୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ୧୮୨ କେଜି ଭାଙ୍ଗ ଜବତ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଭୀଷ୍ମଗିରି ଗ୍ରାମ ରାସ୍ତାରେ ଏକ ବାଇକ ନଂ.(ଓଡ଼ି ୦୭ ଏଡି – ୩୯୦୨) ଯୋଗେ ବେଆଇନ ଭାବେ ୫୦ କେଜି ଭାଙ୍ଗ ଚାଲାଣ କରାଯାଉଥିବା ବେଳେ ଅବକାରୀ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ଗ୍ରାମର ମେରୁ ବଲ୍ଲଭ ମୁଳି ନାମକ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ବାଇକ ଜବତ କରିଥିଲେ। ଏନେଇ ଅବକାରୀ ମାମଲା ନଂ.୧୮୪/୨୫-୨୬ ପ୍ରକାରେ ମକଦ୍ଦମା ରୁଜୁ କରାଯାଇଥିଲା ।

ସେହିପରି ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଚଷାନିମଖଣ୍ଡି ଗ୍ରାମ ରାସ୍ତାରୁ ଏକ ଡାଲା ଅଟୋ ନଂ. ( ଓଡି ୧୩ ଏମ ୨୧୫୬) ଯୋଗେ ଭାଙ୍ଗ ଚାଲାଣ କରୁଥିବା ପୁରୀ ଜିଲା ବଳିଆ ପଣ୍ଡା ଧବଳେଶର ଗ୍ରାମର ଭାସ୍କର ବେହେରାଙ୍କୁ ଧରିଥିଲେ । ଯାଞ୍ଚ ପରେ ଅଟୋରେ ୧୩୨ କେଜି ଭାଙ୍ଗ ରହିଥିବା ଜଣାପଡିଥିଲା । ଅଟୋକୁ ଜବତ କରାଯିବା ପରେ ବ୍ରହ୍ମପୁର ଅବକାରୀ କାର୍ଯ୍ୟାଳୟ ମାମଲା ନଂ. ୧୧୬/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯିବା ସହ ଅପରାହ୍ନରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ବଜାର ଦର ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଦିନ ଦ୍ୱିପ୍ରହରେ ହେଲମେଟ୍‌ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ ଭିଡିଓ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି…

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

ଭାରତର ପ୍ରତିନିଧିତ୍ୱ କରିବେ ସୁଦର୍ଶନ

ପୁରୀ,୨୭ା୨(ଅଜିତ୍‌ କୁମାର ମହାନ୍ତି): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ୍‌ରେ ହେବାକୁ ଥିବା କନ୍‌ଟେମ୍ପରାରି ଭେନିସ୍‌-୨୦୨୬ର ୧୮ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ।…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

ଯୁବତୀଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ଦେବଗଡ଼,୨୭ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳର ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ପୋଲିସ ଝରଝରିଖୋଳ ଗ୍ରାମର ଲିପୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri