Categories: ବାଣିଜ୍ୟ

ଲାଲ୍‌ଚାନ୍ଦ ଷ୍ଟୋରରେ ଏକାନୀ ବ୍ରାଣ୍ଡ୍‌ର ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଧନ୍‌ତେରସ ଏବଂ ଦୀପାବଳିକୁ ଦୃଷ୍ଟିରେ ରଖି ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନୂଆ ଯୋଜନା କରାଯାଉଛି। ଏହି କ୍ରମରେ କଟକ କ୍ୟାଣ୍ଟେନମେଣ୍ଟ ରୋଡ୍‌ରେ ଥିବା ଲାଲ୍‌ଚାନ୍ଦ ଷ୍ଟୋରରେ ଲକ୍‌ଜୁରି ଲାଇଫ୍‌ଷ୍ଟାଇଲ୍‌ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଲକ୍‌ଜରି ଲାଇଫ୍‌ଷ୍ଟାଇଲ୍‌ କଲେକଶନ ସହ ବିଭିନ୍ନ ପ୍ରକାର ଘର ସାଜସଜ୍ଜା ସାମଗ୍ରୀ ଏବଂ ଆକର୍ଷଣୀୟ ଗହଣା ବିକ୍ରି ହେଉଛି। ଦୀପାବଳିରେ ଉପହାର ଦେବା ପାଇଁ ଏକାନୀ ବ୍ରାଣ୍ଡ୍‌ର ସ୍ବତନ୍ତ୍ର ଦୀପାବଳି ଉପହାର ଏବଂ କର୍ପୋରେଟ୍‌ ଗିଫ୍ଟ ପ୍ରଦାନ କରାଯାଉଛି। ଏଥିସହ ୱେଡିଂ କଲେକଶନ, ଡିଭାଇନ୍‌ କଲେକଶନ୍‌, ଜୁଏଲେରି ବକ୍ସ, ଫଟୋ ଫ୍ରେମ୍‌, କ୍ୟାଣ୍ଡେଲ୍‌ ଷ୍ଟାଣ୍ଡ୍‌, ସେଣ୍ଟର ପିସେସ୍‌, ବେବି ଗିଫ୍ଟ, ଟେବୁଲ ୱେୟାର ଆଦି ବିଭିନ୍ନ ପ୍ରକାର ବ୍ରାଣ୍ଡେଡ୍‌ ଏବଂ ଲକ୍‌ଜୁରି ଆଇଟମ୍‌ ମଧ୍ୟ ରହିଛି। ଦୀପାବଳି ପାଇଁ ଡ୍ରାଏ ଫ୍ରୁଟସ୍‌ ବକ୍ସ ମଧ୍ୟ ପ୍ରଦର୍ଶନୀରେ ମିଳୁଛି। ଏହି ପ୍ରଦର୍ଶନୀ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଲାଲ୍‌ଚାନ୍ଦ ଜୁଏଲର୍ସ ଷ୍ଟୋରରେ ବ୍ରାଣ୍ଡେଡ୍‌ ଆଇଟମ୍‌ର ମୂଲ୍ୟ ଉପରେ ସ୍ବତନ୍ତ୍ର ରିହାତି ରଖାଯାଇଛି।

Share