‘ମାଇଁ ହୋମ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ବାସୋପଯୋଗୀ ସାମାଧନଭିତ୍ତିକ ଘରୋଇ ସଂସ୍ଥା ସେଣ୍ଟ-ଗୋବାଇନ ପକ୍ଷରୁ ଭୁବନେଶ୍ୱରରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଗୋଟିଏ ଛାତ ତଳେ ସହରବାସୀଙ୍କୁ ଏକ ସୁଲଭ ଓ ଗୁଣାତ୍ମକ ସେବା ଯୋଗାଇବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ ପଟିଆ ରଘୁନାଥପୁରସ୍ଥିତ ଗାଲାକ୍ସି ମଲ୍‌ଠାରେ ଏହାର ଉଦ୍‌ଘାଟନ ହୋଇଯାଇଛି। ଏ ସମ୍ପର୍କରେ ସେଣ୍ଟ-ଗୋବାଇନ ଇଣ୍ଡିଆ ପିଭି ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେମନ୍ତ ଖୁରାନା କହିଛନ୍ତି, ଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମାଇଁ ହୋମ୍‌ ଶୋ’ରୁମ୍‌ ଶୁଭାରମ୍ଭ କରି ମୁଁ ଖୁସି। ସହରରେ କାରବାର ବଢ଼ିବାରେ ଲାଗିଛି। ଏହା ଏକ ଆଶାଜନକ ବଜାର ପାଲଟିଛି। ଆମେ ଏହି ବଜାର ପାଇଁ ଆମର ସମାଧାନ ପ୍ରଦାନ କରିବାକୁ ଅପେକ୍ଷା କରିଛୁ। ଭୁବନେଶ୍ୱରର ଏହି ଷ୍ଟୋର ବଢୁଥିବା ବଜାର ପ୍ରତି ଆମର ପ୍ରତିବଦ୍ଧତା ଏବଂ ଘର ମାଲିକମାନଙ୍କ ପାଇଁ ଗୋଟିଏ ଛାତ ତଳେ ଆମର ସମାଧାନର ଅନୁଭୂତି ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଘର ମାଲିକମାନେ ଆମର ଏଣ୍ଡ-ଟୁ-କଷ୍ଟୋମାଇଜ ଅଫର ଦ୍ୱାରା ଉପକୃତ ହେବେ। ମାଇଁ ହୋମ୍‌ ଷ୍ଟୋର୍‌ ଏବଂ ଲୋକପ୍ରିୟ ମାଇଁ ହୋମ୍‌ ୱେବ୍‌ସାଇଟର ମିଶ୍ରଣ ମାଧ୍ୟମରେ ଆମେ ଆମର ଗ୍ରାହକମାନଙ୍କୁ ଏକ ଫିଜିଟାଲ ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ଷ୍ଟୋର ମାଲିକ ଶରଦ ପୃଷ୍ଟି କହିଛନ୍ତି, ଭୁବନେଶ୍ୱର ନାଗରିକଙ୍କ ପାଇଁ ଏକ ଉତ୍ତମ ଜୀବନଶୈଳୀ ଯୋଗାଇବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସହରରେ ସମ୍ପ୍ରତି ଆବାସିକ ରିଅଲ ଇଷ୍ଟେଟ ବିକାଶ କ୍ଷେତ୍ରରେ ଭଲ ଘର ପାଇଁ ଗ୍ରାହକଙ୍କ ଖର୍ଚ୍ଚକୁ ବୃଦ୍ଧି କରିଛି। ଘର ପାଇଁ ଗ୍ରାହକ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ସେମାନେ କ୍ରମାଗତ ଭାବରେ ବିଶ୍ୱସ୍ତ ବ୍ରାଣ୍ଡ୍‌ରୁ ଘରୋଇ ସମାଧାନ ପାଇଁ ସଜାଗ ରହିଥାନ୍ତି, ଯାହା ସେମାନଙ୍କୁ ଘରର ଗୁଣବତ୍ତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ମାଇଁ ହୋମ୍‌ ଶୋ’ରୁମ୍‌ ଶୁଭାରମ୍ଭ ଗ୍ରାହକଙ୍କ ଏହି ଆବଶ୍ୟକତାକୁ ଏକ ଉପଯୋଗୀ ଉତ୍ପାଦ ଏବଂ ସମାଧାନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କର ବାସସ୍ଥାନର ମୂଳଦୁଆ ପକାଇବାରେ ଅସୁବିଧାମୁକ୍ତ ଅଭିଜ୍ଞତାକୁ ନିଶ୍ଚିତ କରିବ। ସେହିପରି ଷ୍ଟୋରର ଅନ୍ୟତମ ମାଲିକ ପ୍ରିୟଙ୍କା ସାହୁ କହିଛନ୍ତି, ଆମେ ଆଶା କରୁଛୁ ଯେ ଭୁବନେଶ୍ୱରରେ ମାଇଁ ହୋମ୍‌ ଶୋ’ରୁମ୍‌ ଶୁଭାରମ୍ଭ ଗ୍ରାହକମାନଙ୍କ ପାଇଁ ଗୁଣାତ୍ମକ ଘରୋଇ ସମାଧାନ ଯୋଗାଇବାକୁ ସହଜ କରିବ। ଆମ ସହରରେ ହୋମ୍‌ ସଲ୍ୟୁଶନ ଇଣ୍ଡଷ୍ଟ୍ରି ଖରାପ ସ୍ଥିତିରେ ରହିଛି। ଆମେ ଚାହୁଁ ଯେ ବ୍ରାଣ୍ଡ୍‌ ମାଇଁ ହୋମ୍‌ ସେମାନଙ୍କ ଘର ସଜାଇବା ବିଷୟରେ ଚିନ୍ତା କରିବା ସମୟରେ ପ୍ରଥମ ସ୍ଥାନ ଅଧିକାର କରୁ। ସେଣ୍ଟ-ଗୋବାଇନ ଇଣ୍ଡିଆକୁ ଯଥା ସମ୍ଭବ ଗ୍ରାହକଙ୍କ ପାଖରେ ପହଞ୍ଚାଇବାରେ ଏହି ଶୁଭାରମ୍ଭ ଗୁରୁତ୍ୱପୂର୍ଣ୍ଣ। ଆମେ ହଜାର ହଜାର ନୂତନ ଘର ଡିଜାଇନ କରିବାର ସୁଯୋଗକୁ ଅପେକ୍ଷା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri