୪ ବର୍ଷ ପରେ ବି ସରୁନି ୪୦ ମିଟର ରାସ୍ତା କାମ

କଟକ ଅଫିସ,୧୪ା୪: ୪୦ ମିଟର ରାସ୍ତା କାମକୁ ୪ ବର୍ଷ ବିତିଯାଇଥିଲେ ବି ଶେଷ ହୋଇପାରୁନାହିଁ। ଏଥିପାଇଁ କଲ୍ୟାଣନଗର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ କର୍ତ୍ତୃପକ୍ଷ ଶୁଣୁ ନ ଥିବା ବେଳେ ଯାତାୟାତ ପାଇଁ ହଇରାଣ ହେବାକୁ ପଡୁଛି। ଅଭିଯୋଗ ମୁତାବକ କଲ୍ୟାଣନଗରରେ ଜାଇକାର ଡ୍ରେନ୍‌ କାମ ଚାଲୁଛି। ଏହି କାମ ବହୁ ବିଳମ୍ବ ହେଉଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। କେତେକ ସ୍ଥାନରେ ଖୋଳିଦିଆଯାଉଛି କିନ୍ତୁ ମରାମତି କରାଯାଉନାହିଁ। କାମ ସରୁ ନ ଥିବାରୁ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ବର୍ଷା ହେଲେ ଅଞ୍ଚଳ ଜଳମଗ୍ନ ହୋଇ ଘରେ ପାଣି ପଶୁଛି। କଲ୍ୟାଣନଗର ରାସ୍ତା ଓଏମ୍‌ପି ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବାବେଳେ ଏଭଳି ବିପର୍ଯ୍ୟସ୍ତ ସ୍ଥିତି ଯୋଗୁ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି। କିଛିଦିନ ତଳେ ଜଣେ ସ୍କୁଲ ପିଲା ଏହି ରାସ୍ତାରେ ଯିବାବେଳେ ସାଇକେଲରୁ ଖସିପଡ଼ି ଆହତ ହୋଇଥିଲେ। ମୁଖ୍ୟ ରାସ୍ତାଟିକୁ ଖୋଳି ଦିଆଯାଇଥିବାରୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ରହୁଛି। ଏପରି କି ଲୋକେ କାହା ନିକଟରେ ଅଭିଯୋଗ କରିବେ ସେ ସଂକ୍ରାନ୍ତରେ କୌଣସି ସୂଚନାଫଳକ ଲଗାଯାଇନାହିଁ। ଦୀର୍ଘବର୍ଷ ଧରି ଏଭଳି ଅସୁବିଧା ଲାଗିରହିଥିବାରୁ ଅଞ୍ଚଳବାସୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଜାଇକାର ବିଳମ୍ବିତ କାର୍ଯ୍ୟ ଯୋଗୁ ସମସ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଜନଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି। ଏ ସଂକ୍ରାନ୍ତରେ ମେୟର ସୁବାସ ସିଂ କହିଛନ୍ତି, ଜାଇକା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ଓ ଖୁବ୍‌ଶୀଘ୍ର ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri