ନିଲାମ ଅବଧି ସରିଥିଲେ ବି ଚାଲିଛି ବେଆଇନ ବାଲି ଉଠାଣ

କୁଜଙ୍ଗ/ରାହାମା,୧୧ା୨(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଅନ୍ତର୍ଗତ କଳଦ୍ୱୀପ ବାଲି ସଇରାତ୍‌ର ନିଲାମି ମିଆଦ ପୂରିଥିଲେ ମଧ୍ୟ ରାତିରେ ବାଲି ଚୋରା ଚାଲାଣ ଚାଲିଛି। ଏନେଇ ଶୁକ୍ରବାର ଭାଜପା ଯୁବ ମୋର୍ଚ୍ଚା କୁଜଙ୍ଗ ବ୍ଲକ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଳଦ୍ୱୀପ ବାଲି ସଇରାତରୁ ବେଆଇନ୍‌ ଭାବେ ନିୟମିତ ବ୍ୟବଧାନରେ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଭାଜପା ପକ୍ଷରୁ ଜାନୁୟାରୀ ୭ରେ ତହସିଲଦାରଙ୍କୁ ଅଭିଯୋଗ କରାଯିବା ପରେ କିଛିଦିନ ପାଇଁ ବାଲି ଉଠାଣ ବନ୍ଦ ଥିଲା। ପୁନର୍ବାର ବାଲି ମାଫିଆମାନେ ରାତିରେ ଏଠାରୁ ବାଲି ଉଠାଣ କରୁଛନ୍ତି। କୁଜଙ୍ଗ ମଣ୍ଡଳୀ ଯୁବ ମୋର୍ଚ୍ଚାର ସଭାପତି ଦୁଷ୍ମନ୍ତ ନାଥ ଶର୍ମା ଓ ପାରାଦୀପ ନିର୍ବାଚନ ମଣ୍ଡଳି ଯୁବ ମୋର୍ଚ୍ଚା ସଂଯୋଜକ ଅକ୍ଷୟ ଦାସଙ୍କ ନେତୃତ୍ୱରେ କର୍ମୀମାନେ ଏନେଇ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଦଶାଇଛନ୍ତି। ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦାବିପତ୍ର ପ୍ରଦାନ ସମୟରେ ଅଭିଷେକ ସ୍ବାଇଁ, ପାରାଦୀପ ଗଡ଼ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ୍‌ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଳଦ୍ୱୀପ ବାଲି ସଇରାତର ନିଲାମ କୁଜଙ୍ଗ ତହସିଲ ପକ୍ଷରୁ ୨୦୨୧ରେ ଡକାଯାଇଥିଲା। ବାର୍ଷିକ ରାଜସ୍ବ ୧ କୋଟି ୯୯ ଲକ୍ଷ ୭୪ ହଜାର ୨ଶହ ୨୨ ଟଙ୍କାରେ ଏହାକୁ ନିଲାମ ଦିଆଯାଇଥିଲା। ନିଲାମ ନେଇଥିବା ବ୍ୟକ୍ତି ଓ ତହସିଲ କାର୍ଯ୍ୟାଳୟ ମଧ୍ୟରେ ୨୦୨୧ ଡିସେମ୍ବରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ନିୟମ ଅନୁସାରେ ୨୦୨୨ ଡିସେମ୍ବରରେ ନିଲାମ ଅବଧି ଶେଷ ହୋଇଛି। ଅନ୍ୟପକ୍ଷରେ ରାଜସ୍ବ ବାବଦ ୮୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନିଲାମ ଗ୍ରହୀତାଙ୍କ ଉପରେ ବାକି ଥିଲେ ବି ସେ ନିର୍ଦ୍ଧାରିତ ସମୟରେ ପୈଠ ନ କରିବାରୁ ତହସିଲ କାର୍ଯ୍ୟାଳୟ ତରଫରୁ ଚିଠି କରାଯାଇଛି। ଏହାସତ୍ତ୍ୱେ ସଇରାତରୁ ବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ କହିଛନ୍ତି, ନିଲାମ ଅବଧି ଶେଷ ହୋଇଛି। ଯଦି ବେଆଇନ ଭାବେ ବାଲି ଉଠାଯାଉଥାଏ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri