ବର୍ଷ ବର୍ଷ ପରେ ବି ସୁଧୁରୁନି ରାସ୍ତା

ବାଲେଶ୍ୱର ଅଫିସ, ୧୧ା୩ ବାଲେଶ୍ୱର ପୌରାଞ୍ଚଳର ୩ନଂ. ୱାର୍ଡରେ ବିଭିନ୍ନ ସମସ୍ୟା ଲାଗି ରହିଛି। ରାସ୍ତା ସମସ୍ୟା ପ୍ରମୁଖ। ଖରାଦିନେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ ବର୍ଷା ହେଲେ କାମ ସରିଲା। ଲୋକଙ୍କୁ ଘରୁ ବାହାରିବାକୁ ହେଲେ ଆଣ୍ଠୁଏ ପାଣିରେ ପଶି ଯାତାୟାତ କରିବାକୁ ପଡିଥାଏ। ଏବେ ନିର୍ବାଚନ ସମୟ ଉପନୀତ ହୋଇଥିବାରୁ ଭୋଟରମାନେ ଏହାର ସମାଧାନ ଲାଗି ଜିଦ୍‌ ଧରିଛନ୍ତି। ସିଧାସଳଖ ସମସ୍ୟା ସମାଧାନ କରିପାରିବାର ପ୍ରତିଶ୍ରୁତି ପାଇବା ପରେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବେ ବୋଲି ଲୋକେ କହିଛନ୍ତି।
୩ନଂ. ୱାର୍ଡ଼ ସୁନହଟ୍‌, ନନ୍ଦସାହି, ମଳିକସାହି, ତିଗିରଣିଆ, ନିଚ୍ଚାପଦା, ଉଚ୍ଚାପଦା, ମୋହିନପଡ଼ିଆ, ଦେବାନୀପାଟଣା, ମସଜିଦ୍‌ ଓ ପାତ୍ରପଡ଼ାର କିଛି ଅଞ୍ଚଳକୁ ନେଇ ଗଠିତ। ଏଥିରେ ୪ହଜାର ୭୫ ଭୋଟର ରହିଛନ୍ତି। ରାସ୍ତା ପାଇଁ ଦୀର୍ଘଦିନ ଧରି ଦାବି ହେବା ପରେ କିଛିଦିନ ପୂର୍ବରୁ ପୌରପାଳିକା ପକ୍ଷରୁ ୱାର୍ଡ଼ର ଅନୀଲ କୁଇଲିଙ୍କ ଘରଠାରୁ ଉତ୍କଳ କେଶରୀ ମଲ୍ଲିକ ଓ ଅରୁଣ ପଣ୍ଡା ଏବଂ ଶିଦ୍ଧେଶ୍ୱର ଦେଙ୍କ ଘରଠାରୁ ଶରତ ମହାନ୍ତିଙ୍କ ଘର ପର୍ଯ୍ୟନ୍ତ ୩ଟି ରାସ୍ତା ଓ ଡ୍ରେନ୍‌ କାମ ପାଇଁ ୧୯ଲକ୍ଷ ୪ହଜାର ଟଙ୍କା ମଞ୍ଜୁର ହୋଇ ଫଳକ ଲାଗିଥିଲା। ହେଲେ ଦୁଇଟି ରାସ୍ତାର କାମ ଆରମ୍ଭ ହୋଇ ଅଧାପନ୍ତରିଆ ହୋଇପଡ଼ିଛି। ଆଉ ଗୋଟିଏ ରାସ୍ତାର କାମ ଆଜିଯାଏ ଆରମ୍ଭ ହୋଇନାହଁି। ଯେଉଁ ଦୁଇ ରାସ୍ତାର କାମ ଆରମ୍ଭ ହୋଇଛି ଏଥିରୁ ଆହୁରି ଅଧାରୁ ଅଧିକ କାମ ଅସମ୍ପୂର୍ଣ୍ଣ ହୋଇପଡ଼ିଛି। କାମ ହେବାକୁ ୪ମାସ ହୋଇନାହଁି, ହେଲେ ରାସ୍ତା ପାର୍ଶ୍ୱ ଫାଟିବା ସହ ଭାଙ୍ଗି ବି ଗଲାଣି। ଯେତିକି ରାସ୍ତା ହୋଇଛି ତାହା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବଡ଼ କଥା ହେଲା, କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଟଙ୍କା କିନ୍ତୁ ଉଠାଣ ସରିଥିବା ଜଣାଯାଇଛି। ସେହିପରି ଉକ୍ତ ସାହିରେ ୧୦ଲକ୍ଷ ଏବଂ ୫ଲକ୍ଷ ୮୭ହଜାର ଟଙ୍କାରେ ଆଉ ଦୁଇଟି ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି। ହେଲେ ଆଜି ଯାଏ କାମ ଆରମ୍ଭ ହୋଇନାହଁି। ଅନ୍ୟପକ୍ଷରେ ୱାର୍ଡ଼ର କିଛି ଅଞ୍ଚଳ ସିଙ୍ଗଲ ଫେଜ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବାରୁ ଲୋକେ ହଇରାଣ ହେଉଛନ୍ତି। ବିଦ୍ୟୁତ୍‌ ତାର ବିପଦସଙ୍କୁଳ ଅବସ୍ଥାରେ ଓହଳି ରହିଥିବା ୱାର୍ଡ଼ବାସୀ ବଂଶୀଧର ପ୍ରଧାନ କହିଛନ୍ତି। ସେହିପରି ୱାର୍ଡ଼ରେ ଅଧିକାଂଶ ଡ୍ରେନ୍‌ ଭାଙ୍ଗିରୁଜିଗଲାଣି। ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ବର୍ଷାଦିନେ ଅଞ୍ଚଳବାସୀ ବହୁ ହଇରାଣ ହେଉଛନ୍ତି। ବିଶେଷକରି ମଳିକସାହିର ଏମିତି ଏକ ଅଞ୍ଚଳ ରହିଛି ଯେଉଁଠି ବର୍ଷା ହେଲେ ଲୋକମାନେ ଆଣ୍ଠୁଏ ଉପରେ ପାଣିରେ ରାସ୍ତା ଉପରକୁ ଆସିଥାନ୍ତି ବୋଲି ସୀତାରାମ ମଳିକ ଅଭିଯୋଗ ଆଣିଛନ୍ତି। ସେମିତି ପୌରପାଳିକା ପକ୍ଷରୁ ନିୟମିତ ସଫେଇ କାର୍ଯ୍ୟ ମଧ୍ୟ ହେଉ ନ ଥିବା ଭବାନୀଶଙ୍କର ନାୟକ ଅଭିଯୋଗ କରିଛନ୍ତି। ଚଳିତ ପୌର ନିର୍ବାଚନରେ ସମସ୍ୟାଗୁଡ଼ିକର ସମାଧାନର ପ୍ରତିଶ୍ରୁତି ଯେଉଁ ପ୍ରାର୍ଥୀ ଦେବେ ତାଙ୍କୁ ଭୋଟ ଦେଇ ବିଜୟ କରିବା ନେଇ ୱାର୍ଡ଼ବାସୀ ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri