ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ବାପା, ଝିଅ ଗୁରୁତର ହୋଇଛନ୍ତି। ଆହତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ସେହନବାଜ ମଲିକ, ତୃପ୍ତିମୟୀ ବଳ, ସେହନବାଜଙ୍କ ଝିଅଙ୍କ ମୁହଁ, ହାତ ଏବଂ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି। ଏଥିରେ ସେହନବାଜଙ୍କ ୨ ସାଙ୍ଗ ସାହିଲ୍‌ ଖାନ୍‌ ଏବଂ ସୋମ୍ୟରଞ୍ଜନ ସ୍ବାଇଁ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଡିସିପି ଏବଂ ଫୋରେନସିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ଛାନଭିନ୍‌ କରୁଛନ୍ତି।
ମିଳିଥିବା ସୂଚନାନୁସାରେ, ନ୍ୟୁ ଆଜାଦ ନଗର ରେହେନୁମା ମଞ୍ଜିଲରେ ସେହନବାଜ ମଲିକ ୩ ତାଲାରେ ଘର ଭଡ଼ା ନେଇ ପରିବାର ସହ ରହୁଥିଲେ। ସେ ଘରର ଛାତ ଉପରେ ବେଆଇନଭାବେ ବୋମା ଭିଡ଼ି ଅପରାଧୀମାନଙ୍କୁ ବିକ୍ରି କରିଥାନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ୨ଜଣ ସ୍କୁଟିରେ ଆସି ତାଙ୍କୁ ବୋମା ନେବା ପାଇଁ ଅର୍ଡର ଦେଇଥିଲେ। ବୋମା ପ୍ରସ୍ତୁତି କରୁଥିବାବେଳେ ଅପରାହ୍ନ ୨ଟା ୪୦ମିନିଟରେ ହଠାତ୍‌ ଏକ ବଡ଼ ଧରଣର ବିସ୍ଫୋରଣ ହେଲା। ୧୦ ଫୁଟ ଉପରକୁ ନିଅଁା ଉଠିବା ସହ ଜଣଙ୍କ ହାତ ଛିଡ଼ି ଯାଇଥିଲା। ପାଖରେ କପଡ଼ା, ଗ୍ଲାସ୍‌, ବୋମାର ଏକାଧିକ ନମୁନା ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଗ୍ୟାସ୍‌ ଫାଟିଥିବା ଭାବି ଏକାଧିକ ଲୋକ ଦୌଡ଼ି ଆସିଥିଲେ। ହେଲେ ବୋମା ବିସ୍ଫୋରଣ ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଜନବସତି ଅଞ୍ଚଳରେ ଛାତ ଉପରେ ସେହନବାଜ୍‌ ବୋମା ପ୍ରସ୍ତୁତ କରି ଅପରାଧୀଙ୍କୁ ଯୋଗାଉଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଡିସିପି ଜଗମୋହନ ମୀନା ଯାଞ୍ଚ କରିବା ପରେ କହିଛନ୍ତି, ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ ଘଟିଛି। ଆପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହନବାଜଙ୍କ ନଁାରେ ଏକାଧିକ ଆପରାଧିକ ମାମଲା ରହିଛି। ନୟାପଲ୍ଲୀ, ମୈତ୍ରୀବିହାର ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ଏକାଧିକ ମାମଲା ରହିଛି। ବେଆଇନ ଭାବେ ବୋମା ଭିଡ଼ାଯାଉଥିବାରୁ ଏନେଇ ସେହନବାଜଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି। ରାଜଧାନୀ ଏବଂ ଏହାର ଉପକଣ୍ଠରେ ଏଭଳି ବେଆଇନ ଭାବେ ବୋମା ଭିଡ଼ାଯାଉଛି। ପୋଲିସ ସେମାନଙ୍କୁ ଲାଇସେନ୍ସ ଦେଇ ନ ଥିବାବେଳେ ସେମାନେ ବେଆଇନ ଭାବେ ବୋମା ଭିଡ଼ି ବିକ୍ରି କରୁଛନ୍ତି।
୨୦୨୩ ଏପ୍ରିଲ ୪ରେ ବାଣୀବିହାର କ୍ୟାମ୍ପସ ପଛରେ ଜଣେ ବ୍ୟକ୍ତି ବେଆଇନ ଭାବେ ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ ଘଟି ତାଙ୍କ ଜୀବନ ଯାଇଥିଲା। ସେହିପରି ଗତ ବର୍ଷ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଘରେ ବୋମା ଭିଡ଼ାଯାଉଥିବାବେଳେ ବିସ୍ଫୋରଣରେ ଏକାଧିକ ଆହତ ହୋଇଥିଲେ। ୨୦୧୮ ନଭେମ୍ବର ୧ରେ ବାଲିପାଟଣା ଥାନା ବନମାଳୀପୁର ନୂୂଆସାହିରେ ବାଣ ଭିଡ଼ିବା ବେଳେ ଜ୍ଞାନରଞ୍ଜନ ମିଶ୍ର ଏବଂ ଝୁନାରାଣୀ ମିଶ୍ରଙ୍କ ମୃତ୍ୟୁ ଘଟିଥିଲା। ଝୁନାଙ୍କ ମୃତଦେହ ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ଜ୍ଞାନରଞ୍ଜନଙ୍କ ମୃତଦେହ ମିଳିପାରି ନାହିଁ। ସେହିପରି ଜଟଣୀରେ ୨୦୨୪ରେ ଏକ ବାଣ ବିସ୍ଫୋରଣ ଘଟିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri