ନୂଆଦିଲ୍ଲୀ,୧୪।୧୨: ରାଜସ୍ଥାନର ସୱାଇ ମାଧୋପୁରରୁ କଂଗ୍ରେସର ପଦ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏହି ଯାତ୍ରାରେ ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ରଘୁରାମ ରାଜନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି। କଂଗ୍ରେସ ଟୁଇଟ୍ର ଆକାଉଣ୍ଟରେ ରାହୁଲ ଗାନ୍ଧୀଙ୍କ ସହ ରଘୁରାମ ରାଜନଙ୍କ ଫୋଟ ଶେୟାର କରିଛି। କଂଗ୍ରେସ ଏହାର କ୍ୟାପଶନରେ ଲେଖିଛି ଯେ,ଘୃଣା ବିରୁଦ୍ଧରେ ଦେଶକୁ ଏକଜୁଟ କରିବାକୁ ଛିଡା ହୋଇଥିବା ଲୋକଙ୍କ ସଂଖ୍ୟା ବଢୁଛି। ଏହା ଆଗକୁ ଦର୍ଶାଉଛି ଯେ ଆମେ ନିଶ୍ଚିତ ସଫଳ ହେବୁ।


