୭ ଦିନ ପରେ ବି ଫିଟୁନି ଚିନ୍ମୟୀ ମୃତ୍ୟୁ ରହସ୍ୟ

ସମ୍ବଲପୁର,୬।୩ (ବ୍ୟୁରୋ): ଭିସୁଟ୍‌ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ମୃତ୍ୟୁ ରହସ୍ୟ ଫିଟୁନି । ସୋମବାର ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିବ । ଏଥିସହ ଚିନ୍ମୟୀଙ୍କ ଡାୟଟମ ରିପୋର୍ଟ ମଧ୍ୟ ଆସିବ। ଆବଶ୍ୟକ ହେଲେ ପୁରୁଷବନ୍ଧୁଙ୍କ ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡିଛି ।

ଅନ୍ୟପକ୍ଷେ, ରବିବାର ଏସ୍‌ଡିପିଓ କାର୍ଯ୍ୟାଳୟରେ ମୃତ ଚିନ୍ମୟୀଙ୍କ ମା’ ବାପା ହାଜର ହୋଇଥିଲେ । ହୀରାକୁଦ ଏସ୍‌ଡିପିଓ କାର୍ଯ୍ୟାଳୟରେ ପରିବାର ଲୋକଙ୍କୁ ତଥ୍ୟ ହାସଲ ପାଇଁ ଡକାଯାଇଥିଲା ।