ପୁରୀରେ ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୨୫ା୨: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ପୁରୀ ସହରର ଭିଆଇପି ରୋଡ୍‌ସ୍ଥିତ ପୋଲିସ ଲାଇନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖିମ୍‌ଜୀ ଜୁଏଲର୍ସର ଅଧ୍ୟକ୍ଷ ଦିନେଶ ଖିମ୍‌ଜୀ, ପରିଚାଳନା ନିର୍ଦ୍ଦେଶକ କିଶୋର ଖିମ୍‌ଜୀ, ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ ଏବଂ ସୁମିତ୍‌ ଖିମ୍‌ଜୀ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି ୫୦୦୦ବର୍ଗ ଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଆଉଟ୍‌ଲେଟ୍‌ରେ ସୁନ୍ଦର ଓ ମନଲୋଭା ଅଳଙ୍କାରର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ପୁରୀ ସହରର ଅଳଙ୍କାରପ୍ରେମୀମାନେ ବର୍ତ୍ତମାନ ଏକ ନୂଆ ଶପିଂ ଡେଷ୍ଟିନେଶନ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀ ପକ୍ଷରୁ ଏକ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୩୦,୦୦୦ଟଙ୍କାର ସୁନା ଅଳଙ୍କାର କ୍ରୟରେ ଗ୍ରାହକଙ୍କୁ ଗୋଟିଏ ମାଗଣା ସୁନାମୁଦ୍ରା ଏବଂ ୩୦,୦୦୦ ଟଙ୍କାର ହୀରା ଗହଣାର କ୍ରୟ ଉପରେ ଗ୍ରାହକଙ୍କୁ ୨ଟି ମାଗଣା ସୁନାମୁଦ୍ରା ଉପହାର ସ୍ବରୂପ ମିଳିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଗ୍ରାହକଙ୍କୁ ପୁରୁଣା ସୁନାଗହଣା ବଦଳର ବ୍ୟାପକ ସୁଯୋଗ ଦିଆଯାଉଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ପୁରୀରେ ପ୍ରଥମ ଶୋ’ରୁମ୍‌ ଖୋଲି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସମଗ୍ର ପୁରୀବାସୀ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବା କରି ଆମେ ଅତ୍ୟନ୍ତ ଆନନ୍ଦିତ। କାରଣ ଆମେ ପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରର ମରାମତି କାମରେ ପୂର୍ବରୁ ଜଡ଼ିତ ରହିଆସିଛୁ। ଏହି ଦିବ୍ୟ କାର୍ଯ୍ୟରେ ଜଡ଼ିତ ରହିବା ଆମ ପାଇଁ ସୌଭାଗ୍ୟର ବିଷୟ ଓ ଆଗକୁ ମଧ୍ୟ ଏ ଦିଗରେ ଆମର ପ୍ରୟାସ ଜାରି ରଖିବୁ। ସୂଚନାଯୋଗ୍ୟ, ଖିମ୍‌ଜୀ ଜୁଏଲର୍ସର ଫେବୃୟାରୀ ୨୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀରେ ପ୍ରଥମ ଏବଂ ରାଜ୍ୟରେ ୭ମ ଷ୍ଟୋର ଖୋଲିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri