Posted inଫୁରସତ

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା କନ୍ୟାସନ୍ତାନମାନେ ହେଉଛନ୍ତି ତ୍ରୁଟିଯୁକ୍ତ ଜିନ୍‌ର ବାହକ। ଏମାନଙ୍କଠାରେ ରୋଗଣା ଜିନ୍‌ ଥିଲେ ମଧ୍ୟ ଏମାନେ ଏହି ରୋଗ ଭୋଗି ନ ଥାନ୍ତି। ରୋଗ ଭୋଗିଥାଆନ୍ତି କେବଳ ପୁରୁଷ ବା ପୁତ୍ର ସନ୍ତାନମାନେ। ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷର ଥିମ୍‌ ରହିଛି (ଆସେସ୍‌ ଫର୍‌ ଅଲ୍‌: ଓମେନ୍‌ ଆଣ୍ଡ ଗଲର୍‌ସ ଠୁ) ଏହାର ଅର୍ଥ ହେଲା: ରକ୍ତସ୍ରାବ ସମସ୍ୟା ସହ ଜଡିତ ମହିଳା ଏବଂ ଯୁବତୀମାନଙ୍କୁ ଅବହେଳା କରିବା ଠିକ୍‌ ନୁହେଁ। ତା’ ସହ ହେମୋଫିଲିଆ ବିଷୟରେ ଅଧିକ ଜନସଚେତନତାକୁ ପ୍ରାଥମିକତା ଦିଆଯିବା ଦରକାର। ‘ହେମୋଫିଲିଆ ଶବ୍ଦଟିରେ ରହିଛି ଦୁଇଟି ଅଂଶ, ଯଥା ‘ହେମୋ’ ଏବଂ ‘ଫିଲିଆ’। ‘ହେମୋ’ ଅର୍ଥ ରକ୍ତ ସମ୍ବନ୍ଧୀୟ ଏବଂ ‘ଫିଲିଆ’ ଅର୍ଥ ପ୍ରବଣତା। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧି ପାରେ ନାହିଁ।

ଚିହ୍ନିବ କିପରି: ପୁଅଟିଏ ଖେଳିବା ବେଳେ ସାମାନ୍ୟ ଖଣ୍ଡିଆ ଖାବରା ହୋଇପଡିଲେ କି ଦୁର୍ଘଟଣାଗ୍ରସ୍ତ ହେଲେ କ୍ଷତ ସ୍ଥାନରୁ ବହୁ ସମୟ ଧରି ରକ୍ତସ୍ରାବ ଚାଲିଥାଏ। ଦାନ୍ତ ଉପାଡିଲେ ମାଢ଼ିର ଉପୁଡା ଯାଇଥିବା ସ୍ଥାନରୁ ରକ୍ତ ଝରିବା ସହଜରେ ବନ୍ଦ ହୁଏ ନାହିଁ। ଛୋଟକାଟିଆ ଅପରେଶନ କଲାବେଳେ ମଧ୍ୟ ବହୁ ସମୟଧରି ରକ୍ତ ବୋହୁଥାଏ।
ଭିତରକୁ ରକ୍ତସ୍ରାବ ହେଲେ ଜାତ ହୁଏ ପେଶୀ ଯନ୍ତ୍ରଣା ଏବଂ ଉଦର ଭିତରକୁ ରକ୍ତସ୍ରାବ ହେଲେ ହୁଏ ଉଦର ଯନ୍ତ୍ରଣା। ମସ୍ତିଷ୍କ ଭିତରକୁ ରକ୍ତସ୍ରାବ ହୋଇ ଷ୍ଟ୍ରୋକ୍‌ ବା ପାରାଲିସିସ୍‌ ହୋଇପାରେ। ନାକ, ପାଟି ଓ ଦାନ୍ତ ମାଢ଼ିରୁ ବି ରକ୍ତ ଝରିପାରେ। ରକ୍ତବାନ୍ତି ଓ କଳାଝାଡା ହେବା ସଙ୍ଗେ ସଙ୍ଗେ ଝାଡା ଓ ପରିସ୍ରାରେ ମଧ୍ୟ ରକ୍ତ ପଡିପାରେ।

ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା : ପିଲାର ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ନିର୍ଣ୍ଣୟ କରାଯାଏ। ରୋଗୀଠାରେ ଫ୍ୟାକ୍ଟର VIIIର ଅଭାବ ଥିଲେ ‘ହେମୋଫିଲିଆ A’ ଏବଂ ଏବଂ ଫ୍ୟାକ୍ଟର IXର ଅଭାବ ଥିଲେ ‘ହେମୋଫିଲିଆ B’ ବୋଲି ନିର୍ଣ୍ଣୟ କରିବାରେ କୌଣସି ସନ୍ଦେହ ରହେ ନାହିଁ। ଏବେ ଗର୍ଭବତୀଙ୍କ ଗର୍ଭାଶୟରୁ ଜଳ ସଂଗ୍ରହ ଓ ସେହି ଜଳରେ ଥିବା ଜୀବକୋଷର ଜିନ୍‌ ପରୀକ୍ଷା କରି ଗର୍ଭସ୍ଥ ଶିଶୁ ରୋଗୀ କି ବାହକ ତାହା ଜାଣିହେଉଛି।

ଚିକିତ୍ସା : ହେମୋଫିଲିଆର ପ୍ରକାରକୁ ଚାହିଁ ରୋଗୀର ଶିରାବାଟେ ଫ୍ୟାକ୍ଟର VIII କିମ୍ବା ଫ୍ୟାକ୍ଟର IXର ଇଞ୍ଜେକସନ ଦେଇ ଚିକିତ୍ସା କରାଯାଉଛି। ଆମ ଦେଶର କେତେକ ରାଜ୍ୟ ସରକାର ହେମୋଫିଲିଆ ରୋଗୀଙ୍କର ଫ୍ୟାକ୍ଟର VIII ଏବଂ ଫ୍ୟାକ୍ଟର IX ମାଗଣାରେ ଯୋଗାଇ ଦେଉଛନ୍ତି। ଏବେ ମଧ୍ୟ ହେମୋଫିଲିଆ ରୋଗୀଙ୍କ ଚିକିତ୍ସା ପାଇଁ ଅନ୍ୟାନ୍ୟ ଔଷଧମାନ ମିଳିଲାଣି। ଜିନ୍‌ ଚିକିତ୍ସାର ମଧ୍ୟ ସୁଫଳ ମିଳୁଥିବା ପ୍ରକାଶ। ରୋଗୀଠାରେ ଗଣ୍ଠି ବିକୃତି ପ୍ରକାଶ ପାଇଥିଲେ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ ମଧ୍ୟ ଲୋଡା।

ନିବାରଣମୂଳକ ବ୍ୟବସ୍ଥା: ରୋଗୀ ଯେପରି ଆଘାତ ପାଇ କ୍ଷତବିକ୍ଷତ ନ ହୁଅନ୍ତି ସେଥିପ୍ରତି ସତର୍କ ରୁହନ୍ତୁ। ରୋଗୀ ଖେଳାଖେଳି, ଓଜନିଆ ଜିନିଷ ଉଠାଇବା ସମୟରେ, ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ। ଏମାନେ ଦାନ୍ତ ଘଷିବା ସମୟରେ ନରମ ବ୍ରଶ୍‌ ବ୍ୟବହାର କରନ୍ତୁ। ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡିଥାଏ। ତେଣୁ ସେ ଯେପରି ହେପାଟାଇଟିସ୍‌-ବି, ଏବଂ ହେପାଟାଇଟିସ-ସି ତଥା ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ନଜର ଦିଅନ୍ତୁ। ଜାଣି ରଖିବା ଉଚିତ ଯେ, ହେମୋଫିଲିଆ ରୋଗ ସଂକ୍ରାମକ ନୁହେଁ। ତେଣୁ ତାହା ଅନ୍ୟମାନଙ୍କୁ ଡେଇଁବାର ଆଦୌ ଆଶଙ୍କା ନାହିଁ।
-ଡା. ନିତ୍ୟାନନ୍ଦ ସ୍ବାଇଁ,
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri