ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍‌’ !

ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍‌ରେ ସିଲ୍‌ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍‌ଜିଟ୍‌ ପୋଲ। ସ୍କୁଲ ଅଫ୍‌ ପଲିଟିକ୍ସ ଦ଼୍ବାରା ନିର୍ବାଚନ ସମୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏହି ସର୍ଭେରୁ ୨୦୧୯ ତୁଳନାରେ ଭାଜପା ଅଧିକ ସିଟ୍‌ ଦଖଲ କରିବା ନେଇ ଜଣାପଡ଼ିଛି। ଏହି ସର୍ଭେ ମୁତାବିକ ଏନ୍‌ଡିଏ ସପକ୍ଷରେ ୪୯.୩ ପ୍ରତିଶତ ମତ ଯିବ। କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ଇଣ୍ଡିଆମେଣ୍ଟ ୩୮.୪ ପ୍ରତିଶତ ମତ ସହିତ ଦ୍ୱିତୀୟ ସ୍ଥାନରେ ରହିବ। ଅନ୍ୟାନ୍ୟଙ୍କ ସପକ୍ଷରେ ୧୨.୩ ପ୍ରତିଶତ ଭୋଟ ଯିବ। କହିବାକୁ ଗଲେ ଏନ୍‌ଡିଏ ଖାତାକୁ ୩୬୭-୪୦୩ ସିଟ୍‌ ଯାଉଥିବା ବେଳେ ଇଣ୍ଡିଆ ମେଣ୍ଟ ଖାତାକୁ ୧୨୯-୨୬୧ ସିଟ୍‌ ଏବଂ ଅନ୍ୟାନ୍ୟ ଖାତାକୁ ୭-୮ ସିଟ୍‌ ଯାଉଛି।

ଅନ୍ୟପଟେ ଏକ୍‌ଜିଟ୍‌ ପୋଲ ମତ ଅନୁସାରେ, ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏନ୍‌ଡିଏ ୫୮-୬୬ ସିଟ୍‌ ହାତେଇବାକୁ ଯାଉଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧୯-୨୩ ସିଟ୍‌ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଦିଲ୍ଲୀର ସମସ୍ତ ୭ଟି ଯାକ ସିଟ୍‌ ଭାଜପା ହାସଲ କରୁଥିବା ସର୍ଭେରୁ ଜଣାପଡ଼ିଛି। ହରିୟାଣାରେ ଭାଜପାକୁ ୮-୯ଟି ସିଟ୍‌ ମିଳିପାରେ। ସେଠି ଇଣ୍ଡିଆ ମେଣ୍ଟକୁ ୧-୨ଟି ମିଳିବା ସମ୍ଭାବନା ରହିଛି।

ପଶ୍ଚିମବଙ୍ଗରେ ସର୍ଭେ ଅନୁସାରେ ଭାଜପାକୁ ଫାଇଦା ହୋଇଛି। ପୂର୍ବ ନିର୍ବାଚନ ତୁଳନାରେ ଭାଜପା ପାର୍ଟି ଭଲ ପ୍ରଦର୍ଶନ କରିବା ନେଇ ସର୍ଭେରୁ ଜଣାପଡ଼ୁଛି। ଭାଜପାକୁ ୧୯-୨୩ଟି ସିଟ୍‌ ମିଳିବା ନେଇ ଅନୁମାନ କରାଯାଉଛି। ସେହିପରି ବିହାରରେ ଭାଜପା-ଜେଡିୟୁ ମେଣ୍ଟକୁ ୩୭-୩୯ଟି ଆସନ ମିଳିବା ସମ୍ଭାବନା ଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୦-୩ଟି ଆସନ ମିଳିପାରେ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଭାଜପା କମାଲ କରିବା ନେଇ ସର୍ଭେରୁ ଜଣାପଡ଼ିଛି । ଏହି ରାଜ୍ୟରେ ଏନ୍‌ଡିଏ ୩୧-୩୫ ସିଟ୍‌ ହାସଲ କରୁଥିବା ନଜର ଆସୁଛି। କିନ୍ତୁ ଇଣ୍ଡିଆ ମେଣ୍ଟକୁ ୧୨-୧୬ ସିଟ୍‌ରେ ଏଠି ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ଗୁଜୁରାଟରେ ଭାଜପା ପୁଣିଥରେ ୨୬ରୁ ୨୬ ସିଟ୍‌ ହାତେଇବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ରାଜସ୍ଥାନରେ ଭାଜପା ଖାତାକୁ ୨୩-୨୫ଟି ସିଟ୍‌ ଯାଇପାରେ। ଛତିଶଗଡ଼ରେ ୧୦-୧୧ଟି ସିଟ୍‌ ଭାଜପା ହାସଲ କରିବ। ମଧ୍ୟପ୍ରଦେଶରେ ଭାଜପାକୁ ୨୮-୨୯ ସିଟ୍‌ ମିଲିପାରେ।
ତେବେ ଯଦି ଏହି ଏକ୍‌ଜିଟ୍‌ ପୋଲ ସତ ହୁଏ ତେବେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ନାରା ‘ଅବକି ବାର ୪୦୦ ପାର୍‌’ ଲକ୍ଷ୍ୟ ହାସଲ ହେଉଥିବା ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri