Categories: ଫୁରସତ

କେବଳ ମଣିଷଙ୍କୁ ନୁହେଁ, କୁକୁଡ଼ାକୁ ମଧ୍ୟ ଦରକାର ହୁଏ ଆଲିଙ୍ଗନ: ପାଇବା ପାଇଁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ବସିଥିବା ଦେଖିବାକୁ ମିଳୁଛି। ପରେ ଏକ କୁକୁଡ଼ା ତାଙ୍କ ପାଖକୁ ଯାଇ ତାଙ୍କ କୋଳରେ ବସୁଛି। ପରେ ବ୍ୟକ୍ତି ଜଣକ ତାକୁ ଆଲିଙ୍ଗନ କରୁଛନ୍ତି। ଏହି ଭିଡିଓକୁ ଆନିମଲ୍‌ ଲାଇଫ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। କ୍ୟାପଶନ୍‌ରେ ଲେଖାଯାଇଛିି, ‘ସମସ୍ତଙ୍କୁ ଆଲିଙ୍ଗନ ଦରକାରି’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share