ନିଲାମ ଅବଧି ସରିଥିଲେ ବି ଚାଲିଛି ବେଆଇନ ବାଲି ଉଠାଣ

କୁଜଙ୍ଗ/ରାହାମା,୧୧ା୨(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଅନ୍ତର୍ଗତ କଳଦ୍ୱୀପ ବାଲି ସଇରାତ୍‌ର ନିଲାମି ମିଆଦ ପୂରିଥିଲେ ମଧ୍ୟ ରାତିରେ ବାଲି ଚୋରା ଚାଲାଣ ଚାଲିଛି। ଏନେଇ ଶୁକ୍ରବାର ଭାଜପା ଯୁବ ମୋର୍ଚ୍ଚା କୁଜଙ୍ଗ ବ୍ଲକ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଳଦ୍ୱୀପ ବାଲି ସଇରାତରୁ ବେଆଇନ୍‌ ଭାବେ ନିୟମିତ ବ୍ୟବଧାନରେ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଭାଜପା ପକ୍ଷରୁ ଜାନୁୟାରୀ ୭ରେ ତହସିଲଦାରଙ୍କୁ ଅଭିଯୋଗ କରାଯିବା ପରେ କିଛିଦିନ ପାଇଁ ବାଲି ଉଠାଣ ବନ୍ଦ ଥିଲା। ପୁନର୍ବାର ବାଲି ମାଫିଆମାନେ ରାତିରେ ଏଠାରୁ ବାଲି ଉଠାଣ କରୁଛନ୍ତି। କୁଜଙ୍ଗ ମଣ୍ଡଳୀ ଯୁବ ମୋର୍ଚ୍ଚାର ସଭାପତି ଦୁଷ୍ମନ୍ତ ନାଥ ଶର୍ମା ଓ ପାରାଦୀପ ନିର୍ବାଚନ ମଣ୍ଡଳି ଯୁବ ମୋର୍ଚ୍ଚା ସଂଯୋଜକ ଅକ୍ଷୟ ଦାସଙ୍କ ନେତୃତ୍ୱରେ କର୍ମୀମାନେ ଏନେଇ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଦଶାଇଛନ୍ତି। ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦାବିପତ୍ର ପ୍ରଦାନ ସମୟରେ ଅଭିଷେକ ସ୍ବାଇଁ, ପାରାଦୀପ ଗଡ଼ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ୍‌ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଳଦ୍ୱୀପ ବାଲି ସଇରାତର ନିଲାମ କୁଜଙ୍ଗ ତହସିଲ ପକ୍ଷରୁ ୨୦୨୧ରେ ଡକାଯାଇଥିଲା। ବାର୍ଷିକ ରାଜସ୍ବ ୧ କୋଟି ୯୯ ଲକ୍ଷ ୭୪ ହଜାର ୨ଶହ ୨୨ ଟଙ୍କାରେ ଏହାକୁ ନିଲାମ ଦିଆଯାଇଥିଲା। ନିଲାମ ନେଇଥିବା ବ୍ୟକ୍ତି ଓ ତହସିଲ କାର୍ଯ୍ୟାଳୟ ମଧ୍ୟରେ ୨୦୨୧ ଡିସେମ୍ବରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ନିୟମ ଅନୁସାରେ ୨୦୨୨ ଡିସେମ୍ବରରେ ନିଲାମ ଅବଧି ଶେଷ ହୋଇଛି। ଅନ୍ୟପକ୍ଷରେ ରାଜସ୍ବ ବାବଦ ୮୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନିଲାମ ଗ୍ରହୀତାଙ୍କ ଉପରେ ବାକି ଥିଲେ ବି ସେ ନିର୍ଦ୍ଧାରିତ ସମୟରେ ପୈଠ ନ କରିବାରୁ ତହସିଲ କାର୍ଯ୍ୟାଳୟ ତରଫରୁ ଚିଠି କରାଯାଇଛି। ଏହାସତ୍ତ୍ୱେ ସଇରାତରୁ ବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ କହିଛନ୍ତି, ନିଲାମ ଅବଧି ଶେଷ ହୋଇଛି। ଯଦି ବେଆଇନ ଭାବେ ବାଲି ଉଠାଯାଉଥାଏ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri