୧.୧୯ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

କୋରେଇ,୧୯ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଣପୁର ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପ ନିର୍ମାଣ ଶେଷ ହେବାର ଇତି ମଧ୍ୟରେ ୫ ବର୍ଷ ଅତିକ୍ରମ କରିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହି ପ୍ରକଳ୍ପ ଉପରେ ଆଶା ବାନ୍ଧିଥିବା ରଣପୁର ପଞ୍ଚାୟତର ୧୧ ଗ୍ରାମର ଜନସାଧାରଣ ଦୀର୍ଘଦିନ ହେବ ଜଳକଷ୍ଟ ଭୋଗି ଆସୁଛନ୍ତି। ପଞ୍ଚାୟତର ବେଲଟିକିରି, ମହାନ୍ତି ସାହି, ପ୍ରଧାନସାହି, ରଣପୁର, ସନଳ, ଶ୍ୟାମପୁର, ଚିଙ୍ଗୁଡ଼ିପୁର, ବେହେରାସାହି, ଗୋପାଳପୁର, ତୋରନ୍ଦା, ଠାକୁରସାହି ଆଦି ଗ୍ରାମର ପ୍ରାୟ ୪୯୦୦ ଲୋକଙ୍କୁ ଜଳଯୋଗାଣ ଉଦ୍ଦେଶ୍ୟରେ ୩ ଲକ୍ଷ ଲିଟରବିଶିଷ୍ଟ ପିଡବ୍ଲୁଏସ୍‌ ଟାଙ୍କି ନିର୍ମାଣ ପାଇଁ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୨.୨ କୋଟି ଟଙ୍କାର ଆର୍ଥିକ ଅନୁଦାନ ବରାଦ ହୋଇଥିଲା।
ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିବାର ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଏଗ୍ରିମେଣ୍ଟ ହୋଇଥିଲା। ହେଲେ ଏହି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହେବାର ୫ ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିନାହିଁ। ପ୍ରକଳ୍ପ ନିକଟରେ ଥିବା ବୈତରଣୀ ନଦୀପଠାରୁ ବୋରିଂ ଯୋଗେ ଟାଙ୍କିକୁ ପାଣି ଉଠାଇବା ପାଇଁ ପ୍ଲାନିଂ କରାଯାଇଥିଲା। ବୋରିଂ ଫେଲ୍‌ ହେବା କାରଣରୁ ଏହା ସମ୍ଭବ ହୋଇପାରି ନ ଥିଲା। ଫଳରେ ଉପରୋକ୍ତ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟତ୍ର ବୋରିଂ କରି ଜଳ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମନ ବଳାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପାଇପ୍‌ ବିଛାଇବା ନାମରେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ୩ ଫୁଟ୍‌ ତଳେ ପାଇପ୍‌ ପୋତିବାକୁ ଅନୁମତି ରହିଥିଲେ ହେଁ ଠିକାଦାର ଏହାକୁ ଖାତିର ନ କରି କନିଷ୍ଠ ଯନ୍ତ୍ରୀଙ୍କ ସହ ଭିତିରି ବୁଝାମଣା କରି ୧ ଫୁଟରୁ ୧.୫ ଫୁଟ ମଧ୍ୟରେ ଗାତ ଖୋଳି ପାଇପ ବିଛାଇଥିବା ଅଭିଯୋଗ ହୋଇଛି।
ସମୁଦାୟ ୫ ଥରରେ ୧ କୋଟି ୧୯ ଲକ୍ଷ ଟଙ୍କାର ବିଲ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି। ଅଧିକାରୀମାନେ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ଆଦାୟ କରି ଆଗୁଆ ବିଲ କରୁଥିବା ଯୋଗୁ ଠିକାଦାର ଅଧିକାରୀଙ୍କ କୌଣସି ନିର୍ଦ୍ଦେଶର ଅନୁପାଳନ କରୁନାହାନ୍ତି। ଯେନତେନ ପ୍ରକାର କାମ କରି ଠିକାଦାର ଓ ଯନ୍ତ୍ରୀ ସମଗ୍ର ଅର୍ଥରାଶି ମିଳିମିଶି ଲୁଟ୍‌ କରିବାକୁ ମସୁଧା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ନିର୍ମାଣସ୍ଥଳୀ ପରିଭ୍ରମଣ କିମ୍ବା ଆବଶ୍ୟକ ଭିତ୍ତିଭୂମି ତଦାରଖ ନ କରି ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ବସି ଯନ୍ତ୍ରୀମାନେ ପ୍ରୋଜେକ୍ଟ ପ୍ଲାନିଂ ଓ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରି ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରୁଥିବା କାରଣରୁ ଅଧିକାଂଶ ପ୍ରୋଜେକ୍ଟରେ ଟାଙ୍କି ନିର୍ମାଣ ପରେ ମଧ୍ୟ ପାଣି ମିଳୁନାହିଁ। ଫଳରେ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଅନେକ ଗ୍ରାମରେ ଫେଲ୍‌ ମାରୁଥିବା ସାମ୍ନାକୁ ଆସୁଛି। ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର କେତେଜଣ ଅଧିକାରୀଙ୍କ ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଟଙ୍କା ପାଣିରେ ପଡୁଥିବାବେଳେ ସରକାରଙ୍କ ପ୍ରଚାର ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳର ଫରକ ଦେଖାଯାଉଛି। ତେଣୁ ଜିଲାରେ ପୂର୍ବରୁ ଓ ଏବେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଆୟବହିର୍ଭୂତ ସମ୍ପତ୍ତି ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ଟାଙ୍କିର ବିଲ୍‌ ପୂର୍ବରୁ ପ୍ରେରିତ ହୋଇଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ତେବେ ଦେଖିବାକୁ ଅପେକ୍ଷା କେବେ ଏହା କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri