ପିଇବା ପାଣି ପାଇଁ ଡହଳବିକଳ ଚିରିକିପଡ଼ାବାସୀ

ବୁଗୁଡ଼ା,୬ା୧୨(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସରକାରଙ୍କ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ରକ୍ଷଣା ବେକ୍ଷଣ ଅଭାବ ସାଙ୍ଗକୁ ପ୍ରଶାସନର ଆନ୍ତରିକତା ଅଭାବରୁ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଲୋକଙ୍କୁ ବୁନ୍ଦାଏ ପାଣି ମିଳୁନି। ଏହା ଦେଖିବକୁ ମିଳିଛି ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଚିରିକିପଡା ଗ୍ରାମରେ। ଏଠି ଓଭର ହେଡ଼ ଟାଙ୍କି ନିର୍ମାଣ ହୋଇଛି। ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସାଙ୍ଗକୁ ଘରୋଇ ସଂଯୋଗ ଦିଆଯାଇଛି। ହେଲେ ଗତ ୯ ମାସ ହେଲା ପାଣି ଆସୁ ନ ଥିବାରୁ ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପାଣି ଟାଙ୍କି ଉପରେ ଚିରିକିପଡ଼ା, ସୀତାରାମପଲ୍ଲୀ ଓ ଡିମ୍ବିରିସାହି ଆଦି ଗ୍ରାମ ଗୁଡିକର ପ୍ରାୟ ଦୁଇ ହଜାର ଲୋକ ନିର୍ଭର କରୁଛନ୍ତି। କିନ୍ତୁ ଟାଙ୍କି ପ୍ରତିଷ୍ଠା ହେବା ଦିନରୁ ମଝିରେ ମଝିରେ ଏମିତି ଦୀର୍ଘ ଦିନ ଯାଏ ପାଣି ଆସୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ବସୁଧା ଯୋଜନାରେ ସୀତାରାମପଲ୍ଲୀଠାରେ ୨୦୧୬ରେ ୭୫ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କି ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ୪ ବର୍ଷ ମଧ୍ୟରେ ତିନି ଥର ଜଳ ଯୋଗାଣ ବାଧାପ୍ରାପ୍ତ ହେଲାଣି। ଦୀର୍ଘ ମାସ ହେଲା ପାଣି ବନ୍ଦ ହୋଇ ରହିବା ସହ ପାଇପ ଲାଇନ ଗୁଡିକ ବିଭିନ୍ନ ସ୍ଥାନରେ ଫାଟି ଯାଇଥିବା ବେଳେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ମଧ୍ୟ ଲଟା ବୁଦା ମାଡିଯାଇ ଖରାପ ହେବାକୁ ବସିଲାଣି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏ. ରାମା ରାଓଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଟେଣ୍ଡର ବାହାର କରାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri