ଆଜି ଖୋଲିବ ଇଭିଏମ୍‌, ଆଶଙ୍କାରେ ପ୍ରାର୍ଥୀ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିର୍ବାଚନ ସରିଛି। ନିଜ ମନ ପସନ୍ଦର ନେତା ବାଛିଛନ୍ତି ରାଜଧାନୀବାସୀ। ଅପେକ୍ଷା କେବଳ ଫଳାଫଳକୁ। ଲୋକଙ୍କ ବିଶ୍ୱାସ ଜିତିବାରେ କିଏ ସଫଳ ହୋଇଛନ୍ତି ତାହା ଶନିବାର ଜଣାପଡିବ। ଏପଟେ ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆଶା ଓ ଆଶଙ୍କାର ଦୋ’ ଛକିରେ ରହିଛନ୍ତି ସମସ୍ତ ପ୍ରାର୍ଥୀ। ଭୋଟ ଗ୍ରହଣ ପରେ ବିଏମ୍‌ସିର ୬୭ଟି ଓ୍ବାର୍ଡ ପାଇଁ ୨୮୯ଜଣ କର୍ପୋରେଟର ଓ ୧୨ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁୟାୟୀ ଶନିବାର ସକାଳ ୮ଟା ରୁ ଭୋଟ ଗଣତି ଆରମ୍ଭ ହେବ। ବିଜେବି କଲେଜ ଷ୍ଟ୍ରଙ୍ଗ୍‌ରୁମରେ ୪ଟି ହଲ୍‌ରେ କର୍ପୋରେଟର ଏବଂ ମେୟରଙ୍କ ପାଇଁ ୨୪ଟି ଲେଖାଏ ଟେବୁଲରେ ଗଣତି କରାଯିବ। ଓ୍ବାର୍ଡ ଓ୍ବାଇଜ୍‌ ଭୋଟ ଗଣତି କରି ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନିୟମିତ ବ୍ୟବଧାନରେ ଭୋଟ ଗଣତି ସମ୍ପର୍କିତ ଟିକିନିଖି ସୂଚନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ, କର୍ପୋରେଟର ଓ ମେୟର ପଦବୀ ପାଇଁ ଦୁଇଟି ପୃଥକ ଏଲ୍‌ଇଡି ବା ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଥିବା ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ପରପକ୍ଷେ କର୍ପୋରେଟର ପଦ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବ୍ୟତୀତ ଅନେକ ଆଶାୟୀ ସ୍ବାଧୀନ ଭାବେ ନିର୍ବାଚନ ଲଢିଛନ୍ତି। ଦଳୀୟ ଟିକେଟ ନ ପାଇ ଏକାଧିକ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ନିଜ ନିଜ ଭିତରେ ଲଢେଇ ଚାଲିଥିବାବେଳେ ଲୋକେ ଦଳକୁ ଦେଖି ଭୋଟ ଦେଇଛନ୍ତି କି ପ୍ରାର୍ଥୀଙ୍କୁ ଦେଖି ଦେଇଛନ୍ତି ତାହା ଗଣତିରେ ଜଣାପଡିବ। ବିଶେଷକରି ବିଜେଡି, ଭାଜପା ମଧ୍ୟରେ ଟକ୍କର ହେଉଥିବାବେଳେ କେତେକ ଓ୍ବାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ଉପରେ ସ୍ବାଧୀନ ପ୍ରାର୍ଥୀ ଭାରି ପଡିବେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ପ୍ରଥମ କରି ଜନସାଧାରଣ ସିଧାସଳଖ ଭୋଟ ଦେଇ ମେୟର ପ୍ରାର୍ଥୀଙ୍କୁ ବାଛିଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ମିଶାଇ ମୋଟ୍‌ ୧୨ଜଣ ପ୍ରାର୍ଥୀ ଏହି ପଦ ପାଇଁ ପ୍ରତିଯୋଗିତା କରୁଛନ୍ତି। ତେଣୁ କେଉଁ ପ୍ରାର୍ଥୀଙ୍କୁ ଭୋଟରମାନେ ମେୟର ପଦବୀରେ ଦେଖିବାକୁ ଚାହୁଛନ୍ତି ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ସେ କେତେ ସଂଖ୍ୟାରେ ଜିତିବେ ତାହା ଶନିବାର ନିର୍ଦ୍ଧାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri