୁଗୋଳ ପୌରପାଳିକାରୁ ୫ଟି, ଅନୁଗୋଳ ବ୍ଲକରୁ ୧୪, ବଅଁରପାଳ ବ୍ଲକରୁ ୧୧, ଛେଣ୍ଡିପଦା ବ୍ଲକରୁ ୩୦, କଣିହଁା ବ୍ଲକରୁ ୨୬, ପାଲଲହଡ଼ା ବ୍ଲକରୁ ୨୭, ତାଳଚେର ବ୍ଲକରୁ ୧୦, ତାଳଚେର ପୌରାଞ୍ଚଳରୁ ଗୋଟିଏ, କିଶୋରନଗର ବ୍ଲକରୁ ୨୬, ଆଠମଲ୍ଲିକ ବ୍ଲକରୁ ୨୩, ଆଠମଲ୍ଲିକ ଏନ୍‌ଏସିରୁ ୧ଟି ବିଦ୍ୟାଳୟ ଥିବା ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ଏହି ସୂଚନା ଅଭିଭାବକଙ୍କ ନିକଟରେ ପହଞ୍ଚିବା ପରେ ଅନେକ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ବହୁ ଅଞ୍ଚଳ ପାହାଡ଼ ଓ ଜଙ୍ଗଲ ଅଧ୍ୟୁଷିତ ହୋଇଥିବାରୁ ସରକାର ଏଠାରେ କମ୍‌ ଉପସ୍ଥାନ ଥିବା ସ୍କୁଲଗୁଡ଼ିକୁ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଲେ କୋମଳମତି ଛାତ୍ରୀଛାତ୍ରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଅନେକ ଗଁାକୁ ପାଦଚଲା ରାସ୍ତା ବ୍ୟତୀତ ଗମନାଗମନର ଭଲ ସୁବିଧା ସରକାର କରିନାହାନ୍ତି। ଏପରି ସ୍ଥିତିରେ କେଇ କିଲୋମିଟର ପାଦରେ ଚାଲି ଚାଲି ଯିବା ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପକ୍ଷେ ସମ୍ଭବ ହେବନାହିଁ। ଏପରି କି ବହୁ ଛାତ୍ରୀଛାତ୍ରଙ୍କ ପାଠରେ ଡୋରି ମଧ୍ୟ ବନ୍ଧା ହୋଇଯାଇପାରେ। ତେଣୁ ସରକାର ଉନ୍ନତ ଶିକ୍ଷା ପାଇଁ ପିଲାଙ୍କୁ ଦୂରକୁ ନେବା ଅପେକ୍ଷା ଗାଁ ନିକଟ ସ୍କୁଲରେ କିପରି ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ ସେହି ସମସ୍ୟାର ସମାଧାନ କରିବା ଦରକାର ବୋଲି ଅଭିଭାବକମାନେ ପରାମର୍ଶ ଦେଇଛନ୍ତି।

ଦୁର୍ଗମ ଅଞ୍ଚଳରେ ସୁରକ୍ଷା କିଏ ଦେବ
ଅନୁଗୋଳ ଜିଲାର ବହୁ ଗାଁ ପାହାଡ଼, ଜଙ୍ଗଲାଞ୍ଚଳରେ ରହିଛି। ଏପରି ଦୁର୍ଗମ ଅଞ୍ଚଳର କୋମଳମତି ଛାତ୍ରୀଛାତ୍ରଙ୍କୁ ଦୂରକୁ ନିଆଗଲେ ସୁରକ୍ଷା ଦେବ କିଏ। ଶିକ୍ଷା ଯେ ମୌଳିକ ଅଧିକାର ତାହା ଭୁଲିଗଲେ ହେବ ନାହିଁ। ୫ ଜଣ ହେଲେ ମଧ୍ୟ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରାଗଲେ ଆଗାମୀ ଦିନରେ ସରକାରୀ ସ୍କୁଲରେ କମ୍‌ ଉପସ୍ଥାନ ଦୃଶ୍ୟମାନ ହେବ ନାହିଁ।
-ଦୁର୍ଗା ଚରଣ ବିଶୋଇ, ଶିକ୍ଷାବିତ୍‌, ଅନୁଗୋଳ

ଦୂରତା ହିଁ ବିରୋଧର କାରଣ
ସରକାରଙ୍କ ନିଷ୍ପତ୍ତି ବିଶେଷକରି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ନୂତନ ବିଦ୍ୟାଳୟ ଦୂର ହୋଇଥିଲେ ବଡ଼ ସମସ୍ୟା ଉପୁଜିବ। ତେଣୁ ଦୂରତା ଅଧିକ ହେଉଥିଲେ ସରକାର ସୁରକ୍ଷିତ ଭାବେ ପିଲାଙ୍କ ଯାତାୟାତର ସୁବିଧା କରନ୍ତୁ। ନଚେତ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ସୁରକ୍ଷିତ ମଣିବେ ନାହିଁ।
-ଅରବିନ୍ଦ ସାହୁ, ଅଭିଭାବକ

ପ୍ରଶାସନ ନିକଟରେ ବିକଳ୍ପ ରହିଛି
କେଉଁଠି ପିଲା ତ ଆଉକେଉଁଠି ଶିକ୍ଷକ କମ୍‌ ରହୁଛନ୍ତି। ଏପରି ବିଦ୍ୟାଳୟର ମିଶ୍ରଣ କରାଗଲେ ଛାତ୍ରୀଛାତ୍ରୀମାନେ ଶିକ୍ଷାର ଲାଭ ପାଇବେ ବୋଲି ଭାବି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳ ସମ୍ପର୍କରେ ବିଚାର କରିବାକୁ ଜିଲାସ୍ତରୀୟ ସ୍କୃଟିନ୍‌ କମିଟି ରହିଛି। ପ୍ରଶାସନ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିପାରିବ।
-ଶାନ୍ତନୁ କୁମାର ସର, ପ୍ରାକ୍ତନ ଅଧ୍ୟକ୍ଷ, ଅନୁଗୋଳ କଲେଜ

ସମସ୍ୟା ଥିଲେ ପୁନଃ ଅନୁଧ୍ୟାନ
ଜିଲାର କେଉଁ ସ୍କୁଲକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରାଯିବ ତାହା ସରକାରଙ୍କ ପଲିସି ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ଆଦିବାସୀ ଅଧ୍ୟୁଷିତ କିମ୍ବା ଅନ୍ୟ ଅଞ୍ଚଳରେ ସମସ୍ୟା ଥିଲେ ସେଠାରେ ପୁନର୍ବାର ଅନୁଧ୍ୟାନ ପାଇଁ ଜିଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଉଛି। ଜଙ୍ଗଲ ଓ ପାହାଡ଼ ଅଞ୍ଚଳର ଅଭିଯୋଗ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri