ଦାମୀ ନେକ୍‌ଲେସ୍‌

ଗହଣା କେବଳ ନାରୀ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ନାହିଁ। ଏହାକୁ ଆଭିଜାତ୍ୟର ପ୍ରତୀକଭାବେ ବି ଗଣାଯାଏ। ଏଠାରେ ସେମିତି କିଛି ନେକ୍‌ଲେସ୍‌ ସମ୍ପର୍କରେ କୁହାଯାଇଛି, ଯାହା ଏତେ ଦାମୀ ଯେ, ତାକୁ କିଣି ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଜାଣନ୍ତୁ ପୃଥିବୀର ସେଇ ସବୁ ଦାମୀ ନେକ୍‌ଲେସ୍‌ ସମ୍ପର୍କରେ…

ହୋପ୍‌ ଡାଇମଣ୍ଡ ନେକଲେସ୍‌, ୩୫୦ ମିଲିୟନ ଡଲାର: ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ ନେକ୍‌ଲେସ୍‌। ସପ୍ତାଦଶ ଶତାବ୍ଦିରେ ନିର୍ମିତ ଏହି ସୁନ୍ଦର ନେକ୍‌ଲେସ୍‌ଟିରେ ଖଚ୍ଚିତ ୧୧୨ ୩/୧୬ କ୍ୟାରେଟ୍‌ର ବାଇଗଣୀ ରଙ୍ଗର ହୀରା ଭାରତର ଗୋଲକୋଣ୍ଡାସ୍ଥ କୋଲୁର ଖଣିରୁ ମିଳିଥିବା କୁହାଯାଏ। ତ୍ରିଭୁଜାକାର ଏହି ହୀରାକୁ ପ୍ରଥମେ ଜିନ ବାପ୍ଟିଷ୍ଟ ଟାଭେରନିଏର୍‌ କିଣିଥିଲେ। ପରେ ସେ ଏହାକୁ ଫ୍ରାନ୍ସର କିଙ୍ଗ ଲୁଇସ୍‌ ୧୪ଙ୍କୁ ବିକ୍ରି କରିଥିଲେ। ଏହାପରେ ଏହା କିଙ୍ଗ ଲୁଇସ୍‌ ୧୫ଙ୍କର ହୋଇଥିଲା। ପରେ ଯେବେ ଲୁଇସ୍‌ ୧୬ ଏବଂ ମାରି ଆଣ୍ଟୋଇନେଟ୍‌ ଫ୍ରାନ୍ସ ଛାଡି ପଳାଇଲେ ତାଙ୍କର ରାଜକୀୟ ଅଳଙ୍କାରକୁ ଫ୍ରାନ୍ସ ସରକାର ସିଜ୍‌ କରିଥିଲା। ୧୮୧୨ରେ ଏହି ହୀରାକୁ ହେନରୀ ଫିଲିପ ହୋପ୍‌ କିଣି ନେଇଥିଲେ। ଆଉ ତାଙ୍କ ନାମାନୁସାରେ ହିଁ ହୀରାର ନାମକରଣ ହୋଇଛି। ଏହାପରେ ବି ଏହାର ମାଲିକାନା ପରିବର୍ତ୍ତନ ହୋଇଛି। ଶେଷରେ ମିସେସ୍‌ ଇଭାଲିନ ଓ୍ବାଲ୍ସ ମ୍ୟାକ୍‌୍‌ଲିନ୍‌ ଏହି ହୀରାକୁ ନେକ୍‌ଲେସ୍‌ରେ ଖଚ୍ଚିତ କରିଥିଲେ। ଏହି ଐତିହାସିକ ହୀରା ସ୍ମିଥସୋନିଆନ୍‌ କଲେକ୍ସନ୍‌ରେ ଅନ୍ତର୍ଭୁକ୍ତ। ଆଉ ଏହାର ମୂଲ୍ୟ ୩୫୦ ମିଲିୟନ ଡଲାର।
ଏ ହେରିଟେଜ୍‌ ଇନ୍‌ ବ୍ଲୁମ୍‌, ୨୦୦ ମିଲିୟନ ଡଲାର: ଚାଇନାର ଜୁଏଲର୍‌ ଓ୍ବାଲାସ୍‌ ଚାନ୍‌ଙ୍କ ଦ୍ୱାରା ଡିଜାଇନ ହୋଇଥିବା ଏହି ନେକ୍‌ଲେସ୍‌ ପୃଥିବୀର ଦ୍ୱିତୀୟ ଦାମୀ ନେକ୍‌ଲେସ୍‌ ଭାବେ ପରିଚିତ। ଏଥିରେ ୧୧, ୫୫୧ଟି ହୀରା ଖଚ୍ଚିତ ଅଛି, ଯାହାକି ୩୮୩.୪୦ କ୍ୟାରେଟ୍‌ର ଅଟେ। ଏହାର ମଝିରେ ଥିବା ହୀରାଟି ୫୦୭. ୫୫ କ୍ୟାରେଟ୍‌ର ଓ ତା’ର ମୂଲ୍ୟ ୩୫ ମିଲିୟନ। ଏହା ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ। କିନ୍ତୁ ଐତିହାସିକ କୁହନ୍ତି ଏହାର ମୂଲ୍ୟ ଅମୁଲ ମୁଲ।
ନିଜାମ ଅଫ୍‌ ହାଇଦ୍ରାବାଦ ନେକ୍‌ଲେସ୍‌, ୮୩ ମିଲିୟନ ଡଲାର: ପୃଥିବୀର ତୃତୀୟ ଦାମୀ ନେକ୍‌ଲେସ୍‌ ଭାବେ ପରିଚିତ ଉକ୍ତ ନେକ୍‌ଲେସ୍‌ଟି କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ବେକରେ ଶୋଭାପାଉଥିଲା। ହାଇଦ୍ରାବାଦର ନିଜାମ ଅସଫ୍‌ ଜାହ ୭ ଏହି ନେକ୍‌ଲେସ୍‌କୁ ୧୯୪୭ ମସିହାରେ ରାଣୀ ଏଲିଜାବେଥ୍‌ଙ୍କୁ ଉପହାରସ୍ବରୂପ ପ୍ରଦାନ କରିଥିଲେ। ସେତେବେଳେ ସେ କୁଇନ୍‌ ଏଲିଜାବେଥ୍‌ଙ୍କୁ କାର୍ଟିୟର୍‌ କଲେକ୍ସନ୍‌ ମଧ୍ୟରୁ ଯେକୌଣସି ଅଳଙ୍କାର ବାଛିବାକୁ କହିଥିଲେ। ଆଉ ଏଲିଜାବେଥ୍‌ ୫୦ରୁ ଉର୍ଦ୍ଧ୍ୱ ହୀରା ଖଚ୍ଚିତ, ତାସହ ୧୩ଟି ଏମାରେଲ୍ଡ କଟ୍‌ ହୀରା ଓ ଏକ ଡ୍ରପ୍‌ ଡାଇମଣ୍ଡ ଥିବା ଉକ୍ତ ନେକଲେସ୍‌ କୁ ବାଛିଥିଲେ। ଯାହା ତାଙ୍କ ଟିଆରା ସହ ମ୍ୟାଚ୍‌ ହେଉଥିଲା। କୁଇନ୍‌ ଏଲିଜାବେଥ ଏହାକୁ ଅନେକ ବିଶେଷ ଅବସରରେ ପିନ୍ଧିଥିବା ଦେଖିବାକୁ ମିଳିଛି। ପରେ କେଟ୍‌ ମିଡଲଟନ୍‌ ମଧ୍ୟ ଏହାକୁ ପିନ୍ଧିଛନ୍ତି।
ଓପେନହିମର୍‌ ବ୍ଲୁ ଡାଇମଣ୍ଡ, ୫୭.୫ ମିଲିୟନ ଡଲାର: ଦାମୀ ନେକ୍‌ଲେସ୍‌ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରୁଥିବା ଏହି ନେକ୍‌ଲେସ୍‌୍‌ର ମୁଖ୍ୟ ଆକର୍ଷଣ ହେଉଛି ଏଥିରେ ଖଚ୍ଚିତ ୧୪.୬୨ କ୍ୟାରେଟ୍‌ର ନୀଳ ହୀରା। ପ୍ଲାଟିନମ୍‌ରେ ତିଆରି ଉକ୍ତ ନେକ୍‌ଲେସ୍‌ଟି ଜେନେଭାରେ କ୍ରିଷ୍ଟିସ୍‌ ଅକ୍ସନରେ ୫୭.୫ ମିଲିୟନ ଡଲାରରେ ବିକ୍ରି ହୋଇଥିଲା।
ଇନକମ୍ପାରେବଲ୍‌ ଡାଇମଣ୍ଡ ନେକଲେସ୍‌, ୫୫ ମିଲିୟନ ଡଲାର: ୧୮ କ୍ୟାରେଟ୍‌ ରୋଜ ଗୋଲ୍ଡରେ ତିଆରି ଏହି ନେକ୍‌ଲେସ୍‌ରେ ୬୩୭ କ୍ୟାରେଟ୍‌ର ଦୁଇଟି ହୀରା, ୩ଟି ଆସାଚୁର୍‌ କଟ୍‌ ହୀରା, ୪ଟି ଓଭାଲ ହୀରା, ୫ଟି କୁସ୍‌ ଡାଇମଣ୍ଡ, ୫ଟି ଇମେରାଲ୍ଡ କଟ୍‌ ଡାଇମଣ୍ଡ, ୯ଟି ହାର୍ଟ ସେପ୍‌ ଡାଇମଣ୍ଡ, ୨୭ଟି ପିୟର ଶେପ୍‌ ଡାଇମଣ୍ଡ, ୩୫ ଟି ରାଉଣ୍ଡ ଶେପ୍‌ ଡାଇମଣ୍ଡ ଖଚ୍ଚିତ ହୋଇଛି। ଏହାଛଡା ୪୦୭.୪୮ କ୍ୟାରେଟ୍‌ର ଏକ ବଡ଼ ଫ୍ୟାନ୍ସି ଡିପ୍‌ ୟେଲୋ ଡାଇମଣ୍ଡ ନେକ୍‌ଲସ୍‌ ମଝିରେ ଲାଗିଛି। ୫୫ ମିଲିୟନ ଡଲାରର ଉକ୍ତ ନେକଲେସ୍‌କୁ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କିଣି ବୋହୁ ଶ୍ଲୋକା ମେହେତାଙ୍କୁ ବିବାହରେ ଉପହାରସ୍ବରୂପ ପ୍ରଦାନ କରିଥିଲେ।
ଟିଫାନୀ ଏମ୍ପାୟାର୍‌ ନେକ୍‌ଲେସ୍‌, ୩୦ ମିଲିୟନ ଡଲାର: ଏହି ହୀରାକୁ ହଲିଉଡ ଗାୟିକା ବେୟୋନ୍ସ ପିନ୍ଧିଥିଲେ। ନେକ୍‌ଲେସ୍‌ର ପେଣ୍ଡେଣ୍ଟଭାବେ ୧୨୮.୫୪ କ୍ୟାରେଟ୍‌ର ଡି କଲର୍‌ ଫ୍ଲଲେସ୍‌ ଡାଇମଣ୍ଡ ଖଚ୍ଚିତ ହୋଇଛି। ଏହି ମାଷ୍ଟରପିସ୍‌ ନେକ୍‌ଲେସ୍‌ରେ ୨୨୪ଟି ବାଗୁଏଟ୍‌ ଡାଇମଣ୍ଡ, ୩୫୩ଟି ଗୋଲ ଆକାରର ହୀରା ବି ଖଚ୍ଚିତ ହୋଇଛି।
ପିକକ୍‌ ନେକ୍‌ଲେସ୍‌, ୧୫ ମିଲିୟନ ଡଲାର: ପ୍ରାୟ ଶହେ ବର୍ଷ ଲାଗି ଯାଇଥିଲା ଏହାର ଡିଜାଇନର୍‌ଙ୍କୁ କଶ୍ମିର ସାଫାୟାର୍‌ ସଂଗ୍ରହ କରି ଏହି ନେକ୍‌ଲେସ୍‌ ଗଢିବା ଲାଗି। ଏଥିରେ ଖଚ୍ଚିତ ସବୁଠୁ ବଡ଼ ସାଫାୟାର୧୦.୫୬ କ୍ୟାରେଟ୍‌ର ଅଟେ। ମୋଟ ୨୧ଟି ସାଫୟାର ଏଥିରେ ଖଚ୍ଚିତ, ଯାହା ୧୦୯.୦୮ କ୍ୟାରେଟ୍‌ର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri