Posted inଖେଳ

‘ହାର୍ଦ୍ଦିକ ଏଭଳି କିଛି ଖରାପ କାମ କରିନାହାନ୍ତି…’ ବୋର୍ଡ ନିଷ୍ପତ୍ତିକୁ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଟି୨୦ ଅଧିନାୟକ ପଦରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରିକି ଉପଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି। ଏନେଇ ଘୋଷଣା ହେବା ପରଠାରୁ ଅନେକ ପୂର୍ବତନ କ୍ରିକେଟର ପାଣ୍ଡ୍ୟାଙ୍କ ସମର୍ଥନରେ ବାହାରୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଚୟନ କମିଟି ପାଣ୍ଡ୍ୟାଙ୍କୁ ତାଙ୍କର ପୂର୍ବ ଅନୁଭବ ଅନୁଯାୟୀ ସମର୍ଥନ କରିବା ଉଚିତ ଥିଲା ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ କୈଫ କହିଛନ୍ତି, ହାର୍ଦ୍ଦିକ ୨ ବର୍ଷ ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ମଧ୍ୟ ଟି୨୦ ବିଶ୍ୱକପ୍‌ରେ ଦଳର ଉପ ଅଧିନାୟକ ଥିଲେ। ଏବେ ଜଣେ ନୂଆ କୋଚ୍‌ ଆସିଛନ୍ତି। ଏଥିଲାଗି ନୂଆ ଯୋଜନା ହେବା ସ୍ବାଭାବିକ। ସୂର୍ଯ୍ୟକୁମାର ଜଣେ ଭଲ ଖେଳାଳି। ସେ ଟି୨୦ରେ ଶୀର୍ଷ ଖେଳାଳି। ସେ ଭଲ ଭାବେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଆଶା। ହେଲେ ହାର୍ଦ୍ଦିକଙ୍କୁ ପୁଣି ସୁଯୋଗ ଦେବାର ଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ଗମ୍ଭୀର ଜଣେ ଅନୁଭବୀ କୋଚ୍‌ ସାଙ୍ଗକୁ ଅଧିନାୟକ। ସେ କ୍ରିକେଟକୁ ଭଲ ଭାବେ ବୁଝନ୍ତି। ମାତ୍ର ହାର୍ଦ୍ଦିକ ସେଭଳି କିଛି ଭୁଲ କରି ନାହାନ୍ତି ଯେଉଁଥିଲାଗି ତାଙ୍କୁ ଅଧିନାୟକ ପଦ ମିଳିଲା ନାହିଁ ବୋଲି ସେ କହିଛନ୍ତି।

କହିରଖୁଛୁ, ହାର୍ଦ୍ଦିକ ୩ ଦିନିକିଆ ଏବଂ ୧୬ ଟି୨୦ରେ ଭାରତର ନେତୃତ୍ୱ ନେଇଥିଲେ। ଏହାଛଡ଼ା ସେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri