Posted inଜାତୀୟ

ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ

ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର ସଫଳତା ପାଇଁ ଗର୍ବିତ ଅନୁଭବ କରିବା ଉଚିତ ବୋଲି ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଟେଲିଭିଜନ୍‌ ବାର୍ତ୍ତାରେ କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ଏହା ହେଉଛି ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରଥମ ସମ୍ବୋଧନ।
୭୪ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ରାଷ୍ଟ୍ରପତି ଦେଶବାସୀ ତଥା ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏକ ରାଷ୍ଟ୍ର ଭାବେ ଦେଶବାସୀ ଯାହା ସବୁ ହାସଲ କରିଛନ୍ତି ରିପବ୍ଲିକ୍‌ ଡେ’ରେ ତାକୁ ପାଳନ କରାଯାଉଛି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ସଫଳ ହୋଇଛି। କାରଣ ଅନେକ ବର୍ଣ୍ଣ ଓ ଭାଷା ଥାଇ ସୁଦ୍ଧା ଆମେ ବିଭାଜିତ ନ ହୋଇ ଏକଠି ହୋଇଛେ। ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅନେକ ବିସ୍ମୟକର ଯାତ୍ରା କରିଛି। ଏଥିରୁ ବହୁ ରାଷ୍ଟ୍ର ପ୍ରେରଣା ଲାଭ କରିଛନ୍ତି। ଭାରତର ସଫଳତାକୁ ନେଇ ପ୍ରତ୍ୟେକ ନାଗରିକ ଗର୍ବିତ ହେବା ଉଚିତ।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତ ହେଉଛି ସର୍ବପୁରାତନ ସଭ୍ୟତାଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେବେ ଏକ ଆଧୁନିକ ସାଧାରଣତନ୍ତ୍ର ହିବାସରେ ଭାରତ ଯୌବନାବସ୍ଥାରେ ପଦର୍ପଣ କରିଛି। ସ୍ବାଧୀନତା ପ୍ରାପ୍ତିର କିଛି ବର୍ଷ ମଧ୍ୟରେ ଆମେ ଅନେକ ଆହ୍ବାନ ଓ ପ୍ରତିକୂଳପ ପରିସ୍ଥିତି ଦେଇ ଗତି କରିଛେ। ବିଦେଶୀ ଶାସନ ପରେ ଦାରିଦ୍ର୍ୟ ଓ ନିରକ୍ଷରତାର ଅତି ଉଚ୍ଚ ସ୍ତରକୁ ଆମେ ଦେଖିଛେ। କିନ୍ତୁ ଭାରତର ଗତି ଧିମେଇ ଯାଇନାହିଁ। ଆଶା ଓ ଆମତ୍ବିଶ୍ୱାସ ସହ ଆମେ ମାନବ ଇତିହାସର ଏକ ଅନନ୍ୟ ପ୍ରୟୋଗ ଆରମ୍ଭ କରିଛେ। ବହୁ ଭାଷାଭାଷୀ ତଥା ବିବିଧତାପୂର୍ଣ୍ଣ ଲୋକେ ଏକ ରାଷ୍ଟ୍ର ଭାବେ ଏକାଠି ହେବା ଅଭୂତପୂର୍ବ। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ମୂଳମନ୍ତ୍ର। ଏହା ହେଉଛି ଭାରତୀୟ ସମ୍ବିଧାନର ହୃଦୟ, ଯାହାକି କଷଟି ପଥରରେ ବହୁବାର ପରୀକ୍ଷିତ ହୋଇଛି। ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ ଜାତୀୟ ଆନ୍ଦୋଳନ ଆମକୁ ସ୍ବାଧୀନତା ଆଣିଦେଇଥିଲା। ସ୍ବାଧୀନତା ପାଇଁ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆନ୍ଦୋଳନରେ ସଂଗ୍ରାମୀଙ୍କ ପ୍ରାଣବଳି ଆମକୁ ଉପନିବେଶବାଦୀ ଶାସନରୁ କବଳରୁ ନୁହେଁ, ବରଂ ଆମ ଉପରେ ଲଦି ଦିଆଯାଇଥିବା ସଂକୀର୍ଣ୍ଣ ମୂଲ୍ୟବୋଧରୁ ମଧ୍ୟ ମୁକ୍ତ କରିଥିଲା। ସମ୍ବିଧାନ ଚିଠା କମିଟିର ନେତୃତ୍ୱ ନେଇଥିବା ଡକ୍ଟର ବି.ଆର. ଆମ୍ବେଡକରଙ୍କ ପ୍ରତି ରାଷ୍ଟ୍ର ଚିରଦିନ ଋଣୀ ହୋଇରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri