Posted inଖେଳ

ଦ୍ୱିତୀୟ ଟେଷ୍ଟରେ ବି ଭାରତର ନିଦ ହଜାଇବ ଇଂଲଣ୍ଡ

ବିଶାଖାପାଟନମ,୩୧।୧: ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ପ୍ରସ୍ତୁତ ଅଛି ଇଂଲଣ୍ଡ। ଏଥିପାଇଁ ଦଳ ନୂଆ ଯୋଜନା କରିଛି। ଟମ ହାର୍ଟଲେଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସମସ୍ୟା ଦେଖି ଇଂଲଣ୍ଡ ଦଳ ଚାରି ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ। ଇଂଲଣ୍ଡର ନିଷ୍ପତ୍ତି ମଧ୍ୟ ସଠିକ ପ୍ରମାଣିତ ହୋଇପାରେ। କାରଣ ବିଶାଖାପାଟନମ୍‌ ଥିବା ପିଚ ସ୍ପିନରଙ୍କ ପାଇଁ ସହାୟକ ହେବ। ଇଂଲଣ୍ଡ କୋଚ ବ୍ରାଡହମ ମ୍ୟାକକୁଲମ କରିଛନ୍ତି, ସେ ଚାରି ସ୍ପିନରଙ୍କ ସହ ପଡ଼ିଆ ନେବାକୁ ନିଷ୍ପତ୍ତି ନେବାକୁ ଭୟ କରନ୍ତି ନାହିଁ।
ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ୨୮ ରନ୍‌ରେ ପରାସ୍ତ କରିଛି। ଏହି ସିରିଜରେ ଇଂଲଣ୍ଡ ୧-୧ରେ ଆଗୁଆ ରହିଛି। ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟରେ ଖେଳିବା ପାଇଁ ୨୦ ବର୍ଷ ବୟସ୍କ ଯୁବ ସ୍ପିନର ଶୋଏବ ବଶୀର ମଧ୍ୟ ଉପଲବ୍ଧ ହେବେ। ମ୍ୟାକକୁଲମ କହିଛନ୍ତି ଯେ ହାର୍ଟଲେଙ୍କୁ ପ୍ରଥମ ଟେଷ୍ଟ ଦେବାର ଷଡଯନ୍ତ୍ର କାମ କରିଛି। ହାର୍ଟଲେ ତାଙ୍କର ପ୍ରଥମ ମ୍ୟାଚ ଖେଳୁଥିଲେ। ଏହାପୂର୍ବରୁ ହାର୍ଟଲେ କେବଳ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। କିନ୍ତୁ ଆମର ଚୟନ ସଠିକ ପ୍ରମାଣିତ ହେଲା। ଦ୍ୱିତୀୟ ଟେଷ୍ଟରେ ଆମକୁ ଏପରି ସାହସିକ ନିଷ୍ପତ୍ତି ନେବା ଆବଶ୍ୟକ।
ତେବେ ଇଂଲଣ୍ଡ ପାଇଁ ଏହି ନିଷ୍ପତ୍ତି ନେବା ଏତେ ସହଜ ହେବ ନାହିଁ। ଇଂଲଣ୍ଡର ସବୁଠାରୁ ଅଭିଜ୍ଞ ସ୍ପିନର ଜ୍ୟାକ ଲିଚ ଆଘାତ ସହ ସଂଘର୍ଷ କରୁଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଲିଚ ଆହତ ହୋଇଥିଲେ ଏବଂ ସେ ଦ୍ୱିତୀୟ ଟେଷ୍ଟରେ ଖେଳିବେ ଏହା ନିଶ୍ଚିତ ନୁହେଁ। ଲିଚ ଖେଳିବାର ସମ୍ଭାବନାକୁ ବେନ ଷ୍ଟୋକ୍ସ ଏଡ଼ାଇ ଦେଇନାହାଁନ୍ତି। ଏହା ବ୍ୟତୀତ ଇଂଲଣ୍ଡର ଅନ୍ୟ ଜଣେ ସ୍ପିନର ରେହାନ କେବଳ ପ୍ରଥମ ଟେଷ୍ଟରେ ପ୍ରଭାବହୀନ ପ୍ରମାଣିତ କରିନାହାଁନ୍ତି ବରଂ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ତାଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri