ବିସ୍ଫୋରକ ଫାଟି ହାତୀ ଶାବକ ମୁହଁରେ ଆଘାତ: ଜୀବନ ସହ ସଂଘର୍ଷ କରି ମୃତ

ରାଇଘର, ୮।୧୨ (କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିବା ଆହତ ହାତୀ ଶାବକର ମୃତ୍ୟୁ ଘଟିଛି । ଶିକାରୀଙ୍କ ଦ୍ବାରା ଜଙ୍ଗଲରେ ଲଗାଯାଇଥିବା ବିସ୍ଫୋରକ ଫାଟି ହାତୀ ଶାବକର ପାଟିରେ ଆଘାତ ଲାଗିଥିଲା । ଛତିଶଗଡ଼ ଏବଂ ଓଡ଼ିଶା ବନ ବିଭାଗ ପକ୍ଷରୁ ହାତୀ ଶାବକର ଚିକିତ୍ସା ଜାରି ରହିଥିବା ସତ୍ତ୍ୱେ ରବିବାର ତା’ର ମୃତ୍ୟୁ ଘଟିଛି। ଛତିଶଗଡ଼ ବନବିଭାଗ ହାତୀର ମରଶରୀରକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ରାଇଘର ବ୍ଲକ ସୀମାନ୍ତରେ ଥିବା ପଘାରପାଣି ଜଙ୍ଗଲରେ ଶିକାରୀମାନେ ଶିକାର ପାଇଁ ଗଛରେ କିଛି ବିସ୍ଫୋରଣ ସାମଗ୍ରୀ ବାନ୍ଧି ରଖିଥିଲେ। ଗତ ୧୨ ଦିନ ତଳେ ଏକ ୬ ବର୍ଷର ହାତୀ ଶାବକ ଗଛରୁ ଡାଳପତ୍ର ଖାଇବା ସମୟରେ ବିସ୍ଫୋରଣ ହେବାରୁ ତା’ର ପାଟିରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିଲା । ଫଳରେ ହାତୀ ଛୁଆଟି ଖାଦ୍ୟ ଖାଇପାରୁ ନ ଥିବା ବେଳେ ପାଣି ପିଇବା ସନ୍ଧାନରେ ଏଣେ ତେଣେ ଜଙ୍ଗଲ ଭିତରେ ବୁଲୁଥିବାରୁ ହାତୀପଲଠାରୁ ଦୂରେଇ ଯାଇଥିଲା। ଖାଦ୍ୟ ଖାଇ ନ ପାରି ଦୁର୍ବଳ ହୋଇପଡିଥିଲା। ଛତିଶଗଡ଼ ବନ ବିଭାଗ କର୍ମଚାରୀ ଡ୍ରୋନ ସାହାଯ୍ୟରେ ହାତୀ ଛୁଆର ସନ୍ଧାନ ପାଇ ପଘାରପାଣି ଜଙ୍ଗଲରେ ପହଞ୍ଚି ଟ୍ରାଙ୍କୁଲାଇଜର ସାହାଯ୍ୟରେ ହାତୀକୁ କାବୁ କରିବା ସହ ଚିକିତ୍ସା ଆରମ୍ଭ କରିଥିଲା l ସେହିଦିନଠାରୁ ପ୍ରାୟ ୪ ଥର ଚିକିତ୍ସା କରାଯାଇଥିବା ସତ୍ତ୍ୱେ ଗରିଆବନ୍ଧ ଜିଲା ଅନ୍ତର୍ଗତ ରାଜାପୋଡାଓ ଜଙ୍ଗଲରେ ହାତୀ ଛୁଆଟି ଆଖିବୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri