ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ରପ୍ତାନିକାରୀ ସଂସ୍ଥା ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (ଏଫ୍‌ଆଇଏଫ୍‌ଓ) ପକ୍ଷରୁ ଆକଳନ କରାଯାଇଛି। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ରପ୍ତାନି ପ୍ରାୟ ୪୨୨ ବିଲିୟନ ଡଲାରର ସର୍ବକାଳୀନ ରେକର୍ଡ ହାସଲ କରିଥିଲା। ଏ ସମ୍ପର୍କରେ ଏଫ୍‌ଆଇଏଫ୍‌ଓର ସଭାପତି ଏ. ସାକଥିଭେଲ କହିଛନ୍ତି, ଯଦି ଉଭୟ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଭୌଗୋଳିକ ଓ ରାଜନୈତିକ ସ୍ଥିତିରେ ବିଶେଷ ଉନ୍ନତି ନ ହୁଏ ତେବେ ଆଗାମୀ ମାସଗୁଡ଼ିକ ସାମାନ୍ୟ ଚ୍ୟାଲେଞ୍ଜ ହେବ ବୋଲି ଆଶଙ୍କା ରହିଛି। ସେହିଭଳି ଯଦି ଆମେ ପୂର୍ବ ଆର୍ଥିକ ବର୍ଷର ସାମଗ୍ରୀ ରପ୍ତାନି ଲକ୍ଷ୍ୟ ୪୩୫-୪୪୫ ବିଲିୟନ ଡଲାରକୁ ଅତି ସହଜରେ ଛୁଇଁପାରିବା ତା’ ହେଲେ ରପ୍ତାନି ହାର ଅଭିବୃଦ୍ଧି ଘଟିବ। ସେହିପରି କ୍ରମାଗତ ୨ୟ ମାସ ପାଇଁ ଚୁକ୍ତିନାମା କରି ବିଶ୍ୱର ଚାହିଦା ହ୍ରାସ ହେତୁ ଜାନୁୟାରୀରେ ଭାରତର ରପ୍ତାନି ୬.୫୮% ହ୍ରାସ ହୋଇ ୩୨.୯୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଜାନୁଆରୀ ମଧ୍ୟରେ ଦେଶର ବାଣିଜ୍ୟ ରପ୍ତାନୀ ୮.୫୧% ବୃଦ୍ଧି ପାଇ ୩୬୯.୨୫ ବିଲିୟନ ଡ଼ଲାରରେ ପହଞ୍ଚତ୍ଛି। ରପ୍ତାନିକାରୀ ସମ୍ପ୍ରଦାୟକୁ ପରିଚାଳନା ଏବଂ ମାର୍ଗଦର୍ଶନ କରିବା ତଥା ଏଫ୍‌ଆଇଏଫ୍‌ଓ ତା’ର ନିରନ୍ତର ପ୍ରୟାସରେ ଫେବୃୟାରୀ ୧୯ରେ ୫୮ତମ ଫାଉଣ୍ଡେଶନ ଦିବସ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri