Categories: ବାଣିଜ୍ୟ

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୫.୬୯%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ନିକଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀ ଅନୁସାରେ ୨୦୨୧ ଫେବୃୟାରୀରେ ଏହା ୧୧୯ ପଏଣ୍ଟ ରହିଥିଲା; ଯାହା ୨୦୨୧ ମାର୍ଚ୍ଚରେ ୦.୬ ପଏଣ୍ଟ ବୃଦ୍ଧି ପାଇ ୧୧୯.୬ ପଏଣ୍ଟରେ ରହିଛି।
ସେହିଭଳି ତାଳଚେର ଓ ଅନୁଗୋଳରେ ଏହା ୧୨୬.୪ ପଏଣ୍ଟରେ ରହିଥିବା ବେଳେ ମାର୍ଚ୍ଚରେ ଏହା ଅପରିବର୍ତ୍ତିତ ରହିଛି। ସେହିପରି କଟକରେ ଏହା ୧୨୬.୩ ଥିଲା ବେଳେ ୦.୧ ପଏଣ୍ଟ ବଢି ମାର୍ଚ୍ଚରେ ୧୨୬.୪ ପଏଣ୍ଟରେ ପହଞ୍ଚତ୍ଛି। କେନ୍ଦୁଝରରେ ମଧ୍ୟ ଏହା ୧୨୫.୫ ପଏଣ୍ଟରେ ରହିଥିଲା; ଯାହା ମାର୍ଚ୍ଚରେ ୦.୬ ପଏଣ୍ଟ କମି ୧୨୪.୯ ପଏଣ୍ଟ ହୋଇଛି।
ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ୮୫.୨% ଭତ୍ତା ପାଉଛନ୍ତି। ଏହି ଭତ୍ତା ୦.୭% କମି ୮୪.୫% ସଂଶୋଧିତ ହାରରେ ପ୍ରାୟ ୨୫.୬୯% ମଇ ପହିଲାଠାରୁ ମିଳିବ ବୋଲି ଜଣାପଡ଼ିଛି। ବୀମା କର୍ମଚାରୀମାନେ ବର୍ତ୍ତମାନ ସମୟରେ ୭୮.୪% ପାଉଥିବା ବେଳେ ଏହା ୦.୯% ହ୍ରାସ ପାଇଛି। ଫଳରେ ସେମାନେ ୭୭.୫% ଚଳିତ ମାସ ୧ ତାରିଖରୁ ପାଇବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୧୭୦.୫୩% ଭତ୍ତା ପାଉଛନ୍ତି। ବର୍ତ୍ତମାନ ଏହା ୨.୧୩% ବୃଦ୍ଧି ପାଇ ୧୭୨.୬୬%ରେ ରହିଛି; ଯାହା ଜୁଲାଇ ପହିଲାରୁ ମିଳିବ ବୋଲି ଜଣାପଡିଛି। ସରକାରୀ କର୍ମଚାରୀ ବର୍ତ୍ତମାନ ୧୭% ଭତ୍ତା ପାଉଛନ୍ତି। ଏବେ ଏହା ୧୪% ବୃଦ୍ଧି ପାଇଛି। ଏହି ବୃଦ୍ଧି ରାଶିକୁ ସେମାନଙ୍କୁ ୨୦୨୦ ଜାନୁୟାରୀରେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଜୁଲାଇରେ ଅବଶିଷ୍ଟ ୩% ମିଳିବ ବୋଲି ଜଣାପଡିଛି।

Share