ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ, ୮୨ ହଜାର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି ମାନବ ଶରୀରରେ…

ନୂଆଦିଲ୍ଲୀ,୧।୬ : ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରକୁ ଯାଇଥାଏ ।
ତମାଖୁ ଦ୍ରବ୍ୟ ପ୍ୟାକେଜ କରିବା ପାଇଁ ଦେଶରେ ପ୍ରତିବର୍ଷ ପ୍ରାୟ ୨୨ ଲକ୍ଷ ଗଛ କଟାଯାଏ। ଗୋଟିଏ ବର୍ଷରେ ଏହା ଦ୍ୱାରା ଉତ୍ପନ୍ନ ବର୍ଜ୍ୟବସ୍ତୁ ହେଉଛି ୮୯,୪୦୨.୧୩ ଟନ। ଏହି ଓଜନ ୧୧୯ ନିୟୁତ କାଗଜ ନୋଟବୁକ ସହିତ ସମାନ। ତମାଖୁ ଦ୍ରବ୍ୟର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ପାଇଁ ବିପଦଜନକ ଅଟେ। ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ନ୍ୟାଶନାଲ କର୍କଟ ନିରାକରଣ ଏବଂ ଅନୁସନ୍ଧାନ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି।

୧୭ ଟି ରାଜ୍ୟରେ ତମାଖୁ ଉତ୍ପାଦ ଏବଂ ସେମାନଙ୍କ ବିପଜ୍ଜନକ ବର୍ଜ୍ୟବସ୍ତୁ ଉପରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ତମାଖୁ ଉତ୍ପାଦଗୁଡ଼ିକ ବାର୍ଷିକ ୧,୭୦,୩୩୧ ଟନ ଆବର୍ଜନା ସୃଷ୍ଟି କରନ୍ତି। ଏହା କେବଳ ଖାଉଥିବା ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ପରିବେଶ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ସମସ୍ତ ପ୍ରକାର ତମାଖୁ ଯେପରିକି ସିଗାରେଟ, ବିଡି, ହୁକ୍କା ଏବଂ ତମାଖୁ-ଗୁଟଖା ବହୁ ପରିମାଣର ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟିକାଇଜଡ କାଗଜ ବର୍ଜ୍ୟବସ୍ତୁ ସୃଷ୍ଟି କରେ। ପ୍ଲାଷ୍ଟିକରେ କ୍ୟାଡମିୟମ ଏବଂ ମର୍କୁରି ଭଳି ରାସାୟନିକ ପଦାର୍ଥର ମିଶ୍ରଣ ରହିଥାଏ ଯାହା ଶେଷରେ କର୍କଟ ଭଳି ସାଂଘାତିକ ରୋଗର କାରଣ ହୋଇଥାଏ ।

ପ୍ରତିବର୍ଷ ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରରେ ପ୍ରବେଶ କରେ ଯାହା ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ। ଯେହେତୁ ଏହି ବର୍ଜ୍ୟବସ୍ତୁ ସାଧାରଣତଃ ଖୋଲା ଅନିୟନ୍ତ୍ରିତ ଡମ୍ପିଂ ସାଇଟ, ଡ୍ରେନ ଏବଂ ନଦୀରେ ପକାଯାଏ, ଏହା ଆହୁରି ବିପଜ୍ଜନକ ହୋଇଯାଏ। ଭାରତରେ ୨୦୨୩ ମସିହାରେ ତମାଖୁ ଦ୍ରବ୍ୟ ବର୍ଜ୍ୟବସ୍ତୁର ପରିବେଶ ଭାର ଅନୁଯାୟୀ, ଅନୁସନ୍ଧାନକାରୀମାନେ ୨୦୦ ରୁ ଅଧିକ ବ୍ରାଣ୍ଡର ତମାଖୁ ଉତ୍ପାଦର ଅଧ୍ୟୟନ କରିଥିଲେ। ସେଥିମଧ୍ୟରୁ ୭୦ଟି ବ୍ରାଣ୍ଡର ସିଗାରେଟ, ୯୪ ଟି ବ୍ରାଣ୍ଡର ବିଡି ଏବଂ ୫୮ଟି ବ୍ରାଣ୍ଡର ତମାଖୁ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri