ବ୍ୟବସାୟକୁ ସେବା ଭାବୁଥିବାରୁ ସବୁ ସୁରୁଖୁରୁରେ ଚାଲେ

ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବାବେଳେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଅନେକ ଭିତ୍ତିଭୂମି ସୁଦୃଢ଼ ହେବା ସହ ବ୍ୟାପକ ହେବାରେ ଲାଗିଛି। ଏଭଳି ସ୍ଥଳେ ରାଜଧାନୀ ଭୁବନେଶ୍ୱରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ରବୀନ୍ଦ୍ର ଲାଇଫ୍‌ ଲାଇନ୍‌’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାବେଳେ ଏ ସମ୍ପର୍କରେ ଅନୁଷ୍ଠାନର ଏମ୍‌ଡି ଶୈଳେନ୍ଦ୍ର ନାରାୟଣ ସେନାପତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ…

ପ୍ର- ପ୍ରାରମ୍ଭିକ ଜୀବନ କିପରି ଥିଲା?
ଉ- ଖୋର୍ଦ୍ଧା ଜିଲାର ପଦ୍ମପୁରରେ ଆମ ଗାଁ। ୧୯୬୨ରେ ଆମ ପରିବାର ଭୁବନେଶ୍ୱର ଆସିଥିଲା। ବାପୁଜୀନଗର ୟୁପି ସ୍କୁଲ ଓ ୟୁନିଟ୍‌-୧ ହାଇସ୍କୁଲରେ ସ୍କୁଲ ପାଠପଢ଼ା ସରିଥିଲା। ବିଜେବି କଲେଜରୁ ବିଏସ୍‌ସି ପାସ୍‌ କରିଥିଲି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବାପା ଜଡ଼ିତ ରହୁଥିବାରୁ ତାଙ୍କୁ ସବୁବେଳେ ଅନୁସରଣ କରୁଥିଲି। ୫ ଭାଇ ଭଉଣୀଙ୍କ ଦାୟିତ୍ୱ ମୋ ଉପରେ ରହିଥିଲା। ଫଳରେ ଅଧିକ ପାଠପଢ଼ାର ସୁଯୋଗ ମିଳି ନଥିଲା। ଏବେ ମୁଁ ଯେଉଁଠି ଅଛି ଅନେକ ସଂଘର୍ଷ ମଧ୍ୟରେ ଈଶ୍ୱରଙ୍କ କୃପା ଯୋଗୁ ସମ୍ଭବ ହୋଇଛି।

ପ୍ର- ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ଯାତ୍ରା ଆରମ୍ଭରୁ ଏ ପର୍ଯ୍ୟନ୍ତ କିପରି ରହିଛି?
ଉ- ବାପା ଜଣେ ବୈଦ୍ୟ(କ୍ୱାକ୍‌) ଭାବେ ପରିଚିତ ଥିଲେ। ଅଞ୍ଚଳରୁ ଅଞ୍ଚଳ ବୁଲି ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିଲେ। ସେସବୁ ମୋ ଉପରେ ପ୍ରଭାବ ପକାଉଥିଲା। ୧୯୬୨ରୁ ବାପା ଔଷଧ ଦୋକାନ ଆରମ୍ଭ କରିଥିଲେ। ରାଜମହଲ ଛକରେ ପ୍ରଥମ ଔଷଧ ଦୋକାନ ଖୋଲିଥିଲା। ପାଠପଢ଼ା ସହ ଦୋକାନକୁ ମଧ୍ୟ ସମୟ ଦେବାକୁ ପଡ଼ୁଥିଲା। ୧୯୯୧ରେ ବାପାଙ୍କ ଦେହାନ୍ତ ପରେ ପରିବାର ଓ ବ୍ୟବସାୟର ସମ୍ପୂର୍ଣ୍ଣ ଦାୟିତ୍ୱ ମୋ ଉପରକୁ ଆସିଯାଇଥିଲା। ବର୍ତ୍ତମାନ ରବୀନ୍ଦ୍ର ଲାଇଫ୍‌ ଲାଇନ୍‌, ରବୀନ୍ଦ୍ର ଏଜେନ୍ସି, ରବିନ୍ଦ୍ର ସର୍ଜିକାଲ ଓ ରବୀନ୍ଦ୍ର ହେଲଥ୍‌ କେୟାର ଭାବେ ବ୍ୟବସାୟ ତଥା ସ୍ବାସ୍ଥ୍ୟସେବାକୁ ବର୍ଦ୍ଧିତ କରିପାରିଛି। ଝାରସୁଗୁଡ଼ାରେ ମଧ୍ୟ ଏକ ଶାଖା ରହିଛି। ୨୦୨୧ରେ ଧଉଳି ପାହାଡ ତଳେ ୧୦ ଗିରି ଗାଈଙ୍କୁ ନେଇ ଗୋଶାଳା ଆରମ୍ଭ କରିଥିଲି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଫିନାଇଲର ବିକଳ୍ପ ଭାବେ ଗୋମୂତ୍ରରେ ପ୍ରସ୍ତୁତ ସୁଗନ୍ଧଯୁକ୍ତ ଉତ୍ତମମାନର ଉପତ୍ାଦ ପ୍ରସ୍ତୁତ କରାଯାଉଛି। ପୂଜ୍ୟ ଗୁରୁଜୀଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ରହିଥାଉ।

ପ୍ର- ସ୍ବାସ୍ଥ୍ୟସେବା ଓ ବ୍ୟବସାୟ ମଧ୍ୟରେ ସମନ୍ବୟ ରଖିବା ପାଇଁ କେଉଁ ସବୁ ଆହ୍ବାନ ଦେଇ ଗତି କରିଥା’ନ୍ତି?
ଉ- ସ୍ବାସ୍ଥ୍ୟଭିତ୍ତିକ ବ୍ୟବସାୟ କ୍ଷେତ୍ରରେ ଅନେକ ଉତ୍ଥାନ ପତନ ଦେଇ ଗତି କରିବାକୁ ପଡ଼ିଥାଏ। କିନ୍ତୁ ସମସ୍ୟା ଘେରରେ ଥିଲେ ମଧ୍ୟ ଆମେ କେବେ ଭାଙ୍ଗିପଡ଼ୁନା। ସବୁବେଳେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ତପତ୍ର ଥାଉ। ବଜାରରେ ସମାନ କମ୍ପୋଜିଶନର ହଜାର ହଜାର ବ୍ରାଣ୍ଡ୍‌ର ଔଷଧ ମିଳୁଛି। ତେଣୁ ଗ୍ରାହକ ଖୋଜୁଥିବା ବ୍ରାଣ୍ଡ୍‌ର ଔଷଧ ଉପଲବ୍ଧ କରାଇବା ସହଜ ନୁହେଁ। ତଥାପି ଯଥାସମ୍ଭବ ଚେଷ୍ଟାକରୁ ଗ୍ରାହକ ଯେମିତି ଫେରି ନ ଯିବେ। ବ୍ୟବସାୟକୁ ସବୁବେଳେ ସେବା ବୋଲି ଭାବୁ। ତେଣୁ ଈଶ୍ୱରଙ୍କ କୃପାରୁ ସବୁ ସୁରୁଖୁରୁରେ ଚାଲିଛି।

ପ୍ର- ଭାରତୀୟ ସ୍ବାସ୍ଥ୍ୟସେବା କ୍ଷେତ୍ର ସଙ୍କଟ ଦେଇ ଗତି କରୁଥିବା ମନେ ହେଉଛି କି?
ଉ- ବଜାରରେ ୩୦ ହଜାରରୁ ୫୦ ହଜାର ସଂଖ୍ୟାରେ ଔଷଧ ବ୍ରାଣ୍ଡ୍‌ ରହିଛି। ତେଣୁ ନକଲି ଔଷଧ କାରବାର ଭୟ ମଧ୍ୟ ରହିଛି। ନକଲି ଔଷଧ ଦ୍ୱାରା ଲୋକଙ୍କ ପ୍ରତି ବିପଦ ରହୁଛି। ତେଣୁ ସେସବୁର ତଦାରଖ କରିବାକୁ ପଡ଼ିଥାଏ। ଯଦି ବ୍ରାଣ୍ଡ୍‌ ନାମ ପରିବର୍ତ୍ତେ ଔଷଧର କମ୍ପୋଜିଶନ ପ୍ରତି ଆମେ ଗୁରୁତ୍ୱ ଦେବା। ତେବେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସୁଧାର ଆସିପାରିବ।

ପ୍ର- ଯୁବ ଉଦ୍ୟୋଗୀମାନେ କିପରି ସଫଳତା ପାଇପାରିବେ?
ଉ- ଯୁବୋଦ୍ୟୋଗୀମାନେ ବହୁ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ସେବା ମନୋଭାବ ରଖି କାର୍ଯ୍ୟ କରିବା ଦରକାର। ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ସବୁବେଳେ ପ୍ରାଥମିକତା ଦେଇ ବିିଭିନ୍ନ ପଦକ୍ଷେପ ନେବା। ଜନସଚେତନା ସୃଷ୍ଟି ପାଇଁ କର୍ମଶାଳା, ସ୍ବାସ୍ଥ୍ୟ ଶିବିର ଆଦିର ଆୟୋଜନ ବର୍ତ୍ତମାନ ସମୟରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏଦିଗରେ ଧ୍ୟାନଦେବା ଉଚିତ୍‌।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri