Categories: ଫୁରସତ

ବଣର ରାଜା ହୋଇ ସୁଦ୍ଧା ଏହି ସାମାନ୍ୟ ପ୍ରାଣୀକୁ ଡ଼ରିଯାଉଛି ସିଂହ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସିଂହ ଓ ସିଂହୀକୁ ଦେଖିବାକୁ ମିଳୁଛି। ପରେ ଏକ କୁକୁର ଆସି ସେମାନଙ୍କୁ ଭୁକୁଛି, ଓ ସିଂହ କୁକୁରର ଭୁକିବା ଦେଖି ଡ଼ରିକି ପଛକୁ ପଳାଉଛି। କୁକୁର ଯିବାକୁ ଲାଗୁଛି ପଛରୁ ଫେରି ପୁଣି ସିଂହ ସିଂହୀକୁ ଡରାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share