Categories: ବାଣିଜ୍ୟ

ଭୁବନେଶ୍ୱରରେ ବିଏସ୍‌ଏଚ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୨: ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶୁକ୍ରବାର ଭୁବନେଶ୍ୱରର ପୁରୀ ବାଇପାସ୍‌ ରୋଡ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜିରକନ୍‌-ଟେକ୍‌ ଆନୁକୂଲ୍ୟରେ କମ୍ପାନୀର ପ୍ରଥମ ବୋସ୍‌ ଆଣ୍ଡ ସିମେନ୍ସ ବ୍ରାଣ୍ଡ୍‌ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସ ଇଣ୍ଡିଆର ଏମ୍‌ଡି ତଥା ସିଇଓ ସୈଫ୍‌ ଖାନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସ ଇଣ୍ଡିଆର ଆଞ୍ଚଳିକ ମୁଖ୍ୟ (ଇଷ୍ଟ) ରାଜ୍ୟ ବର୍ଦ୍ଧନ ମିଶ୍ର, ଡିଲର ପାର୍ଟନର ସନ୍ତୋଷ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ୨୦୦୦ବର୍ଗ ଫୁଟ ପରିବ୍ୟାପ୍ତ ସ୍ଥାନରେ ଉଭୟ ବୋସ୍‌ ଆଣ୍ଡ ସିମେନ୍ସର ବ୍ୟାପକ ଶୃଙ୍ଖଳାର ଉତ୍ପାଦ ଉପଲବ୍ଧ ରହିଛି, ଯାହା ଭୁବନେଶ୍ୱରର ଗ୍ରାହକଙ୍କ କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣକରି କାର୍ଯ୍ୟକ୍ଷମତା, ଡିଜାଇନ ଏବଂ ଶକ୍ତି ଦକ୍ଷତାର ଶୀର୍ଷକୁ ପ୍ରତିଫଳିତ କରିଥାଏ। ଏ ସମ୍ପର୍କରେ ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସ ଇଣ୍ଡିଆର ଏମ୍‌ଡି ତଥା ସିଇଓ ସୈଫ ଖାନ୍‌ କହିଛନ୍ତି, ବୋସ୍‌ ଏବଂ ସିମେନ୍ସର ପ୍ରଥମ ବ୍ରାଣ୍ଡ୍‌ ଷ୍ଟୋରର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ସ୍ଥାନୀୟ ଖୁଚୁରା ଅଂଶୀଦାରମାନଙ୍କ ସହିତ ଅର୍ଥପୂର୍ଣ୍ଣ ସହଯୋଗର ପ୍ରୟାସରେ ବ୍ରାଣ୍ଡର ପ୍ରିମିୟମ ଉତ୍ପାଦର ଅଫରଗୁଡ଼ିକୁ ଅଧିକ ସୁଲଭ କରିବାକୁ ଲକ୍ଷ୍ୟ ରଖିଛୁ।

Share