‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ ରେଳ ପ୍ରକଳ୍ପ ନିମାଣ କାମ ଆରମ୍ଭ ହେବ ବୋଲି କହିଥିଲେ। ଏହାର ଜବାବରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଯାହା କହିଛନ୍ତି ତାହା ରାଜ୍ୟ ସରକାର ଓ ବିଜୁ ଜନତା ଦଳର ପଦ୍ମପୁରବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବରଗଡ ଏମ୍‌ପି ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ପୂଜାରୀ କହିଛନ୍ତି, ପ୍ରକଳ୍ପର ଟେଣ୍ଡର ହେବାର ୧୧ ମାସ ପରେ ମଧ୍ୟ ଏବେ ସୁଦ୍ଧା ରାଜ୍ୟ ସରକାର ଇଞ୍ଚେ ଜମି ଅଧିଗ୍ରହଣ କରିପାରିନାହାନ୍ତି। କେନ୍ଦ୍ର ସରକାର କେବେ ରାଜ୍ୟ ସରକାରଙ୍କୁ ଜମି ମାଗିଥିଲେ ତାହା ପ୍ରକାଶ କରନ୍ତୁ ବୋଲି ବିଜେଡି ନେତା କହିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ଓ ବିଜେଡି କେବେ ନିଜର ଦାୟିତ୍ୱକୁ ବୁଝିପାରନ୍ତିନାହିଁ। ଯେବେଠାରୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ଅନୁମୋଦନ କରିଲେଣି ସେବେଠାରୁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ଦାୟିତ୍ୱ ଆରମ୍ଭ ହୋଇଛି। ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ ଏହି ପ୍ରକଳ୍ପ ପାଇଁ କେତେ ଜମି ଦରକାର ଏହାର ଟେଣ୍ଡର କାଢି ରାଜ୍ୟ ସରକାରଙ୍କୁ ଜଣାଇସାରିଛି। ରାଜ୍ୟ ସରକାର ଏବେ ଜମି ଚିହ୍ନଟ ଓ ଅଧିଗ୍ରହଣ କରି ଜମିର ବିବରଣୀ ସେହି କମ୍ପାନୀକୁ ଦେବା ଦରକାର। ଏବେ ରାଜ୍ୟ ସରକାର ଜମି ନ ଦେବା କାରଣରୁ ପ୍ରକଳ୍ପ କାମ ଆଗେଇ ନ ପାରିବା କଥା ଯେତେବେଳେ ଭାଜପା ଉଠାଉଛି ସେତେବେଳେ ବିଜେଡି ଓଲଟି କାହିଁକି କେନ୍ଦ୍ର ଜମି ମାଗିଲା ନାହିଁ ବୋଲି କହୁଛି ।
ରାଜ୍ୟର ବିକାଶରେ କ’ଣ ରାଜ୍ୟ ସରକାରଙ୍କ କିଛି ଭୂମିକା ନାହିଁ। ସବୁବେଳେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି ବା ତାଗିଦା ଦରକାର ବୋଲି ପୂଜାରୀ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଏହି ପ୍ରକଳ୍ପ ଅନୁମୋଦନ ହେବାର ୧୧ମାସ ପରେ ଅନୁମୋଦନ ମାଗିବା ପାଇଁ ଚିଠି ଲେଖି ଅପଦସ୍ତ ହୋଇଥିଲେ। ଏବେ ପଦ୍ମପୁରବାସୀଙ୍କ ସାମ୍‌ନାରେ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରୀ ଆହ୍ବାନ ଦେବା ପରେ ବିଜେଡି ଏହି ପ୍ରସଙ୍ଗରେ ଲୋକଙ୍କୁ ମୁଁହ ଦେଖାଇବା କଷ୍ଟକର ହୋଇପଡିଛି ବୋଲି ପୂଜାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri