Posted inଜାତୀୟ

ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ବିସ୍ଫୋରଣ…

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ବିସ୍ଫୋରଣ ଘଟିଛି। ରାତ୍ର ୧ଟା ୩୭ରେ ଏବଂ ୧ଟା ୪୨ରେ ୫ ମିନିଟ୍‌ ମଧ୍ୟରେ ୨ ଥର ବିସ୍ଫୋରଣ ଘଟିଥିବା ଏୟାରଫୋର୍ସ ଷ୍ଟେଶନ ପକ୍ଷରୁ ସୂଚନା ଦିଆଯାଇଛି। ୨ ଡ୍ରୋନ୍‌କୁ ବିସ୍ଫୋରଣ କାର୍ଯ୍ୟରେ ବ୍ୟବହାର କରାଯାଇଥିବା କୁହାଯାଉଛି। ବିସ୍ଫୋରଣ ଶକ୍ତିଶାଳୀ ନ ଥିବା ଏୟାର ଫୋର୍ସ ଷ୍ଟେଶନ ପକ୍ଷରୁ କୁହାଯାଇଛି। ବିସ୍ଫୋରଣରେ ବାୟୁସେନାର ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଏଚ୍‌.ଏସ୍‌. ଆରୋରାଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଫେରୋନସିକ୍‌ ଟିମ୍‌ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଏନ୍‌ଆଇଏ ଏବଂ ଏନ୍‌ଏସ୍‌ଜି ଟିମ୍‌ ପକ୍ଷରୁ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜୁଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ

ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍‌ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ…

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri