Posted inଫୁରସତ

ଦାମୀ ବହି

ଦ କୋଡେକ୍ସ ଲିସେଷ୍ଟର: ଲିଓ ନାର୍ଡୋ ଦା ଭିନ୍ସିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ପୃଥିବୀର ସବୁଠାରୁ ପ୍ରସିଦ୍ଧ ସାଇଣ୍ଟିଫିକ୍‌ ଜର୍ନଲ ଅଟେ। ଏହା ‘କୋଡେକ୍ସ ହାମର୍‌’ ନାମରେ ବି ପରିଚିତ। ଏଥିରେ ୭୨ ପୃଷ୍ଠା ଅଛି। ଏହା ଲିଓନାର୍ଡୋ ଦା ଭିନ୍ସିଙ୍କର ହସ୍ତଲିଖିତ ପାଣ୍ଡୁଲିପି ଅଟେ। ଜୀବାଶ୍ମଠାରୁ ଆରମ୍ଭ କରି ପାଣିର ଗତି, ଚନ୍ଦ୍ରମାର ଔଜ୍ଜଲ୍ୟତା ପର୍ଯ୍ୟନ୍ତ ଏଥିରେ ବର୍ଣ୍ଣିତ। ପ୍ରଥମେ ଏହି ପାଣ୍ଡୁଲିପିକୁ ୧୭୧୭ରେ ଥମାସ୍‌ କୁକ୍‌ କିଣିଥିଲେ, ଯେକି ପରବର୍ତ୍ତୀ ସମୟରେ ଅର୍ଲ ଅଫ୍‌ ଲିସେଷ୍ଟର ହୋଇଥିଲେ। ତେଣୁ ପରେ ତାଙ୍କ ପଦବୀ ଅନୁସାରେ ଏହି ବହିର ନାମ କୋଡେକ୍ସ ଲିସେଷ୍ଟର ରଖାଯାଇଥିଲା। ବର୍ତ୍ତମାନ ଏହି ପୁସ୍ତକ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ପାଖରେ ଅଛି। ୧୯୯୪ରେ କ୍ରିଷ୍ଟିସ୍‌ ଅକ୍ସନ ହାଉସ୍‌ରୁ ସେ ଏହାକୁ ୩୦ ମିଲିୟନ ବା ୨୦୦ କୋଟିରୁ ଉର୍ଦ୍ଧ୍ୱରେ କିଣି ଓ୍ବାର୍ଲଡ ରେକର୍ଡ କରିଥିଲେ।

ମ୍ୟାଗ୍ନା କାର୍ଟା: ଇଂଲଣ୍ଡର ରାଜା ଜନ୍‌ ଓ ଷ୍ଟିଫେନ୍‌ ଲାଙ୍ଗଟନ୍‌ ଏହି ପୁସ୍ତକକୁ ୧୨୯୭ରେ ରଚନା କରିଥିଲେ। ପରେ ଏହାକୁ ଆମେରିକାର ରସ୍‌ ପେରୋ ଓ ତା’ପରେ ଏହାକୁ କାର୍ଲାଇଲ୍‌ ଗ୍ରୁପ୍‌ର କୋ-ଫାଉଣ୍ଡର ଡେଭିଡ ରୁବେନ୍‌ଷ୍ଟିନ୍‌ କିଣିଥିଲେ। ଉକ୍ତ ପୁସ୍ତକର ମୂଲ୍ୟ ୨୪.୫ ମିଲିୟନ ଡଲାର।

ସେଣ୍ଟ କଥବର୍ଟ ଗୋସ୍ପେଲ: ଏହାର ଲେଖକ ସମ୍ପର୍କରେ ବିଶେଷ କିଛି ଜଣା ନ ଥିଲେ ହେଁ ଲାଟିନ୍‌ ଭାଷାରେ ଲିଖିତ ଉକ୍ତ ପୁସ୍ତକ ଅଷ୍ଟମ ଶତାବ୍ଦିର ବୋଲି କୁହାଯାଏ। ସେଣ୍ଟ ଜନ୍‌ଙ୍କ ଶାସ୍ତ୍ରର ଏହା ଏକ ଛୋଟିଆ କପି। ଏହାର କଭର୍‌ କାଠ ବୋର୍ଡରେ ତିଆରି, ଯାହାକି ରେଡ୍‌ ଗୋଟ ସ୍କିନ୍‌ କଭର୍‌ ହୋଇଛି। ଜେସୁଇଟ୍‌ସ୍‌(ସୋସାଇଟି ଅଫ୍‌ ଜେସସ୍‌) ଏହାକୁ ବ୍ରିଟିଶ ଲାଇବ୍ରେରୀକୁ ବିକ୍ରି କରି ଦେଇଥିଲେ। ଏହାର ମୂଲ୍ୟ ୧୫.୧ ମିଲିୟନ ଡଲାର।

ବେ ସାଲ୍ମ ବୁକ୍‌: ଏହାକୁ ବ୍ରିଟିଶ ନର୍ଥ ଆମେରିକାର ପ୍ରଥମ ଛପା ପୁସ୍ତକ ଭାବେ ଗଣନା କରାଯାଏ। ୧୬୪୦ରେ ମାସାଚୁସେଟ୍‌ସସ୍ଥ ଷ୍ଟିଫେନ୍‌ ଡେ’ ପ୍ରେସ୍‌ରେ ଏହାକୁ ଛପା ଯାଇଥିଲା। ଏହି ପୁସ୍ତକଟିର ଲେଖକ କିଏ ଜଣା ନାହିଁ। ଏହାର ପ୍ରଥମ ସଂସ୍କରଣର ଏକ ମାତ୍ର ସଂରକ୍ଷିତ କପି ୨୦୧୩ରେ ୧୪.୧ ମିଲିୟନ ଡଲାରରେ ନିଲାମ ହୋଇଥିଲା।

ଦ ଗୋସ୍ପେଲ ଅଫ୍‌ ହେନରୀ ଦ ଲାୟନ୍‌ : ରୋମ ସଂସ୍କୃତି ଉପରେ ରଚିତ ଉକ୍ତ ପୁସ୍ତକକୁ ସେଣ୍ଟ ବେନେଡିକ୍ଟ ୧୧୭୪ରେ ରଚନା କରିଥିଲେ। ଏହି ପୁସ୍ତକକୁ ୧୯୮୩ ମସିହାରେ ଜର୍ମାନୀର ସରକାର କିଣିନେଇଥିଲା। ୫୦ ପୃଷ୍ଠା ସମ୍ବଳିତ ଉକ୍ତ ପୁସ୍ତକର ମୂଲ୍ୟ ୧୧.୭ ମିଲିୟନ ଡଲାର।

ଦ କ୍ୟାଣ୍ଟରବରୀ ଟେଲ୍ସ: ‘ଇଂରାଜୀ ଭାଷା ସାହିତ୍ୟ’ ଓ ‘ଇଂରାଜୀ କବିତା’ର ଜନକଭାବେ ପରିଚିତ ଜେଓଫ୍ରେ ଚାଉସର୍‌ଙ୍କର ଏହା ଏକ ଗଳ୍ପ ପୁସ୍ତକ। ଏଥିରେ ୨୪ଟି ଗଳ୍ପ ରହିଛି। ଜେଓଫ୍ରେ ଚାଉସର୍‌ଙ୍କର ଏହା ହେଉଛି ସବୁଠାରୁ ଚର୍ଚ୍ଚିତ ପୁସ୍ତକ। ମିଡିଲ ଇଂଲିଶରେ ରଚିତ ଏହି ପୁସ୍ତକ ୧୯୯୮ରେ କ୍ରିଷ୍ଟିସ୍‌ ଅକ୍ସନରେ ୭.୫ ମିଲିୟନ ଡଲାରରେ ନିଲାମ ହୋଇଥିଲା।

ଫର୍ଷ୍ଟ ଫୋଲିଓ: ଇଂରାଜୀ ସାହିତ୍ୟର ମହାନ୍‌ ନାଟକକାର ଓ୍ବିଲିୟମ ସେକ୍ସପିୟରଙ୍କ ଦ୍ୱାରା ରଚିତ ଉକ୍ତ ପୁସ୍ତକର ମୂଳ କପି ୨୦୦୧ରେ ନ୍ୟୁୟର୍କରେ ନିଲାମ ହୋଇଥିଲା। ମାଇକ୍ରୋସଫ୍ଟ କମ୍ପାନୀର ସହ ସଂସ୍ଥାପକ ପଲ୍‌ ଏଲେନ୍‌ ଏହାକୁ ୨ ମିଲିୟନ ଡଲାରରେ କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri