Categories: ବାଣିଜ୍ୟ

ପଟିଆରେ ଦି ମ୍ୟାନ୍‌ ଷ୍ଟୋରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ପୋଷାକ ବ୍ୟବସାୟ ପ୍ରତିଷ୍ଠାନ ‘ଦି ମ୍ୟାନ୍‌ ଷ୍ଟୋର’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ସ୍ଥାନୀୟ ପଟିଆ ଛକ (କିଟ୍‌ ସ୍କୋୟାର)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଦି ମ୍ୟାନ୍‌ ଷ୍ଟୋରର ପ୍ରତିଷ୍ଠାତା ଦୀପକ କୁମାର ଅଗ୍ରଓ୍ବାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡ୍‌ ସହ ପ୍ରତିଷ୍ଠାତା ବିନୋଦ ଅଗ୍ରଓ୍ବାଲ ଏବଂ ରାଜେଶ ଅଗ୍ରଓ୍ବାଲଙ୍କ ସମେତ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶେଷକରି ୧୨୦୦ ବର୍ଗ ଫୁଟ୍‌ ପରିମିତ ଜମିରେ ଗଢି ଉଠିଥିବା ଏହି ଅତ୍ୟାଧୁଡ଼ିକ ତଥା ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରରେ ସବୁବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଡିଜାଇନ ଓ ଷ୍ଟାଇଲର ପୋଷାକ ଉପଲବ୍ଧ ରହିଛି। ଏପରିକି ଗୋଟିଏ ଛାତ ତଳେ ସ୍ପାଇକର, ଲ ମ୍ୟାନ୍‌ ପିଜି ୩ ଇଣ୍ଟିଗ୍ରିଟି, ଲି କୁପର, ଜନ ପ୍ଲେୟାର, ୟୁଏସ୍‌ ପୋଲୋ, ଇଣ୍ଡିଆନ ତାରେନ, ଜେ ହାମ୍‌ଷ୍ଟେଡ୍‌, ମଣ୍ଟ ବ୍ୟାଙ୍କୋ ଭଳି ମଲ୍ଟି ବ୍ରାଣ୍ଡ୍‌ର ପୋଷାକ ମିଳୁଥିବାରୁ ଗ୍ରାହକ ନିଜର ମନପସନ୍ଦର ପୋଷାକ ଏଠାରୁ ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିଭଳି ଚଳିତ ପାର୍ବଣ ପାଇଁ ବିଭିନ୍ନ ବ୍ରାଣ୍ଡ୍‌ର ପୋଷାକ ଉପରେ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଅନେକ ସୁବିଧା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଅପରପକ୍ଷରେ ଏଠାରେ ୧୮ରୁ ୫୦ବର୍ଷ ବୟସର ଗ୍ରାହକଙ୍କ ପାଇଁ ଡେନିମ ଶାର୍ଟ, ଟି-ଶର୍ଟ, ଟ୍ରାଉଜର, ବରମୁଣ୍ଡା ସର୍ଟ ଭଳି ପୋଷାକ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ଦୀପକ ଅଗ୍ରଓ୍ବାଲ ମତବ୍ୟକ୍ତ କରିଛନ୍ତି।

Share