ସଭିଙ୍କ ପ୍ରିୟ

ଜୀବନଯାତ୍ରାରେ ନାରୀଟିଏ ମା’, ଝିଅ, ଭଉଣୀ, ସ୍ତ୍ରୀ, ବାନ୍ଧବୀ ଭଳି ଅନେକ ଭୂମିକାରେ ଅବତୀର୍ଣ୍ଣ। ସେ ଦାୟିତ୍ୱବୋଧତା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଏବଂ ଭଲ ଗୁଣ ଯୋଗୁ କେବଳ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖେନି ବରଂ ସୁସ୍ବଭାବ ଏବଂ ଉତ୍ତମ ବ୍ୟବହାରରେ ବନ୍ଧୁ ପରିଜନଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କର ବି ଜିଣିପାରେ ହୃଦୟ ଆଉ ହୋଇପାରେ ସଭିଙ୍କ ପ୍ରିୟପାତ୍ର…

ସମସ୍ତଙ୍କ ମନରେ ନିଜ ପ୍ରତି ଭଲ ଭାବନା ସୃଷ୍ଟି କରି ସଭିଙ୍କ ପ୍ରିୟଭାଜନ ହେବା ଏତେ ସହଜ ନୁହେଁ। ଏଥିପାଇଁ ଆବଶ୍ୟକ ଅନେକ ସଦ୍‌ଗୁଣ। ଯେଉଁ ନାରୀ ପାଖରେ ଏହି କଳା ଥାଏ ସେ ହିଁ ଅନ୍ୟମାନଙ୍କ ହୃଦୟ ଜିଣିବାରେ ହୋଇପାରେ ସଫଳ। ତେବେ ବେଳେ ବେଳେ ଅନେକ ଭଲ ଗୁଣ ଥିଲେ ସୁଦ୍ଧା କେହି କେହି ଏଥିରୁ ବଞ୍ଚତ୍ତ ହୁଅନ୍ତି। ତେଣୁ ଏହା ପଛରେ ନିଜର କେଉଁ ଗୁଣ ଅବା ଅଭ୍ୟାସ ଦାୟୀ ଚିହ୍ନିବା ସହ ଯଥାସମୟରେ ଏହାକୁ ସୁଧାରିନେବା ହିଁ ନାରୀକୁ ଦେଇଥାଏ ଏକ ଭଲ ମଣିଷର ପରିଚୟ…
ଉତ୍ତମ ବ୍ୟବହାର: କଥାରେ ଅଛି ମଣିଷ ମୁଖରେ ହିଁ ରହିଛି ଅମୃତ ଆଉ ସେଇଠାରେ ହିଁ ଭରି ରହିଛି ବିଷ। ତେଣୁ କ’ଣ କହିଲେ ଜଣଙ୍କର ଉପକାର ହେବ ଏବଂ ଏହାଦ୍ୱାରା ଅନ୍ୟର କ୍ଷତି ହେଉ ନ ଥିବ ସେଥିପ୍ରତି ଧ୍ୟାନ ଦେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଭଦ୍ର, ନମ୍ର ଏବଂ ମିଠା କଥା କହୁଥିବା ଲୋକଙ୍କୁ ଭଲ ପାଆନ୍ତି। ତେଣୁ ଅନ୍ୟ ପ୍ରତି ନିଜ ବ୍ୟବହାର ଏବଂ କଥାବର୍ତ୍ତା ଠିକ୍‌ ରଖନ୍ତୁ ଦେଖିବେ ଜୀବନରେ ଅନେକଙ୍କର ପ୍ରିୟପାତ୍ର ହୋଇପାରିବେ।
କ୍ରୋଧ ନିୟନ୍ତ୍ରଣ: କଥା କଥାରେ ରାଗିଯିବା, ହଠାତ୍‌ ଆଗପଛ ବିଚାର ନ କରି ଯୁକ୍ତି କରିବା କିମ୍ବା ଟାଣ କଥା କହିବା ଦ୍ୱାରା ଅନ୍ୟର ମାନସିକତା ଆଘାତ ହୋଇଥାଏ। ଆଉ ଏଭଳି ଆଚରଣ ଅନେକଙ୍କୁ ସଭିଙ୍କ ଅପ୍ରିୟ କରାଇଥାଏ। ତେଣୁ ସର୍ବଦା ନିଜର କ୍ରୋଧ, ଅଯଥା ତର୍କକରିବା ଏବଂ ଆକ୍ରୋଶମୂଳକ ଆଚରଣ ଆଦିକୁ ନିୟନ୍ତ୍ରଣରେ ରଖିବା ହିଁ ସମସ୍ତଙ୍କ ହୃଦୟ ଜିତିବାର ମାଧ୍ୟମ।
ଅନ୍ୟକୁ ସାହାଯ୍ୟ: ସମସ୍ତଙ୍କ ସହ ଯୋଗାଯୋଗରେ ରହିବା, ସୁବିଧା ଅସୁବିଧା ସମୟରେ ପରାମର୍ଶ ଦେବା ଏବଂ ସାହାଯ୍ୟ କରିବା ଏକ ଭଲଗୁଣ। ଏହା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କୁ ସଭିଙ୍କ ପ୍ରିୟ କରାଇଥାଏ। ତେବେ ମନେରଖନ୍ତୁ, ସଭିଙ୍କ ପ୍ରିୟ ହେବା ଆଳରେ ଉପରେ ପଡି କାହାର ସାହାଯ୍ୟ ଲୋଡିବା ବିନା ପରାମର୍ଶ ଦେବା କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଯଥାରେ ହସ୍ତକ୍ଷେପ କରିବାର ଅଭ୍ୟାସ ଆପଣଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ମଧ୍ୟ ଦେଇପାରେ।
ଆତ୍ମପ୍ରଶଂସା ନୁହେଁ ଅନ୍ୟର ପ୍ରଶଂସା: ପ୍ରଶଂସା କାହାକୁ ବା ଭଲ ନ ଲାଗେ। ଆଉ ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେ ଆପେ ସମସ୍ତଙ୍କ ମୁଖରୁ ପ୍ରଶଂସାର ସୁଅ ଛୁଟିଆସେ। ହେଲେ କେତେକଙ୍କଠାରେ ନିଜ ପ୍ରଶଂସା ନିଜେ କରିବା କିମ୍ବା ଅନ୍ୟ କାହାର ଭଲ କାର୍ଯ୍ୟର ଶ୍ରେୟ ନିଜ ମୁଣ୍ଡକୁ ନେଇ ଗର୍ବ କରିବାର ଅଭ୍ୟାସ ରହିଛି। କେବଳ ଏତିକି ନୁହେଁ ଅନ୍ୟର ଉନ୍ନତିରେ ଅସହିଷ୍ଣୁ ହୋଇ ପଡିବା, କାହାକୁ ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା ଭଳି ବଦଭ୍ୟାସ ବି କେତେକଙ୍କଠାରେ ରହିଛି। ସେହିପରି କେତେକଙ୍କର ସର୍ବଦା ନିଜର ଭୁଲ୍‌ ଲୁଚାଇବାକୁ ଯାଇ ଏହାକୁ ଅନ୍ୟ ମୁଣ୍ଡରେ ଲଦିଦେବା, ଅନ୍ୟ ପଛରେ ବାରମ୍ବାର ଗପିବା ଭଳି ମାନସିକତା ହିଁ ଅନ୍ୟମାନଙ୍କ ମନରେ ସେମାନଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେଣୁ ନିଜ କର୍ମ ଠିକ୍‌ ଭାବେ କରି ଚାଲନ୍ତୁ। ଅନ୍ୟର ଭଲ ଗୁଣ ଦେଖିଲେ କିମ୍ବା ସଫଳତାରେ ଖୁସି ହୁଅନ୍ତୁ ଏବଂ ପ୍ରଶଂସା କରନ୍ତୁ। ଯଦି କେବେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଶ୍ରଦ୍ଧା ଓ ଭଲ ପାଇବା କମୁଛି ବୋଲି ହୃଦ୍‌ବୋଧ ହୁଏ ତେବେ ପ୍ରଥମେ ନିଜର କେଉଁ ବଦଗୁଣ ଏଥିପାଇଁ ଦାୟୀ ଜାଣିବାକୁ ଚେଷ୍ଟା କରି ଏହାକୁ ସୁଧାରିଲେ ସଭିଙ୍କ ପ୍ରିୟ ହୋଇପାରିବେ।
ସହନଶୀଳତା: ମନରେ ଯେତେ କଷ୍ଟ କିମ୍ବା ଦୁଃଖ ଥାଉନା କାହିଁକି ଅନ୍ୟକୁ ଭଲ କଥା କହିବା, ମଜା, ଥଟା କରି ଅନ୍ୟମାନଙ୍କ ମନରେ ଖୁସି ଭରିଦେବାର ନିଆରା ସହନଶୀଳତାର କଳା ଯେଉଁ ନାରୀ ପାଖରେ ଥାଏ ସେମାନଙ୍କୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି। ତେଣୁ ନିଜ ବ୍ୟକ୍ତିତ୍ୱରେ ସହନଶୀଳତାକୁ ସାମିଲ କରନ୍ତୁ। କୌଣସି କଥାରେ ରାଗିଯାଇ ବା ଧୈର୍ଯ୍ୟହରା ହୋଇ କାହାକୁ ପରିହାସ କରିବା, ଅପମାନିତ କରିବା, କଷ୍ଟ ଦେବା କିମ୍ବା ଅସୁବିଧାରେ ପକାଇବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ଏହା କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ପକାଇବ ବରଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି କରିବ। ତେଣୁ ସର୍ବଦା ନିଜ ଉଚ୍ଚାରଣ ଏବଂ ଆଚରଣରେ ସହନଶୀଳତା ରକ୍ଷା କରନ୍ତୁ।

 

କ’ଣ କୁହନ୍ତି ଏମାନେ…
ଉତ୍ତମ ବ୍ୟବହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ
ମଣିଷଟିଏ ଭଲ ବା ଖରାପ ତାହାର ପରିଚୟ ଦେଇଥାଏ ଅନ୍ୟପ୍ରତି ତା’ର ବ୍ୟବହାର। ତେଣୁ କାହା ସହ କଥା ହେବା ବେଳେ ଏଥିପ୍ରତି ସର୍ବଦା ସଜାଗ ରହିଥାଏ। ଜଣେ ମଣିଷ ବିଶେଷ କରି ନାରୀଟିଏ ସଭିଙ୍କ ପ୍ରିୟ ହେବା ଲାଗି ସହନଶୀଳତା ଓ ସାହାଯ୍ୟ ମନବୃତ୍ତି ରହିବା ନିହାତି ଦରକାର ବୋଲି ମୋର ମତ। ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ନିଜର ଏକ ବୁଟିକ୍‌ ଚଲାଉଛି। କଟକ ଭୁବନେଶ୍ୱରରେ ଏତେ ବଡ ବଡ ଶପିଂ ମଲ୍‌ ଏବଂ ଫ୍ୟାଶନ୍‌ ହବ୍‌ ସବୁ ରହିଛି। ତଥାପି ଯେତେବେଳେ କେବଳ ମୋ ବ୍ୟବହାରରେ ସନ୍ତୁଷ୍ଟ ହୋଇ କିଛି ଗ୍ରାହକ ମୋ ବୁଟିକ୍‌ରେ ଥିବା ଲିମିଟେଡ୍‌ କଲେକ୍ସନ୍‌ ନେବାକୁ ଆସୁଥିବା ପ୍ରକାଶ କରନ୍ତି ତା’ଠାରୁ ବଡ ଖୁସିର ବିଷୟ ମୋ ପାଇଁ ଆଉ କ’ଣ ବା ହୋଇପାରେ।
– ମଧୁସ୍ମିତା ମିଶ୍ର
(ବ୍ୟବସାୟୀ, ଫୁଲନଖରା, କଟକ)
ବାକ୍‌ ସଂଜମତା ଜରୁରୀ
ଘରେ ହେଉ ଅବା ବାହାରେ ସମସ୍ତଙ୍କ ମନ ଜିଣିବା ଏତେ ସହଜ ନୁହେଁ। କାରଣ ପ୍ରତିଟି କ୍ଷେତ୍ରରେ ନାରୀଟିକୁ ଜଗି ରଖି ନିଜର ମତ ରଖିବାକୁ ହୋଇଥାଏ। ତେବେ ନିଜ କଥା କହିବି, ସର୍ବଦା ସଭିଙ୍କ ସହ ସୁସମ୍ପର୍କ ରଖିବା ସହ ସେମାନଙ୍କ ସୁଖଦୁଃଖରେ ଉଭୟ ସମୟରେ ଠିଆ ହେବା ଲାଗି ଚେଷ୍ଟା କରେ। କୌଣସି କଥାରେ ରାଗ ଆସିଲେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରେ ନାହିଁ କିମ୍ବା କ୍ରୋଧବଶତଃ ଏମିତି କିଛି କଥା କହେ ନାହିଁ ଯାହାକି ଅନ୍ୟକୁ ମାନସିକ ଆଘାତ ପହଞ୍ଚାଇବ। ତେଣୁ ସମସ୍ତଙ୍କ ପ୍ରିୟଭାଜନ ହେବା ଲାଗି ବାକ୍‌ ସଂଜମତା ଜରୁରୀ।
– ଭାରତୀ ସାହୁ
(ଗୃହିଣୀ, ଆମଣ, କଟକ)


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri