Categories: ବାଣିଜ୍ୟ

ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ରପ୍ତାନିକାରୀ ସଂସ୍ଥା ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (ଏଫ୍‌ଆଇଏଫ୍‌ଓ) ପକ୍ଷରୁ ଆକଳନ କରାଯାଇଛି। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ରପ୍ତାନି ପ୍ରାୟ ୪୨୨ ବିଲିୟନ ଡଲାରର ସର୍ବକାଳୀନ ରେକର୍ଡ ହାସଲ କରିଥିଲା। ଏ ସମ୍ପର୍କରେ ଏଫ୍‌ଆଇଏଫ୍‌ଓର ସଭାପତି ଏ. ସାକଥିଭେଲ କହିଛନ୍ତି, ଯଦି ଉଭୟ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଭୌଗୋଳିକ ଓ ରାଜନୈତିକ ସ୍ଥିତିରେ ବିଶେଷ ଉନ୍ନତି ନ ହୁଏ ତେବେ ଆଗାମୀ ମାସଗୁଡ଼ିକ ସାମାନ୍ୟ ଚ୍ୟାଲେଞ୍ଜ ହେବ ବୋଲି ଆଶଙ୍କା ରହିଛି। ସେହିଭଳି ଯଦି ଆମେ ପୂର୍ବ ଆର୍ଥିକ ବର୍ଷର ସାମଗ୍ରୀ ରପ୍ତାନି ଲକ୍ଷ୍ୟ ୪୩୫-୪୪୫ ବିଲିୟନ ଡଲାରକୁ ଅତି ସହଜରେ ଛୁଇଁପାରିବା ତା’ ହେଲେ ରପ୍ତାନି ହାର ଅଭିବୃଦ୍ଧି ଘଟିବ। ସେହିପରି କ୍ରମାଗତ ୨ୟ ମାସ ପାଇଁ ଚୁକ୍ତିନାମା କରି ବିଶ୍ୱର ଚାହିଦା ହ୍ରାସ ହେତୁ ଜାନୁୟାରୀରେ ଭାରତର ରପ୍ତାନି ୬.୫୮% ହ୍ରାସ ହୋଇ ୩୨.୯୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଜାନୁଆରୀ ମଧ୍ୟରେ ଦେଶର ବାଣିଜ୍ୟ ରପ୍ତାନୀ ୮.୫୧% ବୃଦ୍ଧି ପାଇ ୩୬୯.୨୫ ବିଲିୟନ ଡ଼ଲାରରେ ପହଞ୍ଚତ୍ଛି। ରପ୍ତାନିକାରୀ ସମ୍ପ୍ରଦାୟକୁ ପରିଚାଳନା ଏବଂ ମାର୍ଗଦର୍ଶନ କରିବା ତଥା ଏଫ୍‌ଆଇଏଫ୍‌ଓ ତା’ର ନିରନ୍ତର ପ୍ରୟାସରେ ଫେବୃୟାରୀ ୧୯ରେ ୫୮ତମ ଫାଉଣ୍ଡେଶନ ଦିବସ ପାଳନ କରୁଛି।

Share