ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର

କଟକ ଅଫିସ,୪ା୮:କଟକ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ମଙ୍ଗଳବାର ବିଭ୍ରାଟ ଦେଖିବାକୁ ମିଳିଥିଲା। ଏହି ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଫଳରେ ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ମିଳିଥିବା ସୂଚନାନୁଯାୟୀ, ପୂର୍ବାହ୍ନ ୧୦ଟାରେ ଏହି ପରୀକ୍ଷାକେନ୍ଦ୍ରରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଏହାର ୧୦ ମିନିଟ ପରେ ପ୍ରଶ୍ନପତ୍ର ଓଲଟପାଲଟ ହୋଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ଏ ନେଇ ସେମାନେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଜଣାଇଥିଲେ। ହେଲେ ସେମାନେ ଏହାକୁ କର୍ଣ୍ଣପାତ କରି ନ ଥିଲେ। ପରବର୍ତ୍ତୀ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜାଣିବା ପରେ ପରୀକ୍ଷାକେନ୍ଦ୍ର ପରିଚାଳକ ସାଢେ ୧୧ଟାରେ ରେଗୁଲାର ଛାତ୍ରୀଛାତ୍ରଙ୍କଠାରୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ନେଇଯାଇଥିଲେ। ଫଳରେ ପ୍ରାୟ ଅଧଘଣ୍ଟା ଧରି ପରୀକ୍ଷାର୍ଥୀମାନେ ବସି ରହିଥିଲେ। ମଧ୍ୟାହ୍ନ ୧୨ଟାରେ ସେମାନଙ୍କୁ ଠିକ୍‌ ପ୍ରଶ୍ନପତ୍ର ଦିଆଯିବା ସହ ପରୀକ୍ଷା ପାଇଁ ଅଧିକ ୧ ଘଣ୍ଟା ସମୟ ଦିଆଯାଇଥିଲା। ପରେ ସେମାନେ ପରୀକ୍ଷା ଦେଇ ୧ଟାରେ ବାହାରକୁ ବାହାରିଥିଲେ। ଅନ୍ୟପକ୍ଷରେ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ରେଗୁଲାର ପ୍ରଶ୍ନପତ୍ରରେ ଉତ୍ତର ଲେଖିଥିଲେ। ସେମାନଙ୍କୁ ପରୀକ୍ଷା ପାଇଁ ଅଧିକ ସମୟ ଦିଆଯାଇ ନ ଥିଲା। ଏ ସମ୍ପର୍କରେ ଜଣାପଡିବା ପରେ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ହୋହଲ୍ଲା କରିଥିଲେ। ମଙ୍ଗଳାବାଗ ଥାନାଧିକାରୀ ଅମିତାଭ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କୁ ବୁଝାଶୁଝା କରିଥିଲେ। ପରେ ଅଭିଭାବକମାନେ ଏଭଳି ବିଭ୍ରାଟକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ରେଗୁଲାର ପରୀକ୍ଷା ଦେଇଥିବା ଛାତ୍ରୀ ସୋନାଲି ପାତ୍ର କହିଛନ୍ତି, ପ୍ରଥମେ ମୋତେ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଦେଢ ଘଣ୍ଟା ପରେ ମୋ ଠାରୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ନିଆଯାଇ ରେଗୁଲାର ପ୍ରଶ୍ନପତ୍ର ଦିଆଗଲା। ସେହିପରି ରେଗୁଲାର ଛାତ୍ର ମିହିର ପତ୍ରୀ କହିଛନ୍ତି, ମୁଁ ପ୍ରଥମେ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ପାଇ ଉତ୍ତର ଲେଖିଥିଲି। ଏହାପରେ ପ୍ରଶ୍ନପତ୍ର ବଦଳାଇ ଦିଆଯାଇଥିଲା। ପରେ ମୁଁ ରେଗୁଲାର ପ୍ରଶ୍ନପତ୍ର ଅନୁଯାୟୀ ଉତ୍ତର ଲେଖିଥିଲି। ଅନ୍ୟପକ୍ଷରେ ଏକ୍ସ-ରେଗୁଲାର ଛାତ୍ର ରଣଦ୍ୱୀପ ରାୟ କହିଛନ୍ତି, ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପରେ ମୁଁ ସାର୍‌ଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିବା ସମ୍ପର୍କରେ ଜଣାଇଥିଲି। ହେଲେ ସାର୍‌ ମୋ କଥା ନ ଶୁଣି ଚୁପ୍‌ ବସି ପରୀକ୍ଷା ଦେବାକୁ କହିଥିଲେ। ଅବ୍‌ଜେକ୍ଟିଭ ଏବଂ ସବ୍‌ଜେକ୍ଟିଭ ଉଭୟ ପେପର ମୁଁ ରେଗୁଲାର ପ୍ରଶ୍ନ ପତ୍ରରୁ ଉତ୍ତର ଲେଖିଆସିଲି। ମୋତେ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ମିଳିନାହିଁ କି ମୁଁ ଦ୍ୱିତୀୟ ଥର ପରୀକ୍ଷା ଦେଇନାହିଁ। ତେବେ ଏନେଇ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପ୍ରିନ୍ସିପାଲ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri