କ୍ଷୋଭ ଝାଡ଼ି ବଖାଣିଲେ ବ୍ୟଥା:ବିଜେଡି ବନ୍ଧୁମିଳନରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୨୬।୮(ଅନିଲଦାସ):ଦୀର୍ଘ ୨୦ରୁ ୨୫ ବର୍ଷ ଧରି ଦଳକୁ ଛିଡ଼ା କରିବାରେ ପ୍ରମୁଖ ଭୂମିକା ନେଇଥିବା ଯୁବ ନେତାଙ୍କୁ ଅବହେଳା କରାଗଲା। ଦଳ ପ୍ରତି ଆନୁଗତ୍ୟ ନ ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବାରୁ ଦଳକୁ ଏଭଳି ପରାଜୟର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। ନିର୍ବାଚନର ୨ ମାସ ପରେ ରାଜ୍ୟର ବିଭିନ୍ନ ଜିଲାରୁ ଭୁବନେଶ୍ୱରରେ ଏକାଠି ହୋଇଥିବା ବିଜେଡି ଯୁବ, ଛାତ୍ର ସଙ୍ଗଠକ ଓ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ କଳଙ୍କିତ ନେତାଙ୍କୁ ନିଜ ପାଖ ମଡ଼ାଇ ନ ଦେବାକୁ ସଙ୍କଳ୍ପ ନେଇଛନ୍ତି।
ନିବାସ କିମ୍ବା ଶଙ୍ଖ ଭବନରେ ସଙ୍ଗଠନ କଥା କହିବାକୁ ସୁଯୋଗ ମିଳି ନ ଥିଲା। ତେଣୁ କର୍ମକର୍ତ୍ତାମାନେ ରବିବାର ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସିଏଶନ ସଭାଗୃହରେ ଏକ ବନ୍ଧୁମିଳନରେ ଏକାଠି ହୋଇ ମନର ବ୍ୟଥାକୁ ଖୋଲାଖୋଲି ପ୍ରକାଶ କରିଛନ୍ତି। କାହା ଜିଲାରେ କିଏ ପଶିଯାଉଥିଲା । ନିର୍ଦ୍ଦିଷ୍ଟ କେତେଜଣ ନେତାଙ୍କ ନଁା ନେଇ କିଛି ଲୋକ ରାଜନୀତି କରୁଥିଲେ। ଆମକୁ ଅଣଦେଖା କରାଯାଉଥିଲା। ଜିଲା ନେତା ହୋଇ ବିଡିଓ ସହିତ କଥା ହେବାର ସାହସ ଜୁଟାଇ ପାରୁ ନ ଥିଲୁ। ଜଗନ୍ନାଥଙ୍କ ଇଚ୍ଛା ଥିଲା, ଦଳରୁ କଳଙ୍କିତ ନେତା ବାହାରି ଯାଆନ୍ତୁ, ଆଗକୁ ଭଲ ନେତା ବାହାରନ୍ତୁ ଏବଂ ସେମାନେ ଓଡ଼ିଶାକୁ ରକ୍ଷା କରନ୍ତୁ। ଆଜି ତାହା ହୋଇଛି। ବିଜେଡି କର୍ମକର୍ତ୍ତାମାନେ ଆହୁରି କହିଛନ୍ତି, ଦଳ ପାଇଁ ଆମର ରକ୍ତ ବୋହିଛି। ସାଇକେଲ ଧରି ସଙ୍ଗଠନ କରି ଦଳକୁ ଗଢ଼ିଛୁ। ଆମ ନେତାଙ୍କୁ ଦେଖା କରିବାକୁ ହେଲେ ୪ଟା ଦ୍ୱାର ଡେଇଁବାକୁ ପଡୁଥିଲା। ବିଜେଡିକୁ ଭଲ ପାଉ ନ ଥିବା ଏବଂ ସଙ୍ଗଠନ କରି ନ ଥିବା ଲୋକ ଦଳକୁ ମାଡି ବସିବାରୁ ଆଜି ପରିସ୍ଥିତି ଏଭଳି ହୋଇଛି। ଆମେ ସମସ୍ତେ ଏକଠି ହୋଇ ନବୀନ ନିବାସ ଯିବା । ଦଳର ସଭାପତିଙ୍କୁ ସବୁ ଦୁଃଖ ଜଣାଇବା। ଆମେ ସମସ୍ତେ ସମ୍ପର୍କରେ ରହିଲେ ଆସନ୍ତାକାଲି ପରିଚୟ ମିଳିବ। ନବୀନବାବୁ ପୁଣି କ୍ଷମତାକୁ ଫେରିବେ। ଆମ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ। ଆମେ ଜଣେ ଜଣେ ଲଢୁଆ ସୈନିକ। ଦୀର୍ଘବର୍ଷ ଧରି ସଙ୍ଗଠନକୁ ମଜଭୁତ କରି ଦଳକୁ ଛିଡ଼ାକରିଛୁ। ନିର୍ବାଚନରେ ପରାଜିତ ଆମ ମନୋବଳ ଭାଙ୍ଗି ପାରିବ ନାହିଁ । ଦଳୀୟ ସଙ୍ଗଠନ ମଜଭୁତ କରିବା ସହ ଓଡ଼ିଶାବାସୀଙ୍କ ପାଇଁ କାମକରିବୁ। ଆଗାମୀ ଦିନରେ ଏକାଠି ରହି ଆମ ନେତା ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବୁ ବୋଲି ବକ୍ତାମାନେ ମତ ଦେଇଛନ୍ତି।
ବନ୍ଧୁମିଳନ କାର୍ଯ୍ୟକ୍ରମରେ କର୍ମକର୍ତ୍ତାମାନେ ଦଳର ସଭାପତିଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟର ୩୦ ଜିଲାରେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଜେଡି ସଙ୍ଗଠନକୁ ତୃଣମୂଳସ୍ତରରେ ମଜଭୁତ କରାଯିବା ପାଇଁ ସମସ୍ତ କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି । ବର୍ତ୍ତମାନର ରାଜ୍ୟ ଭାଜପା ସରକାର ପୂର୍ବରୁ ଥିବା ବିଜେଡି ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ଜନହିତକର ଯୋଜନାର ନାମ ଏବଂ ରଙ୍ଗ ପରିବର୍ତ୍ତନ କରୁଥିବାରୁ ସମସ୍ତ କର୍ମୀ ଏହାକୁ ଦୃଢ଼ ନିନ୍ଦା କରିଥିଲେ। ଏଥିସହ ବିଭିନ୍ନ ପ୍ରସ୍ତାବ ବିଷୟରେ କର୍ମୀମାନେ ଆଲୋଚନା କରିଥିଲେ। ବିଜେଡିର ସମସ୍ତ କର୍ମୀ ଦଳର ସଭାପତିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ପାଇଁ ସେବା ଏବଂ ସମର୍ପିତ ମନୋଭାବ ରଖି କାର୍ଯ୍ୟ କରିବେ ବୋଲି ଶପଥ ନେଇଛନ୍ତି। ଦଳରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ମତ ପ୍ରକାଶ ପାଇଛି।
।ନ୍ଧୁମିଳନ ସଭାକୁ ଶିଶିର କୁମାର ପରିଜା ପରିଚାଳନା କରିଥିବା ବେଳେ ରଞ୍ଜିତ ରାୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାରୁ ବହୁ ବରିଷ୍ଠ, ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri