‘ପାସେଞ୍ଜର ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା’

ଭଦ୍ରକ,୨୧।୧୦(ସନାତନ ରାଉତ): ରେଳ ବିଭାଗର ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ରେଳ ଉପଭୋକ୍ତା କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଅଫିସ୍‌ ଆଗରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶାରେ ପାସେଞ୍ଜର ଟ୍ରେନ୍‌ରେ ଏକ୍ସପ୍ରେସ୍‌ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆଣି ଏହାର ପ୍ରତିବାଦରେ ଭଦ୍ରକ ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂର୍ବରୁ ମୁଖ୍ୟ ମହାପ୍ରବନ୍ଧକଙ୍କୁ ୨୦୨୨ ଏପ୍ରିଲ ୨୬ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଭଦ୍ରକ ଏମ୍‌ପିଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। କିଛି ସୁଫଳ ନ ମିଳିବାରୁ ଓଡ଼ିଶା ରେଳ ଉପଭୋକ୍ତା କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବା ସହ ମୁଖ୍ୟ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍‌ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଭଦ୍ରକ ଜିଲା ସର୍ବୋଦୟ ମଣ୍ଡଳ ସଭାପତିଙ୍କ ସମେତ ଅର୍ଜୁନ ସାମନ୍ତରାୟ, ସୌମ୍ୟରଞ୍ଜନ ପ୍ରଧାନ, ସୌମ୍ୟରଞ୍ଜନ ଶ୍ରୀଚନ୍ଦନ, ଦେବୀକିଙ୍କର ପାଣିଗ୍ରାହୀ, ଅପର୍ଣ୍ଣା ନାୟକ, ରମାକାନ୍ତ ମଣ୍ଡଳ ପ୍ରମୁଖ ଏଥିରେ ସାମିଲ ଥିଲେ। ପଶ୍ଚିମବଙ୍ଗରେ ପାସେଞ୍ଜର ଟ୍ରେନ୍‌ରେ ସର୍ବନିମ୍ନ ୫ଟଙ୍କା ଭଡ଼ା ନିଆଯାଉଥିବା ବେଳେ ଓଡ଼ିଶାରେ ୩୦ ଟଙ୍କା କାହିଁକି ନିଆଯାଉଛି, ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସମସ୍ତ ସୁବିଧା ପୁନର୍ବାର କାର୍ଯ୍ୟକାରୀ, ଏକ୍ସପ୍ରେସ ଓ ପାସେଞ୍ଜର ଅଧିକ ସଂଖ୍ୟକ ବଗି ସଂଯୋଗ କରାଯିବା ଆଦି ଦାବି ବିଷୟରେ ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri