ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର ଦିବସ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ ଶରତକୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜେଏମଏଫସିର ବିଚାରପତି ଅନନ୍ୟା ଅପର୍ମିତା, କଲେଜର ଅଧ୍ୟକ୍ଷ ଡଃ ପ୍ରଦୀପକୁମାର ସାହୁ, ଓକିଲସଂଘ ସଭାପତି କ୍ରୁଷ୍ଣଚନ୍ଦ୍ର ଗୌଡ,ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇଥିଲେ।

ଏହି ଅବସରରେ ବିଚାରପତି ଶରତକୁମାର ସାହୁ ସମାଜରେ ଯେପରି କୌଣସି ବ୍ୟକ୍ତିଙ୍କ ସମ୍ମାନ କ୍ଷୁର୍ଣ୍ଣ ହେବନାହିଁ, କାହାରିକୁ ବି ନିର୍ଯାତନା ଦିଆଯାଇପାରିବ ନାହିଁ, ସମ୍ମାନ କ୍ଷୁର୍ଣ୍ଣ ହେବାଭଳି ବ୍ୟବହାର ସହ ଦଣ୍ଡବିଧାନ ନ କରିବା ଲାଗି ବିଭିନ୍ନ ପରାମର୍ଶମାନ ଦେଇ ସମସ୍ତେ କିପରି ସମାଜରେ ଆତ୍ମସମ୍ମାନର ସହ ସୁରକ୍ଷିତ ଭାବେ ବଞ୍ଚିପାରିବେ ସେଥିନେଇ ଗୁରୁତ୍ୱାରୋପ କରି ମାନବାଅଧିକାର ଆଇନମାନ ସମ୍ପର୍କରେ ବୁଝାଇଥିବାବେଳେ ପ୍ରଥମଶ୍ରେଣୀ ବିଚାରପତି ଅନନ୍ୟା ଅପର୍ମିତା ମାନବଅଧିକାର ଆଇନ କଣ ଓ ଏହାକୁ ଉଲଂଘନ କଲେ କ’ଣ ହୁଏ ସେଥିନେଇ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ରୀୟା ଗନ୍ତାୟତ ମାନବାଧିକାରକୁ ନେଇ ଶୀର୍ଷକ ନିବନ୍ଧକଟିକୁ ଉପସ୍ଥାପନ କରିଥିବାବେଳେ ଅତିଥିମାନେ ଛାତ୍ରୀଛାତ୍ରଙ୍କୁ ମାନପତ୍ରଦେଇ ସମ୍ମାନିତ କରିଥିଲେ। ଏଥିରେ ବହୁ ଓକିଲ ଓ କଲେଜର ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ। ଏହାକୁ କୋର୍ଟର କର୍ମଚାରୀମାନେ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri