Categories: ବାଣିଜ୍ୟ

ରପ୍ତାନି, ଆମଦାନୀରେ ବୃଦ୍ଧି

ଆଦିଲ୍ଲୀ,୯।୬: ଚଳିତ ମାସର ପ୍ରଥମ ସପ୍ତାହ ମଧ୍ୟରେ ଦେଶର ବ୍ୟବସାୟିକ ରପ୍ତାନିରେ ୨୪.୧୮% ବୃଦ୍ଧି ଘଟି ୯.୩୯ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷ କରି ଇଞ୍ଜିନିୟରିଂ, ଜେମ୍‌, ଜୁଏଲେରି ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ଭଳି କ୍ଷେତ୍ରରେ ରପ୍ତାନି ବୃଦ୍ଧି ଯୋଗୁ ଏଭଳି ଉତ୍ତମ ଫଳାଫଳ ଦେଖିବାକୁ ମିଳିଥିବା କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଇଞ୍ଜିନିୟରିଂ, ଜେମ୍‌, ଜୁଏଲେରି ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ କ୍ଷେତ୍ରର ରପ୍ତାନିରେ ଯଥାକ୍ରମେ ୮୪.୩%, ୨୫.୭%, ୨୦.୪% ଏବଂ ୭୩.୫% ବୃଦ୍ଧି ଘଟିଛି। ସେହିପରି ଚଳିତ ମାସ ପ୍ରଥମ ସପ୍ତାହରେ ଦେଶର ଆମଦାନୀରେ ମଧ୍ୟ ୭୭% ବୃଦ୍ଧି ଘଟି ୧୬ ବିଲିୟନ ଡଲାରରେ ପହଞ୍ଚିଛି। ପେଟ୍ରୋଲିୟମ, କ୍ରୁଡ୍‌, କୋଇଲା, କୋକ୍‌ ଏବଂ ବ୍ରିକେଟ୍‌, ସୁନା, କେମିକାଲ୍‌ କ୍ଷେତ୍ରରେ ଆମଦାନୀ ବୃଦ୍ଧି କାରଣରୁ ଦେଶର ଆମଦାନୀରେ ଏହି ବୃଦ୍ଧି ଦେଖିବାକୁ ମିଳିଛି।

Share