Categories: ବାଣିଜ୍ୟ

ଟ୍ରୁଫିଟ୍‌ ଆଣ୍ଡ ହିଲ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୪।୧୨: ଟ୍ରୁଫିଟ୍‌ ଆଣ୍ଡ ହିଲ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ବୁଧବାର ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଲୟଡ୍‌ସ ଲକ୍‌ଜୁରିସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଓଓ ପ୍ରଣୟ ଡୋକାନିଆ, ନାରାୟଣୀ ମିନେରାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା, ଖାଟୋରେ ଆଇଟି ସଲ୍ୟୁଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରୁଫିଟ୍‌ ଆଣ୍ଡ୍‌ ହିଲ୍‌ର ଫ୍ରାଞ୍ଚାଇଜି ମାଲିକ ଅଜୟ କୁମାର ଖାଟୋରେଙ୍କ ସହ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଉଲ୍ଲେଖଯୋଗ୍ୟ, ୧୪୦୦ ବର୍ଗଫୁଟ୍‌ ପରିମିତ ସ୍ଥାନରେ ଏକ ରୟାଲ ସୁଇଟ୍‌, ଗୋଟିଏ ବାର୍‌ବର୍‌ ଷ୍ଟେଶନ ସହ ପ୍ରାଇଭେଟ୍‌ ରୁମ୍‌ ଓ ୩ଟି ଚେୟାର ସହ ବାର୍‌ବର୍‌ ଷ୍ଟେଶନ, ପେଡିକ୍ୟୋର୍‌ ଏବଂ ମାନିକ୍ୟୋର ରୁମ୍‌ ସହ ବାଲେ ପାର୍କିଂ ଆଦି ସୁବିଧା ରହିଛି। ଏ ସମ୍ପର୍କରେ ଲୟଡ୍‌ସ ଲକ୍‌ଜୁରିସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀକ୍ରିଷ୍ଣା ଗୁପ୍ତା କହିଛନ୍ତି, ଲକ୍‌ଜୁରି ଗ୍ରୁମିଂର ଅଭିବୃଦ୍ଧି ଆଜିର ଦୁନିଆରେ ପର୍ସନାଲ କେୟାର ବା ବ୍ୟକ୍ତିଗତ ଯତ୍ନର ଲାଭ ସମ୍ପର୍କରେ ଏକ ବର୍ଦ୍ଧିତ ସଚେତନତାକୁ ସୂଚିତ କରୁଛି। ଆମର ବ୍ରାଣ୍ଡ ଲକ୍‌ଜୁରି ଗ୍ରୁମିଂ ମାର୍କେଟ୍‌ରେ ଏକ ଉନ୍ନତ ଅନୁଭୂତି ପ୍ରଦାନ କରୁଛି। ସେହିଭଳି ଟ୍ରୁଫିଟ୍‌ ଆଣ୍ଡ ହିଲ୍‌ର ଭୁବନେଶ୍ୱର ଫ୍ରାଞ୍ଚାଇଜି ଓନର ଅଜୟ କୁମାର ଖାଟୋରେ କହିଛନ୍ତି, କ୍ରମାଗତ ୯ଟି ରାଜ ଶାସନ ସମୟରେ ଗ୍ରେଟ୍‌ ବ୍ରିଟେନର ଶାସକମାନଙ୍କୁ ସେବା ପ୍ରଦାନ କରିବାର ୨ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ସହିତ ଟ୍ରୁଫିଟ୍‌ ଆଣ୍ଡ୍‌ ହିଲ୍‌ କାଳଜୟୀ ଷ୍ଟାଇଲ୍‌ ଓ ବିଳାସପୂର୍ଣ୍ଣତାର ଦୁର୍ଗ ଭାବେ ବଜାୟ ରହିଛି। ଲୟଡ୍‌ସ ଲକ୍‌ଜୁରିସ୍‌ ଲିମିଟେଡ୍‌ ସହ ଆମର ସହଭାଗିତା ଏକ ବିସ୍ତୃତ ଉପଭୋକ୍ତା ଆଧାର ପାଇଁ ରୟାଲ ଗ୍ରୁମିଂ ଅନୁଭୂତି ଆଣିବା ଲାଗି ଏକ ଉତ୍ସାହଜନକ ସୁଯୋଗ ଉପସ୍ଥାପନ କରୁଛି। ସେହିପରି ଲୟଡ୍‌ସ ଲକ୍‌ଜୁରିସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଓଓ ପ୍ରଣୟ ଡୋକାନିଆ କହିଛନ୍ତି, ବିଗତ ଦଶନ୍ଧି ପୁରୁଷଙ୍କ ଗ୍ରୁମିଂ ଧାରଣାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସାକ୍ଷୀ ହୋଇଛି।

Share