ହରଭଙ୍ଗା,୨୧ା୯: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଏବଂ ଛତ୍ରପୁର ଗ୍ରାମ ମଧ୍ୟ ଭାଗରେ ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଗୋଦାମ ଘର ଛାତ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଏହା ସହିତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ/ତିନିଜଣ ଆହତ ହୋଇଥିବା ଜଣାପଡ଼ଛି।
ଅନ୍ୟପଟେ ଏଭଳି ବଡ଼ଧରଣର ବସ୍ଫୋରଣ ଯୋଗୁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ଘରଦ୍ୱାର ଗାଡ଼ି ଶୋରୁମ ସହିତ ଦୋକାନ ଥରି ଘରର କାଚ ଭାଙ୍ଗିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବାହିନୀ, ପୁରୁଣାକଟକ ପୋଲିସ ପହଞ୍ଚି ସର୍ଚ୍ଚ ଅପରେଶନ ସହିତ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ଏଭଳି ଘଟଣା ପରେ ସମ୍ପୃକ୍ତ ଗାଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।


