ବ୍ରିଟେନ୍‌ରେ ନୂଆ ସକାଳ: କ୍ଷମତାକୁ ଫେରୁଛି ଲେବର ପାର୍ଟି

ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଚାଲିଥିବାବେଳେ ଦେଶବାସୀ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମର ସାକ୍ଷୀ ହେବାକୁ ଯାଉଛନ୍ତି। ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ଲେବର ପାର୍ଟି ଐତିହାସିକ ବିଜୟ ଦିଗରେ ଅଗ୍ରସର ହେବା ସହ କ୍ଷମତାକୁ ଫେରୁଛି। ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ନେତୃତ୍ୱାଧୀନ ଶାସକ କଞ୍ଜରଭେଟିଭ୍‌ ପାର୍ଟି ପ୍ରାୟ ୨ ଦଶନ୍ଧି ମଧ୍ୟରେ ସବୁଠୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଲଣ୍ଡନ୍‌,୫/୭: ବ୍ରିଟେନ୍‌ର ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଅନ୍ତର୍କଳହ ଯୋଗୁ ଦେଶ ଗତ ୮ ବର୍ଷରେ ୫ ପ୍ରଧାନମନ୍ତ୍ରୀ ଦେଖିଲାଣି। ୨୦୨୨ ଅକ୍ଟୋବର ଦୀପାବଳି ଦିନ ଋଷି ସୁନକ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଏଥିସହ ଦେଶର ୨୧୦ ବର୍ଷ ଇତିହାସରେ ସର୍ବକନିଷ୍ଠ ଏବଂ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ରୂପେ ସେ ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ପ୍ରବେଶ କରିଥିଲେ। କିନ୍ତୁ ପ୍ରାୟ ୨ ମାସ ତଳେ ସୁନକ୍‌ଙ୍କ କ୍ୟାବିନେଟ୍‌ରୁ ଜଣେ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ପରେ ସେ ପାର୍ଲାମେଣ୍ଟକୁ ଭଙ୍ଗକରି ଆଗୁଆ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଥିଲେ।

୬୫୦ ଆସନ ବିଶିଷ୍ଟ ବ୍ରିଟେନ୍‌ ପାର୍ଲାମେଣ୍ଟରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୩୨୬। ଇଂଲଣ୍ଡ, ସ୍କଟ୍‌ଲାଣ୍ଡ, ଓ୍ବେଲ୍ସ ଓ ନର୍ଦ୍ଦର୍ନ ଆୟରଲାଣ୍ଡର ସମସ୍ତ ସଂସଦୀୟ ଆସନ ପାଇଁ ପ୍ରାୟ ୪୦,୦୦୦ ମତଦାନ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା। ମଇଦାନରେ ଦୁଇ ବଡ଼ ଦଳ ସମେତ ଲିବରାଲ ଡେମୋକ୍ରାଟ୍ସ, ଗ୍ରୀନ୍‌ ପାର୍ଟି, ସ୍କଟିଶ୍‌ ନ୍ୟାଶନାଲ ପାର୍ଟି, ଏସ୍‌ଡିଏଲ୍‌ପି, ଡେମୋକ୍ରାଟିକ୍‌ ୟୁନିୟନ୍‌ ପାର୍ଟି, ସିନ୍ନ ଫିଏନ୍‌, ପ୍ଲାଇଡ୍‌ ସିମ୍‌ରୁ, ଆଣ୍ଟି ଇମିଗ୍ରେଶନ୍‌ ରିଫର୍ମ୍‌ ପାର୍ଟିର ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ୪୬ ନିୟୁତରୁ ଊର୍ଦ୍ଧ୍ୱ ଭୋଟରଙ୍କ ମଧ୍ୟରୁ ଅଧିକାଂଶ ବାଲଟ୍‌ ଜରିଆରେ ରାଜନୈତିକ ମତାଧିକାର ସାବ୍ୟସ୍ତ କରି ନୂଆ ପ୍ରତିନିଧିଙ୍କୁ ବାଛିଛନ୍ତି।

ଶୁକ୍ରବାର ଭୋଟ ଗଣତି ପରେ ସ୍ଥାନୀୟ ସମୟ ସକାଳ ୭ଟା (ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ) ଫଳାଫଳ ଘୋଷଣା କରାଯିବ। ଏଥିସହ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ପୋଲିଂ ଡେଟା ଏବଂ ବିଶେଷଜ୍ଞଙ୍କ ମତରେ ବିରୋଧୀ ଲେବର ପାର୍ଟି ସପକ୍ଷରେ ବିପୁଳ ମତଦାନ ହୋଇଛି। ତେଣୁ ଦୀର୍ଘ ୧୪ ବର୍ଷ ଧରି କ୍ଷମତାରୁ ଦୂରରେ ରହିଥିବା ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମରଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇପାରେ। ଲେବର ପାର୍ଟି କଞ୍ଜରଭେଟିଭ୍ସଙ୍କଠାରୁ ୨୦ ପଏଣ୍ଟ ଆଗରେ ଥିବା ଅଧିକାଂଶ ଓପିନିୟନ୍‌ ପୋଲ୍‌ରୁ ଜଣାପଡ଼ିଛି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କୋଭିଡ୍‌-୧୯ ଏବଂ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଉପୁଜିଥିବା ସ୍ଥିତିର ମୁକାବିଲା କରିବାରେ ବିଫଳତାକୁ ନେଇ ସେମାନଙ୍କ ସରକାରଙ୍କୁ ଦଣ୍ଡିତ କରିଛନ୍ତି। ବ୍ରିଟେନ୍‌ ମଧ୍ୟ ଏହି ଧାରାକୁ ଅନୁସରଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri