ଚାକିରି ପ୍ରଲୋଭନରେ ଅର୍ଥ ଶୋଷଣ

ବଲାଙ୍ଗୀର,୧୪ା୮(ବୀରେନ୍ଦ୍ର କୁମାର ଝାଙ୍କର): ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ୱରର ଜଣେ ଯୁବତୀଙ୍କଠାରୁ ଅର୍ଥ ଶୋଷଣ ସହ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ରବିବାର ସ୍ଥାନୀୟ ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ଭୁବନେଶ୍ୱରର ଜଣେ ଯୁବତୀ ବଲାଙ୍ଗୀର ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଯୁବତୀଙ୍କୁ ଏକ ସଂସ୍ଥାର ହଷ୍ଟେଲରୁ ବଲାଙ୍ଗୀର ଯୁବ କଂଗ୍ରେସ ନେତା ନାସିର ଖାନ୍‌ ଉଦ୍ଧାର କରି ଟାଉନ୍‌ ଥାନାକୁ ଆଣିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଉଦ୍ଧାର ଯୁବତୀଙ୍କୁ ତାଙ୍କ ମାତା ଓ ଭଉଣୀ ଭୁବନେଶ୍ୱର ନେଇ ଫେରିଯାଇଥିବା ଜଣାପଡିଛି।
ଟାଉନ୍‌ ଥାନାରେ ଉଦ୍ଧାର ଯୁବତୀ ମୋହିନୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଭୁବନେଶ୍ୱରର ସୋନା ନାମକ ତାଙ୍କର ଜଣେ ସାଙ୍ଗ ପୂର୍ବରୁ ବଲାଙ୍ଗୀର ଆସି ଉକ୍ତ ସଂସ୍ଥାରେ କାମ କରୁଥିଲେ। ସେ ମୋହିନୀଙ୍କୁ ଉକ୍ତ ସଂସ୍ଥାରେ କାମ କରିବାକୁ କହିଥିଲେ। ଏପରିକି ଉକ୍ତ କମ୍ପାନୀ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିତ୍ବାରୁ ପରେ ନିୟମିତ ଚାକିରି ହୋଇଯିବ ବୋଲି କହିଥିଲେ। ଏଭଳି ସୂଚନା ପାଇବା ପରେ ଯୁବତୀ ଜଣକ ପ୍ରାୟ ୬ ଦିନ ତଳେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ସେଠାରୁ ତାଙ୍କୁ ଏକ ହଷ୍ଟେଲରେ ରଖାଯାଇଥିଲା। ଚାକିରୀ ପାଇଁ ଫର୍ମ ଫିଲପ୍‌ ବାବଦକୁ ୨ ହଜାର ଏବଂ ୧୨ ଦିନ ଟ୍ରେନିଂ, ହଷ୍ଟେଲରେ ରହିବା ଏବଂ ଖାଇବା ବାବଦକୁ ପ୍ରଥମେ ୧୨ ହଜାର ଟଙ୍କା ଦେବାକୁ ପଡିବ ବୋଲି ତାଙ୍କୁ କୁହାଯାଇଥିଲା। ମୋହିନୀଙ୍କଠାରୁ ୧୨ ହଜାର ଟଙ୍କା ଉକ୍ତ ସଂସ୍ଥା ନେବା ପରେ ତାଙ୍କୁ ସଦର ଥାନା ସମ୍ମୁଖ ଗଳିରେ ଥିବା ଏକ ଭଡ଼ା ଘର ହଷ୍ଟେଲରେ ରହିବାକୁ କୁହାଯାଇଥିଲା। ସେଠାରେ ଟ୍ରେନିଂରେ କ’ଣ ସବୁ ନୀତିନିୟମ ରହିଛି କହୁଥିଲେ। ଯୁବତୀ ଜଣକ ଦୁଇଦିନ ରହିବା ପରେ ସନ୍ଦେହ କରି ନିଜ ପରିବାରବର୍ଗଙ୍କୁ ସୂଚନା ଦେବା ସହ ଯୁବ କଂଗ୍ରେସ ନେତା ନାସିର ଖାନ୍‌ଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଖାନ୍‌ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ଟାଉନ୍‌ ଥାନାକୁ ଆଣିଥିଲେ। ଟାଉନ୍‌ ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ଗ୍ଳେଜ୍‌ ଇଣ୍ଡିଆ ସଂସ୍ଥା ବଲାଙ୍ଗୀର ଶାଖାର କେତେଜଣ କର୍ମଚାରୀଙ୍କୁ ଥାନାକୁ ଡାକିଥିଲେ। ଉକ୍ତ ସଂସ୍ଥାର କର୍ମଚାରୀମାନେ ଯୁବତୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri