Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୯।୧୨:କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି ବୈଠକ ଯୋଗୁ ଷ୍ଟକ୍‌ ବଜାରର ଫଳାଫଳ ଆଶା ଓ ଆଶଙ୍କା ମଧ୍ୟରେ ଶେଷ ହେଉଥିଲା। ଏପରିକି କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ସାଙ୍ଗକୁ ନିର୍ବାଚନୀ ଫଳାଫଳ ଓ ଶେୟାର ବଜାରର କାରବାର ଦଲାଲ ଷ୍ଟ୍ରିଟ୍‌ର ନିବେଶକଙ୍କ ମନରେ ଉତ୍ସାହ ଭରି ଦେଇଛି। କାରଣ କ୍ରମାଗତ ୪ ଦିନ ହେବ ଶେୟାର ବଜାରରେ ମାନ୍ଦାବସ୍ଥା ଜାରି ରହିଥିଲା। ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି। ଗୁରୁବାର ଷ୍ଟକ୍‌ ବଜାରର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୧୬୦ (୧୬୦.୦୦) ପଏଣ୍ଟ ବଢ଼ି ୬୨,୫୭୧(୬୨,୫୭୦.୬୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୪୯ (୪୮.୮୫) ପଏଣ୍ଟ ବୃଦ୍ଧି ଘଟି ୧୮,୬୦୯ (୧୮,୬୦୯.୩୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି।

Share