‘ସ୍ବତନ୍ତ୍ର ୫ଜି ୟୁଜର୍ସ ୧୦ ନିୟୁତରୁ ଅଧିକ’

ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ନିକଟରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିବା ଜଣାପଡିଛି। ଏପରିକି ଏୟାରଟେଲ ନେଟ୍‌ୱର୍କରେ ସ୍ବତନ୍ତ୍ର ୫ଜି ୟୁଜର୍ସଙ୍କ ସଂଖ୍ୟା ୧୦ ନିୟୁତରୁ ଅଧିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ସିଟିଓ ରଣଦୀପ ସେଖନ କହିଛନ୍ତି, ଏହା ପ୍ରାରମ୍ଭିକ ଦିନ ହୋଇଥିଲେ ମଧ୍ୟ ଗ୍ରାହକମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟାକୁ ନେଇ ଆମେ ବେଶ୍‌ ଉତ୍ସାହିତ ରହିଛୁ। ଏକ ଅଧିକ ଯୋଗାଯୋଗ ଭିତ୍ତିକ, ସମାନତା ଏବଂ ନିରନ୍ତର ନେଟୱର୍କ ଗଠନ କରିବା ପାଇଁ ରହିଥିବା ପ୍ରତିବଦ୍ଧତାକୁ ଏୟାରଟେଲ୍‌ ଜାରି ରଖିବ। ଏୟାରଟେଲ୍‌ ୫ଜି ପ୍ଲସ୍‌ର ଗ୍ରାହକମାନଙ୍କ ପାଇଁ ତିନି ପ୍ରକାର ଲାଭ ରହିଛି। ପ୍ରଥମଟି ହେଉଛି ଏହା ଏକ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ହେଉଛି, ଯାହା ବେଶ୍‌ ଉନ୍ନତ ବ୍ୟବସ୍ଥା ସହ ବିଶ୍ୱବ୍ୟାପୀ ଗ୍ରହଣୀୟତା ହାସଲ କରିଛି। ଏହା ନିଶ୍ଚିତ କରୁଛି ଯେ ସମସ୍ତ ୫ଜି ସ୍ମାର୍ଟଫୋନ୍‌ ନିରବଚ୍ଛିନ୍ନ ଭାବେ ଏୟାରଟେଲ୍‌ ନେଟ୍‌ୱର୍କରେ କାର୍ଯ୍ୟ କରିବ। ଦ୍ୱିତୀୟଟି ହେଉଛି କମ୍ପାନୀ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି-ସୁପର-ଫାଷ୍ଟ୍‌ କଲ୍‌ ସଂଯୋଗ, ଚମତ୍କାର ଭଏସ ଅନୁଭୂତି ସହିତ ଆଜିର ଦିନ ତୁଳନାରେ ୨୦ରୁ ୩୦ ଗୁଣା ଅଧିକ ଡାଟା ସ୍ପିଡ୍‌। ତୃତୀୟରେ ସ୍ବତନ୍ତ୍ର ଶକ୍ତି ହ୍ରାସ ସମାଧାନ ସହିତ ପରିବେଶ ପାଇଁ ମଧ୍ୟ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କ ଅନୁକୂଳ ରହିବ। ଦେଶର ସମସ୍ତ ରିଟେଲ ଷ୍ଟୋର୍‌ରେ ଏୟାରଟେଲ୍‌ ପକ୍ଷରୁ ୫ଜି ଏକ୍ସପେରିଏନ୍ସ ଜୋନ୍‌ ସୃଷ୍ଟି କରାଯାଇଛି। ଅଲ୍‌ଟ୍ରାଫାଷ୍ଟ୍‌ ଏୟାରଟେଲ୍‌ ୫ଜି ପ୍ଲସ୍‌ର ଅନୁଭବ ହାସଲ କରିବା ଲାଗି ଗ୍ରାହକମାନେ ଷ୍ଟୋର ପରିଦର୍ଶନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri