କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସରପଞ୍ଚଙ୍କ ସ୍ବାମୀଙ୍କ ମାଡ଼

ରାଜନଗର,୨୦।୧୧(ଡି.ଏନ.ଏ.): ସରକାର ମହିଳା ସଶକ୍ତିକରଣ ପାଇଁ ପଞ୍ଚାୟତରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି। ମାତ୍ର ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ବଦଳରେ ଅଧିକାଂଶ ସ୍ଥାନରେ ତାଙ୍କ ସ୍ବାମୀମାନେ ରାଜ୍‌ କରୁଛନ୍ତି। ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀ ସରପଞ୍ଚ ସ୍ବାମୀଙ୍କ ବୋଲ ନ ମାନିଲେ ଧମକଚମକ ଦେବା ସହ ଜୋର ଜବରଦସ୍ତ ଫାଇଲ ଛଡାଉଛନ୍ତି ଓ ମାଡ ମାରୁଛନ୍ତି। ରାଜନଗର ବ୍ଲକ ରାଜପୁର ପଞ୍ଚାୟତରୁ ଏପରି ଗୁରୁତର ଅଭିଯୋଗ ଆସିଛି ା
ସୂଚନା ଅନୁଯାୟୀ, ଶୁକ୍ରବାର ରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ରାଣୀ ମଞ୍ଜରୀ ସେଠୀଙ୍କ ପୌରୋହିତ୍ୟରେ ସମସ୍ତ ୱାର୍ଡସଭ୍ୟ, ସଭ୍ୟାଙ୍କୁ ନେଇ ବୈଠକ ଚାଲିଥିଲା। ଏହି ବୈଠକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁଣସିନ୍ଧୁ ମଣ୍ଡଳ ଥିଲେ। ହଠାତ୍‌ ସରପଞ୍ଚଙ୍କ ସ୍ବାମୀ ବସନ୍ତ ସେଠୀ ବୈଠକକୁ ଆସି ପଞ୍ଚାୟତର କେତେକ ଫାଇଲ ମାଗିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ସରପଞ୍ଚଙ୍କ ଛଡା ଅନ୍ୟ କାହାରିକୁ ସେ ସରକାରୀ ଫାଇଲ ଦେଇ ପାରିବେ ନାହିଁ ବୋଲି କହିଥିଲେ। ସମସ୍ତ ୱାର୍ଡ ସଭ୍ୟାସଭ୍ୟଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫାଇଲ ଦେବା ପାଇଁ ମନା କରିଦେବାରୁ ସରପଞ୍ଚଙ୍କ ସ୍ବାମୀ ଉତ୍ତ୍ୟକ୍ତ ହୋଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ସମସ୍ତ ଫାଇଲ ସେ ଜୋର ଜବରଦସ୍ତ ଛଡାଇ ନେବା ସହ ତାଙ୍କୁ ଧକ୍କା ମାରିଥିଲେ। ଏପରି କି ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଉପସ୍ଥିତ ଥିବା ୱାର୍ଡ ସଭ୍ୟାସଭ୍ୟମାନେ ନିର୍ବାହୀ ଅଧିକାରୀ ମଣ୍ଡଳଙ୍କୁ ଉଦ୍ଧାର କରିଥିବା ନେଇ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ରାଜନଗର ଥାନାରେ ଏକ ମାମଲା(ନଂ.୩୮୯/୨୨) ରୁଜୁ ହୋଇଛି। ଅପରପକ୍ଷେ ଶନିବାର ସରପଞ୍ଚ ରାଣୀ ମଞ୍ଜରୀ ସେଠୀ ତାଙ୍କୁ ନିର୍ବାହୀ ଅଧିକାରୀ କାର୍ଯ୍ୟ କରାଇ ଦେଉ ନ ଥିବା ଏବଂ ଜାତିଆଣ ଆକ୍ଷେପ କରିଥିବା ନେଇ ରାଜନଗର ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା(ନଂ.୩୯୧/୨୨)ରେ ଏକ ମାମଲା ରୁଜୁ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri