Categories: ବାଣିଜ୍ୟ

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୬।୯: ଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାରର ନିବେଶକଙ୍କ ମନରେ ଉତ୍ସାହ ପରିଲିକ୍ଷିତ ହୋଇଛି। ଶୁକ୍ରବାର ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୧୯.୬୩ ପଏଣ୍ଟ ବଢି ୬୭,୮୩୮.୬୩ ଅଙ୍କରେ କାରବାର ବନ୍ଦ କରିଥିଲା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୮୯.୨୫ ପଏଣ୍ଟ ବୃଦ୍ଧି ଘଟି ୨୦,୧୯୨.୩୫ଅଙ୍କରେ କାରବାର ବନ୍ଦ ହୋଇଥିଲା।

Share