ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା: ବୁଲିଲା ବୁଲ୍‌ଡୋଜର

ଧୂଷୁରୀ, ୨।୬ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ପୂର୍ବରୁ ଏ ନେଇ ପ୍ରଶାସନ ପକ୍ଷରୁ ବିସ୍ଥାପିତ ହେବାକୁ ଥିବା ପରିବାରମାନଙ୍କୁ ନୋଟିସ ଜାରି କରାଯାଇଥିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା।

ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଧାମନଗର ଭାରପ୍ରାପ୍ତ ଏସଡିପିଓ ଅନିରୁଦ୍ଧ ମୁଦୁଲି, ଧୂଷୁରୀ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ଓ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପୀଠରେ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।

ଏହି ସମୟରେ ୩ଟି ସେବାୟତ ପରିବାର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ କାଗଜପତ୍ର ଉପଜିଲାପାଳଙ୍କୁ ଦେଖାଇଥିଲେ। ଏହାକୁ ଛାଡ଼ି ଅନ୍ୟ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।ପ୍ରଥମେ ଶିବଗଙ୍ଗା ପୁଷ୍କରିଣୀର ଉତ୍ତର ପାର୍ଶ୍ୱ ଓ ମନ୍ଦିର ବେଢ଼ାର ଦକ୍ଷିଣ-ପୂର୍ବ ପାର୍ଶ୍ୱରେ ଥିବା କିଛି ସେବାୟତଙ୍କ ବାସସ୍ଥାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଙ୍ଗାଯାଇଥିଲା। କିଛି ସେବାୟତ ଉଚ୍ଛେଦ ପ୍ରକ୍ରିୟାକୁ ଆଉ ୨ ଦିନ ପଛକୁ ସରାଇବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା ଓ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।ଉଚ୍ଛେଦ ପ୍ରକ୍ରିୟା ସମୟରେ ପୀଠରେ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଞ୍ଚଳିକ ତାଏକୋଣ୍ଡୋ ପ୍ରତିଯୋଗିତା; କଳାହାଣ୍ଡି ପ୍ରତିଯୋଗୀଙ୍କ ସଫଳତା, ଛୁଟୁଛି ଶୁଭେଚ୍ଛା

ଭବାନୀପାଟଣା, ୨।୯ (ଉତ୍ତମ କୁମାର ଦାଶ ): ଆନ୍ଧ୍ରପ୍ରଦେଶ କାକିନାଡାର ଦ୍ରୋଣଇନ୍‌ଡୋର ଷ୍ଟାଡିୟମରେ ୩ଦିନ ଧରି ୨୧ତମ ଦକ୍ଷିଣ-ପଶ୍ଚିମ ଭାରତୀୟ ଆଞ୍ଚଳିକ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri