ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍ ଦେବା ସମ୍ପର୍କରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୭ରୁ ଆରମ୍ଭ ହେବାକୁ ଥିବା ଶିକ୍ଷାବର୍ଷରୁ ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ୨ ଭାରତୀୟ ଭାଷା ସମେତ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି କାର୍ଯ୍ୟକାରୀ କରିବା ଉପରେ ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ସିବିଏସ୍ଇକୁ କହିଥିଲେ। ବର୍ତ୍ତମାନର ୭ମ, ୮ମ ଏବଂ ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଭଳି ଚଳିତବର୍ଷର ଷଷ୍ଠ ଶ୍ରେଣୀ ପିଲାମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ତୃତୀୟ ଭାଷାରୁ ବାଦ୍ ଦେବା ପାଇଁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ଓ ସିବିଏସ୍ଇକୁ କହିଛନ୍ତି।